Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri / ପୁରୀରେ ବେଆଇନ କମର୍ସିଆଲ ଷ୍ଟେ ହୋମକୁ ନେଇ ତନାଘନା

Rashmita Mishra
Browse all articles by Rashmita Mishra
·6 months ago·2 min read
ପୁରୀରେ ବେଆଇନ କମର୍ସିଆଲ ଷ୍ଟେ ହୋମକୁ ନେଇ ତନାଘନା
Puri

Key Points

ଛାନିଆ ବେଆଇନ ଲଜିଂ ମାଲିକ
୮ ବେଆଇନ ଲଜିଂ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍
ବର୍ଷେ ଭିତରେ ୨୭୦୦ ଆବାସିକ ଘର ବ୍ୟବସାୟିକ କୋଠାରେ ରୂପାନ୍ତରିତ
ଘଟୁଛି ରାଜସ୍ବ ହାନି, ବଢୁଛି କ୍ରାଇମ୍

ଆବାସିକ ଘର ପାଲଟୁଛି କମର୍ସିଆଲ ଷ୍ଟେ ହୋମ୍ । ବେଆଇନ୍ ଲଜିଂ ମାଲିକଙ୍କ ଧଡଧଡ଼ ହେଲାଣି ଛାତି । ୮ ବେଆଇନ ଲଜିଂକୁ କାରଣ ଦର୍ଶାଅ ନୋଟିସ୍ । ଘଟୁଛି ରାଜସ୍ଵ ହାନି, ବଢୁଛି କ୍ରାଇମ୍ । ଗୋଟିଏ ବର୍ଷ ଭିତରେ ୨୭୦୦ ଆବାସିକ ଘର କୋଠା ବ୍ୟବସାୟିକ କୋଠାରେ ରୂପାନ୍ତରିତ ହୋଇଛି । ବ୍ୟବସାୟିକ ହୋଲ୍ଡିଂ ନାହିଁ, ଟ୍ରେଡ ଲାଇସେନ୍ସ ନାହିଁ, ତଥାପି ପର୍ଯ୍ୟଟନ ନଗରୀରେ କେମିତି ଚାଲିଛି ମାଳ ମାଳ ବେଆଇନ ଷ୍ଟେ ହୋମ ।

ହୋଲଡ଼ିଂ ଟିକସ ଖୋଳତାଡ ପରେ ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ପୁରୀ ପୌରାଞ୍ଚଳରେ ୨୭ ହଜାର ୮୭୪ ହୋଲ୍ଡିଂ ରୁ ଟିକସ ଆଦାୟ ହେଉଛି । ପୌର ସଂସ୍ଥା ସର୍ଭେ ମୁତାବକ ୨୭ ଶହ ଆବାସିକ କୋଠା ବ୍ୟବସାୟିକ କୋଠାରେ ରୂପାନ୍ତରିତ ହୋଇଛି । ଦୋକାନ ଘରଠାରୁ ଅଧିକ ବେଆଇନ ଲଜିଂ ନହେଲେ ଷ୍ଟେ ହୋମ ରହିଛି । ଏବେ ଆକ୍ସନ ମୋଡରେ ପ୍ରଶାସନ ।

ଏଥିସହ ପଢ଼ନ୍ତୁ:  ବଢୁଛି କିଡ଼ନୀ ରୋଗୀଙ୍କ ସଂଖ୍ୟା: ୮୦ରୁ ଅଧିକ କିଡ଼ନୀ ରୋଗୀ ଚିହ୍ନଟ

ସେପଟେ ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ସନ୍ନିକଟ ଶ୍ୟାମକୁଞ୍ଜ ଗଳିର ୮ ଷ୍ଟେ ହୋମକୁ ହୋଇଛି ନୋଟିସ୍ । ଅନ୍ୟ ବେଆଇନ ଲଜିଂ କୁ ମଧ୍ୟ ପର୍ଯ୍ୟାୟ କ୍ରମେ ନୋଟିସ୍ କରାଯାଉଛି । ବ୍ୟବସାୟିକ ହୋଲ୍ଡିଂ ନାହିଁ, ଟ୍ରେଡ୍ ଲାଇସେନ୍ସ ନାହିଁ, ଅଗ୍ନି ନିରାପତ୍ତା ମଧ୍ୟ ନାହିଁ । ୫ ବଖରା ଘର ଥିଲେ, ୨ ବଖରାକୁ ରଖି ବାକି ୩ ବଖରାକୁ ଷ୍ଟେ ହୋମ୍ କରୁଛନ୍ତି ମାଲିକ । ୮୦ ପ୍ରତିଶତ ବେଆଇନ୍ ଲଜିଂରେ ସୂଚନା ଫଳକ ନାହିଁ । ସିଜିନ ସମୟରେ ଘର ଭର୍ତ୍ତି, ବେପାର ଜମୁଛି । ଅନେକ ମାଲିକ ନିଜ ଘରେ ରୋଷେଇ କରି ଖାଇବାକୁ ବି ଦେଉଛନ୍ତି । ପ୍ରଶାସନ କିମ୍ବା ପୋଲିସ ପାଖରେ ତଥ୍ୟ ରହୁ ନଥିବାରୁ କ୍ରାଇମ୍ ଘଟାଇ ଫେରାର ହେବାର ମଧ୍ୟ ସମ୍ଭାବନା ରହୁଛି । କୌଣସି ଅଘଟଣ ଘଟିଲେ କିଏ ଦାୟୀ ରହିବ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ ।

ପୂର୍ବରୁ ପର୍ଯ୍ୟଟନ ନଗରୀରେ ମାଳ ମାଳ ବେଆଇନ ଲଜିଂକୁ ନେଇ ଖବର ପ୍ରସାରଣ କରିଥିଲା ଅର୍ଗସ୍ । ପର୍ଯ୍ୟଟନ ନଗରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ପ୍ରଶାସନ ଆଉ କଣ କଣ ପଦକ୍ଷେପ ନେବାକୁ ଯାଉଛି । ତାହା ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri | Crackdown on Illegal Commercial Stay Homes in Puri | Argus News