Suryabanshi Suraj Walking / ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଲି ଚାଲି ଗଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ,ପେଟ୍ରୋଲ ବ୍ୟବହାର କମାଇବା ପାଇଁ ମନ୍ତ୍ରୀଙ୍କ ପଦକ୍ଷେପ
·4 months ago·2 min read

Key Points
ଚାଲି ଚାଲି ଗଲେ ଲେ ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗଲେ
ପେଟ୍ରୋଲ ବ୍ୟବହାର କମାଇବା ପାଇଁ ଏଭଳି ପଦକ୍ଷେପ

ଭଦ୍ରକ, ୧୪/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଜାନ ବାହନ ଖର୍ଚ୍ଚକୁ କମ କରିବା ଲକ୍ଷ୍ୟ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୁରଜ କଲେ ଖର୍ଚ୍ଚ କାଟ। ଭଦ୍ରକରେ ନିଜ ଘରୁ ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସିଲେ ମନ୍ତ୍ରୀସୁର୍ଯ୍ୟବଂଶୀ ସୁରଜ ।
ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିବା ସହ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହରେ ମନ୍ତ୍ରୀଙ୍କ ଅଧକ୍ଷତା ଧାମନଗର ନିର୍ବାଚନ ମଣ୍ଡଳୀର ଉନୟନ କାର୍ଯ୍ୟରେ କରିଛନ୍ତି ସମୀକ୍ଷା।
ସୁରକ୍ଷା, ସୁବିଧା ଏବଂ ସରକାରୀ ଖର୍ଚ୍ଚ କାଟ୍ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଦେଶବାସୀଙ୍କୁ ଇନ୍ଧନ ବଞ୍ଚାଇବା ପାଇଁ ଅପିଲ୍ କରିବା ପରେ, ପ୍ରଧାନମନ୍ତ୍ରୀ ନିଜେ ପ୍ରଥମେ ନିଜଠୁ ଆରମ୍ଭ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀଙ୍କୁ ମାତ୍ର ୨ଟି ଗାଡ଼ିର କନଭୟରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଚକିତ କରିଛି।
ସାଧାରଣତଃ ପ୍ରଧାନମନ୍ତ୍ରୀଙ୍କ କନଭୟରେ ୧୨ ରୁ ୧୫ଟି ଗାଡ଼ି ରହିଥାଏ। ଏଥିରେ ଏସପିଜି (SPG), ଏନଏସଜି (NSG) କମାଣ୍ଡୋ, ଜାମର କାର୍ ଏବଂ ଆମ୍ବୁଲାନ୍ସ ସାମିଲ ଥାଏ। କିନ୍ତୁ ବୁଧବାର ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଇଛି ଯେ, ଗୋଟିଏ ଗାଡ଼ିରେ ପ୍ରଧାନମନ୍ତ୍ରୀ ବସିଥିବା ବେଳେ ଅନ୍ୟ ଗୋଟିଏ ଗାଡ଼ିରେ ଏସପିଜି କର୍ମଚାରୀ ଅଛନ୍ତି। ଏପରିକି କ୍ୟାବିନେଟ୍ ବୈଠକକୁ ଯିବା ସମୟରେ ମଧ୍ୟ ସେ ମାତ୍ର ୪ଟି ଗାଡ଼ି ବ୍ୟବହାର କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା , ୪୦ରୁ ୫୦ କିମି ବେଗରେ ବହିପାରେ ପବନ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ନିଜ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଉଥିବା ଗାଡ଼ିସଂଖ୍ୟା ଅଧା କରି ଦେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ରେ ୧୨ଟି ଗାଡ଼ି ଯାଉଥିବାବେଳେ ଏବେ କାର୍କେଡ୍ ମୁଖ୍ୟମନ୍ତ୍ରୀ ନିଜେ ବସୁଥିବା ଗାଡ଼ିକୁ ମିଶାଇ ୬ଟି ଗାଡ଼ି ଯିବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ଏହି ପଦକ୍ଷେପ ନେଇ ରାଜ୍ୟବାସୀଙ୍କୁ ଆବଶ୍ୟକତା ଅନୁଯାୟୀ ଗାଡ଼ି ବ୍ୟବହାର କରିବାକୁ ଉଦାହରଣ ସୃଷ୍ଟି କରିଛନ୍ତି।
ଏହାସହ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗୁରୁତ୍ବ ଦେଇ ବ୍ୟକ୍ତିଗତ ଗାଡ଼ିରେ ଯିବାଆସିବା କମ୍ କରିବା ସହ ଅଧିକ ମାତ୍ରାରେ ସାଧାରଣ ପରିବହନ ସେବା ବ୍ୟବହାର କରନ୍ତୁ। କେବଳ ଆବଶ୍ୟକ ସ୍ଥଳରେ ଗାଡ଼ି ବ୍ୟବହାର କରି ଅନାବଶ୍ୟକ ବ୍ୟବହାର ବନ୍ଦ କରନ୍ତୁ। ଏହା ସହିତ ସୁନା ନ କିଣିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନକରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ପରେ ଓଡ଼ିଶା ସମେତ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ କାରକେଡରେ ଗାଡି ସଂଖ୍ୟା କମ କରିଛନ୍ତି।

Related Topics
Explore more stories