|
logo
Live

Argus News - ବରିଷ୍ଠଙ୍କୁ ଜଗାଦର୍ଶନ ମନା, ସେପଟେ ତୀର୍ଥ ଯାତ୍ରା ଯୋଜନା

Odisha

ବରିଷ୍ଠଙ୍କୁ ଜଗାଦର୍ଶନ ମନା, ସେପଟେ ତୀର୍ଥ ଯାତ୍ରା ଯୋଜନା

Jitendra Dash
Browse all articles by Jitendra Dash
·2 years ago·2 min read
ବରିଷ୍ଠଙ୍କୁ ଜଗାଦର୍ଶନ ମନା, ସେପଟେ ତୀର୍ଥ ଯାତ୍ରା ଯୋଜନା

ଅର୍ଗସ ବ୍ୟୁରୋ : ବରିଷ୍ଠ ନାଗରିକମାନେ ପୁରୀ ଯାଇ ଜଗାଦର୍ଶନ କରିପାରିବେନି । ଅଥତ ବରିଷ୍ଠମାନେ ଟ୍ରେନରେ ହରିଦ୍ବାର ଋଷିକେଶ ଯାଏ ତୀର୍ଥ କରିପାରିବେ । ରାଜ୍ୟ ସରକାରଙ୍କର ଇଏ କି ଦୋମୁହାଁ ଚରିତ୍ର ? ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ପରିଚାଳନାରେ ବିଫଳତାକୁ ନେଇ ଛତିଶଗଡ଼ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ । ଚାରି ଦ୍ବାର ଖୋଲାଯାଉ ବୋଲି ଦାବି କରିଥିଲେ । ଭକ୍ତଙ୍କର ଯନ୍ତ୍ରଣା ରାଜ୍ୟ ଶାସନ ପ୍ରଶାସନ ଅନୁଭବ କରୁ ବୋଲି କହିଥିଲେ । ତେବେ ଚାରି ଦ୍ବାର ଖୋଲିବା ନିଷ୍ପତ୍ତି ନେବା ପରିବର୍ତ୍ତେ କିମ୍ବା ଭିଡ଼ ନିୟନ୍ତ୍ରଣ ପାଇଁ ସୁଚାରୁ ବ୍ୟବସ୍ଥା ବଦଳରେ ବରିଷ୍ଠ ଭକ୍ତଙ୍କୁ ଶ୍ରୀମନ୍ଦିର ନଆସିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟ ପ୍ରଶାସକ ।

ଅଧିକ ପଢନ୍ତୁ : ପୁରୀରେ ଜଗା ଦର୍ଶନ ପାଇଁ ବରିଷ୍ଠଙ୍କୁ କରୁଛନ୍ତି ବାରଣ, ସେହି ବୟସ୍କଙ୍କୁ ନେଇ ଅନ୍ୟ ରାଜ୍ୟରେ କରାଉଛନ୍ତି ଦେବ ଦର୍ଶନ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଉଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି । ଅଚଥ ମୁଖ୍ୟ ପ୍ରଶାସକଙ୍କର ଏପରି ସମ୍ବେଦନହୀନ ବୟାନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେହି ମୁହଁ ଖୋଲିଲେ ନାହିଁ । ଓଲଟା ଶାସକ ଦଳ ବିଧାୟକ ସୁଧିର ସାମଲ ବିତଣ୍ଡା ଯୁକ୍ତି ବାଢିଲେ ବଡ଼ ବଡ଼ ମନ୍ଦିରରେ ଭକ୍ତ ଅପେକ୍ଷା କରୁଛନ୍ତି ଶ୍ରୀମନ୍ଦିରରେ ୧୨ ଘଣ୍ଟା ଛିଡ଼ାହେବାରେ ଅସୁବିଧା କଣ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟ ପ୍ରଶାସକ ଓ ବିଧାୟକଙ୍କର ଏପରି ସମ୍ବେଦନହୀନ ବୟାନକୁ ବିଭିନ୍ନ ମହଲରୁ ସମାଲୋଚନା ପରେ ଏବେ ନିଜ ବୟାନରୁ ବାଧ୍ୟ ହୋଇ ପଲଟିଛନ୍ତି ମୁଖ୍ୟ ପ୍ରଶାସକ । ଜଗାଦର୍ଶନ ପାଇଁ ବରିଷ୍ଠଙ୍କୁ ବାରଣ ଅଥଚ ବରିଷ୍ଠଙ୍କୁ ନେଇ ହରିଦ୍ବାର ଋଷିକେଶ ତୀର୍ଥଯାତ୍ରା ଭ୍ରମଣ । ରାଜ୍ୟ ସରକାରଙ୍କ ଏପରି ଦୋମୁହାଁ ନୀତିକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହାଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ମୃଣାଳିନୀ ପାଢ଼ୀ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ୪୨ ତମ ପାରାରେ ବୃଦ୍ଧ, ବୟସ୍କ, ମହିଳା ସମସ୍ତଙ୍କୁ ଶୃଙ୍ଖଳିତ ତଥା ବିନା ଅବରୋଧରେ ଦର୍ଶନ କରେଇବା ଲାଗି ନିର୍ଦ୍ଦେଶ ରହିଛି । ଅର୍ଥାତ ବୟସ୍କଙ୍କୁ ଶ୍ରୀମନ୍ଦିର ନଆସିବାକୁ ବାରଣ କରିବା ମାନେ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅବମାନନା କରିବା । ଛତିଶଗଡ଼ ରାଜ୍ୟପାଳଙ୍କଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଓ ଜଗନ୍ନାଥପ୍ରେମୀ ସମସ୍ତେ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ଲାଗି ଚାରି ଦ୍ବାର ଖୋଲିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ନାଛୋଡ଼ ବନ୍ଦା। ଭକ୍ତ ପଛେ ଯନ୍ତ୍ରଣା ଭୋଗନ୍ତୁ କିନ୍ତୁ ବିଜେଡି ସରକାର ନିଜ ଜିଦରୁ ହଟିବାକୁ ନାରାଜ । 

Sponsored
ବରିଷ୍ଠଙ୍କୁ ଜଗାଦର୍ଶନ ମନା, ସେପଟେ ତୀର୍ଥ ଯାତ୍ରା ଯୋଜନା | Argus News