ଗରିବ ଭକ୍ତଙ୍କ ସହ ଖେଳ ଖେଳିଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ଭଙ୍ଗା କୁଡ଼ିଆରେ ମହାପ୍ରଭୁ । ଯିଏ ଦେଖିବ ଭିଜିବ ତା ଆଖି । କେମିତି ଭୁଲିଗଲେ ରାଜ୍ୟ ସରକାର । ଲୋକ ଦେଖିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ । କିନ୍ତୁ ଏଠି ବର୍ଷା କାକର ଓ ଖରାରେ ଜଗତର ନାଥ ଜଗନ୍ନାଥ । ଆଉ ଏଠି ଭଙ୍ଗା ଦଦରା ଘରେ ମହାପ୍ରଭୁ । ସମସ୍ତ ସରକାରୀ ବାବୁ ଆସୁଛନ୍ତୁ କେବଳ କଥା ଦେଇ ଚାଲିଯାଉଛନ୍ତି । ତା ପରେ ଆଉ କାହାର ଦେଖା ନାହିଁ ।
୧୯୯୬ ମସିହାରେ କଟକ ଜିଲ୍ଲାର ସାଲେପୁର ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଡିଆମାଳ ଗାଁର ଶୁଭଲକ୍ଷ୍ମୀ ସାମଲଙ୍କ ଘରବାଡ଼ିରୁ ଚିହ୍ନଟ ହୋଇଥିଲା ଦାରୁ । ଏହି ଦାରୁରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ନୂତନ ବିଗ୍ରହ ତିଆରି ହୋଇଥିଲା । ଖୁସି ହୋଇଥିଲା ପୂରା ପରିବାର । ୨୬ ବର୍ଷ ପରେ ପରିକ୍ରମା ପ୍ରକଳ୍କ ଉଦଘାଟନୀ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁଭଲକ୍ଷ୍ମୀଙ୍କୁ ନିମନ୍ତ୍ରଣ ମଧ୍ୟ ମିଳିଥିଲା । ଦୀର୍ଘ ୨୬ବର୍ଷ ପରେ ଶ୍ରୀମନ୍ଦିରର ପ୍ରଶାସକ,ସାଲେପୁର ତହସିଲଦାର ଠୁ ଆରମ୍ଭ କରି ସ୍ଥାନୀୟ ନେତାଙ୍କ ପାଦ ପଡିଥିଲା । ସବୁ ଦେଖିଲେ, ଜାଣିଲେ କିନ୍ତୁ ଭୁଲିଗଲେ ।
ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ମିଳିଥିଲା ନିମନ୍ତ୍ରଣ କିନ୍ତୁ ଆର୍ଥିକ ଅନଟନ କାରଣରୁ ଶ୍ରୀକ୍ଷେତ୍ର ଯାଇପାରିଲେ ନାହିଁ ଶୁଭଲକ୍ଷ୍ମୀ । ରାଜ୍ୟ ସରକାର ପ୍ରତି ପଞ୍ଚାୟତରୁ ୪୦ ଜଣଙ୍କୁ ନେବା ପାଇଁ ବ୍ୟବସ୍ଥା କରିଥିଲେ ବି ଶୁଭଲକ୍ଷ୍ମୀଙ୍କ ପରି ଭକ୍ତିଙ୍କୁ ଭୁଲିଗଲା ସ୍ଥାନୀୟ ପ୍ରଶାସନ । କୋଟିକୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରି ପରିକ୍ରମା ପ୍ରକଳ୍ପ ନିର୍ମାଣ କରାଗଲା । ପ୍ରଚାର ପ୍ରସାର ପାଇଁ ଅର୍ପଣ ରଥ ବୁଲିବା ପାଇଁ ପ୍ରତି ପଞ୍ଚାୟତରେ । ୨ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା । ଅଥଚ ନିମନ୍ତ୍ରଣ ଥାଇ ମଧ୍ୟ ଶୁଭଲକ୍ଷ୍ମୀ କାଳିଆ ସାଆନ୍ତଙ୍କ ଦର୍ଶନ କରି ପାରିଲେ ନାହଁ ।
📱 Get Argus News App
✨ସାଲେପୁର ପ୍ରଶାସନ ହେଉ ବା ସ୍ଥାନୀୟ ଅଞ୍ଚଳର ସରକାରୀ ଦଳର ରାଜନେତା ହୁଅନ୍ତୁ କିମ୍ବା ସାଲେପୁରର ଜନ ପ୍ରତିନିଧି କେହିବି ଶୁଭଲକ୍ଷ୍ମୀଙ୍କୁ ଦୁଃଖ ଶୁଣି ନାହାନ୍ତି । ଏଠି ପ୍ରଶ୍ନ ଉଠୁଛି କଣ ପାଇଁ ଭୁଲିଗଲେ ରାଜ୍ୟ ସରକାର । ଯଦି ନିମନ୍ତ୍ରଣ କଲେ କଣ ପାଇଁ ନେଲେ ନାହିଁ ? ନା ସରକାର ଖାଲି ତେଲିଆ ମୁଣ୍ଡରେ ତେଲ ଢାଳୁଛନ୍ତି ? ନା ଗରୀବ ଭକ୍ତଙ୍କ କଥା ବୁଝୁଲେ, ନା ଖାଲି ରାଜନୀତି କରୁଛନ୍ତି ?
ରାଜନେତା ଓ ପ୍ରଶାସନିକ ଅଧିକାରୀ । ଏହି ଘଟଣାରୁ ଏହା ପ୍ରମାଣିତ ହୋଇଛି । ଦାରୁ ମିଳିବାର ସ୍ମାରକୀ ସ୍ୱରୂପ ଅବଶିଷ୍ଟ ଦାରୁରେ ତିନି ଦିଅଁଙ୍କ ସମେତ ସୁଦର୍ଶନ ମୂର୍ତ୍ତି ତିଆରି କରି ପୂଜା କରି ଆସୁଛନ୍ତି ଶୁଭଲକ୍ଷ୍ମୀଙ୍କ ପରିବାର । ଆର୍ଥିକ ଅନଟନ କାରଣରୁ ଭଙ୍ଗା ଚାଳଘରେ ଗୋଟିଏ କୋଠରୀରେ ମହାପ୍ରଭୁଙ୍କୁ ସ୍ଥାନ ଦେଇଛନ୍ତି ପରିବାର । ସ୍ୱାମୀ ଓ ଗୋଟିଏ ପୁଅଙ୍କ ଦେହାନ୍ତ ପରେ ଦଦରା ଚାଳ ଘରେ ମା' ଓ ପୁଅ ଓଳିଏ ଖାଇଲେ ଓଳିଏ ଉପବାସ ରହି ଜୀବନ କାଟୁଛନ୍ତି।