Jagannath Temple / ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ଗଣ୍ଡଗୋଳ; ସକାଳଧୂପ ପରେ ଦର୍ଶନ ବନ୍ଦ
·2 months ago·2 min read

Key Points
ଶ୍ରୀମନ୍ଦିର ୭ ପାହାଚ ପୂର୍ବରୁ କୀର୍ତ୍ତନ ଚକଡ଼ାରେ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି ।
ପୁରୀ: ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା । ମୁହାଁମୁହିଁ ହେଲେ ଶ୍ରୀମନ୍ଦିର କମାଣ୍ଡର ଏବଂ ସ୍ଵତନ୍ତ୍ର ସୁରକ୍ଷାକର୍ମୀ । ଶ୍ରୀମନ୍ଦିର ୭ ପାହାଚ ପୂର୍ବରୁ କୀର୍ତ୍ତନ ଚକଡ଼ାରେ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥିତି । ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ନେଇ ଶ୍ରୀମନ୍ଦିର କମାଣ୍ଡର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି ।
ବ୍ୟାରିକେଡ୍ରେ ସୁରକ୍ଷାକର୍ମୀଙ୍କ ପ୍ରୋଟୋକଲ୍ ଦର୍ଶନକୁ ବିରୋଧ କରିଛନ୍ତି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ପଟ୍ଟନାୟକ ଏବଂ ସେବାୟତ । ଯାହାକୁ ନେଇ ଶ୍ରୀମନ୍ଦିର ଭିତରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଛି । ମନ୍ଦିର କମାଣ୍ଡାରଙ୍କୁ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଧକ୍କା ମାରିବା ସହଗାଳିମନ୍ଦ କରିଥିବା ଅଭିଯୋଗ ହୋଇଛି ।
ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'
ଯାହାକୁ ନେଇ ସେବକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମଧ୍ୟ ଯୁକ୍ତିତର୍କ ହୋଇଛି । ସେବକ ମାନେ ସାତପାହାଚ ଧାଡ଼ି ଦର୍ଶନ ବନ୍ଦ ରଖିଛନ୍ତି । ସକାଳଧୂପ ପରେ ଦର୍ଶନ ବନ୍ଦ ରହିଥିଲା । ବୁଝାସୁଝା ପରେ ଦର୍ଶନ ସ୍ଵାଭାବିକ ହୋଇଛି ।
ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ ଆକ୍ରମଣ ନେଇ କହିଛନ୍ତି, "କୀର୍ତ୍ତନ ଚକଡ଼ାରେ ୯ଟା ବ୍ୟାରିକେଡ୍ ରହିଛି । ୮ଟା ବ୍ୟାରିକେଡ୍ ଭକ୍ତଙ୍କ ପାଇଁ ଖୋଲା ରହିଥିବା ବେଳେ ଗୋଟିଏ ବନ୍ଦ ରହିଥିଲା । ପଚାରିବାରୁ ଜେଟିପି କହିଥିଲେ ଏହା ପ୍ରୋଟୋକଲ୍ ଦର୍ଶନ ପାଇଁ ।"
ଏଥିସହ ପଢ଼ନ୍ତୁ: ବାରମ୍ବାର 'ଆମ ବସ୍' ଦୁର୍ଘଟଣା ପାଇଁ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ; ମୃତ ଅଟୋ ଚାଳକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା
ଯାହାପରେ ବନ୍ଦ ବ୍ୟାରିକେଡ୍ ଦେଇ ଭକ୍ତଙ୍କୁ ଛାଡ଼ିବାକୁ କହିଥିଲେ ଶ୍ରୀମନ୍ଦିର କମାଣ୍ଡର । ଜେଟିପି ସେଇ ବ୍ଯାରିକେଡ୍ ଦେଇ ଭକ୍ତଙ୍କ ଛାଡ଼ିବା ବେଳେ ପଛରେ ଥିବା କିଛି ଜେଟିପି ଆକ୍ରମଣ କରିଥିଲେ । ଆକ୍ରମଣକୁ ସେବକମାନେ ପ୍ରତିବାଦ କରିଥିଲେ । ଫଳରେ ନୀତି ପ୍ରଭାବିତ ହେବା ସହ ଦର୍ଶନ କିଛି ସମୟ ବନ୍ଦ ରହିଥିଲା ବୋଲି କହିଛନ୍ତି ଶ୍ରୀମନ୍ଦିର କମାଣ୍ଡର ।
ତେବେ ଏନେଇ ଥାନାରେ ଏତଲା ହୋଇନି । ଏନେଇ ଆମେ ଆମ କର୍ତ୍ତୃପକ୍ଷଙ୍କୁ ଜଣାଇବୁ ବୋଲି ଶ୍ରୀମନ୍ଦିର କମାଣ୍ଡର ସୁଧାଂଶୁ ଶେଖର ପଟ୍ଟନାୟକ କହିଛନ୍ତି । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ । ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ଭିଡ଼ ଭିତରେ ଶ୍ରୀମନ୍ଦିର କମାଣ୍ଡରଙ୍କ ସହ ସୁରକ୍ଷାକର୍ମୀଙ୍କ ଯୁକ୍ତିତର୍କ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories