Jagannath Temple Land / ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ଅଧୀନକୁ ନେବେ ସରକାର
·2 hours ago·2 min read

Key Points
ଜଗନ୍ନାଥଙ୍କ ଜମିକୁ ନେଇ ବଡ଼ ନିଷ୍ପତ୍ତି
ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କ ପାଇଁ ଖୁସି ଖବର
ବହୁଦିନ ଧରି ଜଗନ୍ନାଥ ଜମିରେ ରହୁଥିଲେ ହୋଇ ପାରିବ ସେଟଲମେଣ୍ଟ
ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କ ସୁଚନା

୦୭/୦୫,ଭୁବନେଶ୍ବର: ଜଗନ୍ନାଥଙ୍କ ଜମିକୁ ନେଇ ବଡ଼ ନିଷ୍ପତ୍ତି। ଦୀର୍ଘ ଦିନ ଧରି ଜଗନ୍ନାଥ ଜମିରେ ରହି ଆସୁଥିବା ଲୋକଙ୍କ ପାଇଁ ଖୁସି ଖବର। ସରକାର ଆଣିଲେ ବଡ଼ ନିଷ୍ପତ୍ତି। ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିଲେ ହୋଇ ପାରିବ ସେଟଲମେଣ୍ଟ। ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏନେଇ ବସିଥିଲା ବଡ଼ ବୈଠକ। ରାଜ୍ୟ ଭିତରେ ଏବଂ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ଅଧୀନକୁ ନେବେ ସରକାର। କିନ୍ତୁ ଲମ୍ବା ସମୟ ଧରି ଜଗନ୍ନାଥ ଜମିରେ ରହୁଥିବା ଲୋକଙ୍କୁ ଜମି ସେତେଲମେଣ୍ଟରେ ଦିଆଯିବ। ଏହା ଜରିଆରେ ମହାପ୍ରଭୁଙ୍କ ପାଇଁ ଏକ ବଡ଼ କର୍ପସ ଫଣ୍ଡ ଗଠନ ହୋଇ ପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ।
ମହାପ୍ରଭୁଙ୍କର ସମସ୍ତ ସ୍ଥାବର ସମ୍ପତ୍ତି ଫେରାଇବାକୁ ୟୁନିଫର୍ମ ସେଟଲମେଣ୍ଟ ପଲିସୀ ପରିବର୍ତ୍ତନ ଆବଶ୍ୟକତା ଥିଲା ସେ ବାବଦରେ ବୈଠକରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ। ପାଖପାଖି 36 ହଜାର ଏକର ଜମି ମହାପ୍ରଭୁଙ୍କର ରହିଥିବା ବେଳେ ସେ ଥିରୁ 25 ରୁ 30 ପ୍ରତିଶତ ଜମି ଲମ୍ବା ସମୟ ଧରି ଲୋକମାନେ ଦଖଲରେ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଏବଂ କ୍ୟାବିନେଟ ଆନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।
ପଢନ୍ତୁ ଏହି ଖବର: ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ସୋରରେ, CCTV ସର୍ଭିଲାନସରେ ରହିବ ଉତ୍ତରାରୁ ବଡ଼ଦାଣ୍ଡ
ଶ୍ରୀଜଗନ୍ନାଥଙ୍କ ଜମିର ସୁରକ୍ଷା ଓ ସ୍ବଚ୍ଛତାର ସହ ବିକ୍ରି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଶ୍ରୀମନ୍ଦିର ପୋର୍ଟାଲ ଶ୍ରୀସମ୍ପତ୍ତି ପ୍ରସ୍ତୁତ କରାଯାଉଛି l ରାଜ୍ୟ ସରକାର ମଧ୍ୟ ୩ ମାସ ମଧ୍ୟରେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବେ। କ୍ୟାବିନେଟ୍ ଅନୁମୋଦନ ପରେ ଏହା କାର୍ଯ୍ୟକାରୀ ହେବ ୨ ବର୍ଷ ମଧ୍ୟରେ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମି ବିବାଦ ତୁଟିବ ବୋଲି ପୁର୍ବରୁ ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଥିଲେ।
ଓଡ଼ିଶାର ୨୪ଟି ଜିଲ୍ଲାରେ ମହାପ୍ରଭୁଙ୍କର ୬୦ ହଜାର ୪୨୬.୯୪ ଏକର ଓ ଅନ୍ୟ ୬ଟି ରାଜ୍ୟରେ ୩୯୫.୨୫ ଏକର ଜମି ଅଛି। ପୂର୍ବରୁ ମହାପ୍ରଭୁଙ୍କ ଜମିକୁ ଜାଲିଆତି କରି ବିକ୍ରି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ଏବେ ମହାପ୍ରଭୁଙ୍କ ଜମି ସମସ୍ୟାର ସମାଧାନ, ସୁପରିଚାଳନା ଓ ସ୍ବଚ୍ଛତାର ସହ ବିକ୍ରି ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ଜନସାଧାରଣ ସ୍ୱାଗତ କରିଛନ୍ତି l ଦୀର୍ଘ ବର୍ଷ ହେବ ଏହି ଜମିରେ ରହୁଥିବା ଲୋକ ଉପକୃତ ହେବେ । ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଲାଭ ପାଇବ l ପୁରୀର ପ୍ରାୟ ୮୦ ହଜାର ପରିବାରଙ୍କ ଦଖଲରେ ଜାଗା ଥାଇ ବି ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିଲେ। ଏବେ ଉପକୃତ ହେବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories