Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Puri Jagannath Temple / ମହାପ୍ରଭୁଙ୍କ ନାମ ଓ ଚିତ୍ର ବ୍ୟବହାର କରି ଠକୁଛନ୍ତି ଅନଲାଇନ୍ ସଂସ୍ଥା, ଶ୍ରୀମନ୍ଦିର ସମ୍ପର୍କିତ ଶବ୍ଦାବଳୀକୁ କପି ରାଇଟ୍ କରିବାକୁ ଦାବି

Sushanta Sahoo
Browse all articles by Sushanta Sahoo
·8 months ago·2 min read
ମହାପ୍ରଭୁଙ୍କ ନାମ ଓ ଚିତ୍ର ବ୍ୟବହାର କରି ଠକୁଛନ୍ତି ଅନଲାଇନ୍ ସଂସ୍ଥା, ଶ୍ରୀମନ୍ଦିର ସମ୍ପର୍କିତ ଶବ୍ଦାବଳୀକୁ କପି ରାଇଟ୍ କରିବାକୁ ଦାବି

Key Points

କେତେବେଳେ ଅନଲାଇନ୍‌ରେ ମହାପ୍ରସାଦ ନେଇ ବିଜ୍ଞାପନ ତ ପୁଣି କେତେବେଳେ ପା ପୋଛ ବିକିବାକୁ ମହାପ୍ରଭୁଙ୍କ ଫଟୋର ବ୍ୟବହାର । ଏପରିକି ମୋ ଆହାର ନାମକ ସାଇଟ୍‌ରେ ମହାପ୍ରସାଦ ବିକ୍ରି ନେଇ ଦିଆ ଯାଉଛି ବିଜ୍ଞାପନ ।
ପୁରୀ: ମନ୍ଦିର ଓ ମହାପ୍ରଭୁଙ୍କୁ ନେଇ ଉଠିଲା ପାଟେଣ୍ଟ ବା କପି ରାଇଟ ଦାବି । ମହାପ୍ରଭୁ ଓ ଭକ୍ତଙ୍କ ଭାବାବେଗ ସହ ଖେଳିବାକୁ ପଛାଉ ନାହାନ୍ତି ସ୍ଵିଗି ଭଳି ନାମୀଦାମୀ କମ୍ପାନୀ । ବିଭିନ୍ନ ବିଜ୍ଞାପନରେ ମହାପ୍ରଭୁଙ୍କ ନାମ ଓ ଫୋଟୋକୁ ବ୍ୟବହାର କରି ଠକେଇ କରୁଥିବା ଅଭିଯୋଗ ହେଉଛି ।

କେତେବେଳେ ଅନଲାଇନ୍‌ରେ ମହାପ୍ରସାଦ ନେଇ ବିଜ୍ଞାପନ ତ ପୁଣି କେତେବେଳେ ପା ପୋଛ ବିକିବାକୁ ମହାପ୍ରଭୁଙ୍କ ଫଟୋର ବ୍ୟବହାର । ଏପରିକି ମୋ ଆହାର ନାମକ ସାଇଟ୍‌ରେ ମହାପ୍ରସାଦ ବିକ୍ରି ନେଇ ଦିଆ ଯାଉଛି ବିଜ୍ଞାପନ ।

ଏଥିସହ ପଢ଼ନ୍ତୁ: ୯ ଦିନରେ ରଥଯାତ୍ରା ସାରିବାକୁ ସହମତ ହୋଇପାରୁନି ଇସ୍କନ, ଆପତ୍ତି ଉଠାଇଲେ ଗଜପତି ମହାରାଜ

ଏହା ପୂର୍ବରୁ ଗତ ୧୬ ତାରିଖରେ ଅନଲାଇନ୍ ଡେଲିଭରି ସଂସ୍ଥା ସ୍ୱିଗି ନାଁରେ ବି ଅଭିଯୋଗ ହୋଇଥିଲା । ଭାଇରାଲ ଭିଡିଓରେ ସ୍ୱିଗି ନାଁ ବ୍ୟବହାର ହେବା ସହ ଅନ୍ନପ୍ରସାଦ ଯୋଗାଇ ଦେବାକୁ ଦିଆଯାଇଥିଲା ବିଜ୍ଞାପନ । ଯେଉଁଥିରେ ଶ୍ରୀମନ୍ଦିରର ଫଟୋ ଓ ଭିଡିଓ ବ୍ୟବହୃତ ହୋଇଥିଲା ।

ତେବେ ସ୍ୱିଗି ନାଁରେ ଏତଲା ଦେବା ସହ ଶ୍ରୀମନ୍ଦିରରେ ଅନଲାଇନ୍ ବିକ୍ରି ବ୍ୟବସ୍ଥାର କୌଣସି ପ୍ରାବଧାନ ନାହିଁ ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏଭଳି ଅଭିଯୋଗ ନୂଆ ନୁହେଁ । ପୂର୍ବରୁ ଅନେକବାର ଆସିଛି ଏମିତି ଅଭିଯୋଗ ।

୨୮ ଏପ୍ରିଲ- ଭକ୍ତ ନିବାସ ବୁକିଂ ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

୩୦ ମେ- ପୂଜା ପରିସେବା ନାମକ ୱେବସାଇଟରେ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ଦର୍ଶନ ଓ ପୂଜା ନେଇ ରହିଥିଲା ବିଜ୍ଞାପନ ।

୨୮ ଜୁଲାଇ- ପା ପୋଛରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଥାଇ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିଲା ଅଲ୍ଲୀ ଏକ୍ସପ୍ରେସ ନାମକ ୱେବ୍ ସାଇଟ୍ ।

୩୦ ଅଗଷ୍ଟ-
ଇଣ୍ଡିଆ ଥ୍ରିଲସ ନାମକ ଏକ ୱେବସାଇଟରେ ଜଗନ୍ନାଥ ଦର୍ଶନ ପାଇଁ ଟଙ୍କା ଦେବାକୁ ତଥ୍ୟ ରହିଥିଲା ।

୧୯ ଅଗଷ୍ଟ- ବ୍ରଜ୍ ମେଳା ନାମକ ଆପରେ ଖଜା ଓ ନିର୍ମାଲ୍ୟ ବିକ୍ରିକୁ ନେଇ ହୋଇଥିଲା ତୁମ୍ବି ତୁଫାନ ।

ଅକ୍ଟୋବର ୧୦-
ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ଦେଇଥିଲା ଏକ ଇ-କମର୍ସ ସଂସ୍ଥା ।

ଏଥିସହ ପଢ଼ନ୍ତୁ: ପାର୍ଟ ପ୍ଲଟ କିଣାବିକା ଜାଲିଆତି; ୩୦୦ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ନାଁ ଏବଂ ଫଟୋ ବ୍ୟବହାର କରାଯାଉଥିବାର ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସିବା ପରେ ଏବେ ଜୋର ଧରିଛି ପାଟେଣ୍ଟ ଦାବି । ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଶବ୍ଦାବଳୀକୁ ଏକ କପି ରାଇଟ ବା ପାଟେଣ୍ଟ ପ୍ରସ୍ତୁତ କରିବାକୁ ପୂର୍ବରୁ ଯୋଜନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଆଉ ଏହା କାର୍ଯ୍ୟକାରୀ ହେଲେ ଏସବୁ ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ମତ ପ୍ରକାଶ ପାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Jagannath Temple to Seek Copyright After Misuse in Ads | Argus News | Argus News