Puri Jagannath Temple / ଖଟଶେଯ ଘରୁ ରତ୍ନଭଣ୍ଡାରକୁ ନିଆଗଲା ୧୨ ଆଲମିରା; ପଡ଼ିଲା ୨ଟି ତାଲା, ଟ୍ରେଜେରୀରେ ରହିବ ଚାବି

Key Points
ଖଟଶେଯ ଘରୁ ୧୨ଟି ଆଲମିରାକୁ ଭିତର ରତ୍ନଭଣ୍ଡାରକୁ ନିଆ ଯାଇଛି । ଭିତର ରତ୍ନଭଣ୍ଡାରରେ ଦୁଇଟି ତାଲା ପକାଯାଇଛି, ଚାବିକୁ ଜିଲ୍ଲା ଟ୍ରେଜେରୀରେ ରଖାଯିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ସହ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ଚାବି ବନ୍ଦ କରାଯାଇଛି ।
ପୁରୀ: ମାହେନ୍ଦ୍ର ବେଳାରେ କଡ଼ା ସୁରକ୍ଷା ଭିତରେ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି ମହାପ୍ରଭୁଙ୍କ ଅଳଙ୍କାର । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା, ଶ୍ରୀମନ୍ଦିର ପରିଚାଳନା କମିଟିର ପରାମର୍ଶ ଅନୁସାରେ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ସରିଛି । ମଙ୍ଗଳବାର ସକାଳ ୧୦ଟା ୫୫ରେ ପ୍ରଥମେ ବାହାର ରତ୍ନଭଣ୍ଡାର ତାଲା ଖୋଲା ଯାଇଥିଲା । ଭିତର ରତ୍ନଭଣ୍ଡାର ପାଇଁ ଖଟଶେଯ ଘରୁ ଆଲମିରାକୁ ଭିତର ସ୍ଥାୟୀ ରତ୍ନଭଣ୍ଡାରକୁ ନିଆଯାଇଥିଲା ।
ଖଟଶେଯ ଘରୁ ୧୨ଟି ଆଲମିରାକୁ ଭିତର ରତ୍ନଭଣ୍ଡାରକୁ ନିଆ ଯାଇଛି । ଭିତର ରତ୍ନଭଣ୍ଡାରରେ ଦୁଇଟି ତାଲା ପକାଯାଇଛି, ଚାବିକୁ ଜିଲ୍ଲା ଟ୍ରେଜେରୀରେ ରଖାଯିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲାଯିବା ସହ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇ ଚାବି ବନ୍ଦ କରାଯାଇଛି । ବାହାର ରତ୍ନଭଣ୍ଡାର ପାଇଁ ଚାଙ୍ଗଡ଼ା ଘରୁ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି । ସକାଳ ୧୦ଟା ୫୫ରୁ ଆରମ୍ଭ ହୋଇଥିବା ରତ୍ନ ଅଳଙ୍କାର ସ୍ଥାନାନ୍ତର ଦିନ ୨ଟା ୫୫ରେ ସରିଛି ।
ଏଥିସହ ପଢ଼ନ୍ତୁ: ଆଜି ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର , ସକାଳ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପ୍ରାୟ ଚାରିଘଣ୍ଟା ସମୟ ମଧ୍ୟରେ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଛି । ତେବେ ରତ୍ନ ଅଳଙ୍କାର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଗଣତିମଣତି କରାଯାଇ ନାହିଁ । ଏନେଇ ପ୍ରତିକ୍ରିୟା ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, "ଅଳଙ୍କାର ଗଣତିମଣତି ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ରତ୍ନ ଅଳଙ୍କାର ସ୍ଥାନାନ୍ତରଣ ବେଳେ ଏସଓପି ଅନୁଯାୟୀ ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି ହୋଇଛି । ଭିତର ରତ୍ନଭଣ୍ଡାର ତାଲା ପକାଯିବା ପରେ ଚାବି ୨ଟିକୁ ଜିଲ୍ଲା ଟ୍ରେଜେରୀରେ ଜମା କରାଯାଇଛି । ପରମ୍ପରା ଅନୁସାରେ ବାହାର ରତ୍ନଭଣ୍ଡାର ଚାବି ଗଜପତିଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ, ଭଣ୍ଡାର ମେକାପଙ୍କ ପାଖରେ ରହିବ ।"
📱 Get Argus News App
✨
ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ନେଇ ଗତ ବୁଧବାର ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଅଳଙ୍କାର ସ୍ଥାନାନ୍ତରଣ ପୂର୍ବରୁ ପୂର୍ବ ନିଷ୍ପତ୍ତି ଅନୁସାରେ, ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଥିଲା । କେବଳ ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ଥିଲା । ଅଳଙ୍କାର ସ୍ଥାନାନ୍ତରଣ ନେଇ ପାଳିଆ ସେବାୟତଙ୍କୁ ପାସ୍ ଦିଆଯାଇଥିଲା ।
ସ୍ଥାନାନ୍ତରଣ ସମୟରେ ରତ୍ନଭଣ୍ଡାର ସବ୍ କମିଟିର ସମସ୍ତ ୯ ସଦସ୍ୟଙ୍କ ସହ ପୂର୍ବରୁ ରାଜ୍ୟ ସରକାର କରିଥିବା ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ ଉପସ୍ଥିତ ରହିଥିଲେ । ଶେଷଥର ପାଇଁ ୧୯୮୬ ମସିହାରେ ରତ୍ନ ଅଳଙ୍କାର ଗଣତି ମଣତି ହୋଇଥିଲା ।
Related Topics
Explore more stories