Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lord Jagannath Pahuda Niti / ପୁଣି ରାତି ଅନିଦ୍ରା ହେଲେ ଚକାଆଖି, ଜଳକ୍ରୀଡା ପରେ ସାରା ରାତି ଉଜାଗର ବ୍ରହ୍ମାଣ୍ଡ ଠାକୁର

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ପୁଣି ରାତି ଅନିଦ୍ରା ହେଲେ ଚକାଆଖି, ଜଳକ୍ରୀଡା ପରେ ସାରା ରାତି ଉଜାଗର ବ୍ରହ୍ମାଣ୍ଡ ଠାକୁର
Lord Jagannath

Key Points

ପୁଣି ସାରା ରାତି ଶୋଇ ପାରିଲେନି ମହାପ୍ରଭୁ
ଏକାଦଶୀର ଜଳକ୍ରୀଡା ପରେ ସାରା ରାତି ଉଜାଗର ବ୍ରହ୍ମାଣ୍ଡ ଠାକୁର
ମାସଟିଏ ପୁରିନି, ୫ ରାତି ଅନିଦ୍ରା ହେଲେଣି ବିଶ୍ୱ ନିଅନ୍ତା
ପୁଣି ରାତି ଅନିଦ୍ରା ହେଲେ ଚକାଆଖି । ମାସଟିଏ ପୁରିନି, ୫ ରାତି ଅନିଦ୍ରା ହେଲେଣି ବିଶ୍ୱ ନିଅନ୍ତା । ଗତକାଲି ଜଳକ୍ରୀଡା ପରେ ସାରା ରାତି ଉଜାଗର ରହିଲେ ମହାପ୍ରଭୁ । ପହୁଡ ନୀତି ନ ହେବାକୁ ନେଇ ଖପ୍ପା ଜଗନ୍ନାଥ ପ୍ରେମୀ । ଏପରିକି ମହାପ୍ରଭୁଙ୍କ ବାଡଗ୍ରାହୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ବତନ ମୁକ୍ତି ମଣ୍ଡପ ସଦସ୍ୟ କହିଛନ୍ତି, ମହାପ୍ରଭୁଙ୍କୁ ଅନିଦ୍ରା ରଖି କେମିତି ଶୋଇଛନ୍ତି ଅଫିସର୍ । ତେବେ ସଅଳ ଦ୍ୱାରଫିଟା ଓ ମଙ୍ଗଳ ଆଳତୀ ଉପରେ ଗୁରୁତ୍ବ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଛତିଶା ନିଯୋଗ ।

ପୁଣି ଅନିଦ୍ରା ମହାପ୍ରଭୁ । ଗତକାଲି ଅପରାହ୍ନ ୧୨ଟା ୧୫ରେ ଭିତର କାଠ ନିକଟରେ ରକ୍ତ ପଡିଥିଲା । ମହାସ୍ନାନ ହୋଇ ଦେଢ଼ ଘଣ୍ଟା ବିଳମ୍ବିତ ହୋଇଥିଲା ଶ୍ରୀମନ୍ଦିର ନୀତି । ଗୁରୁବାର ଏକାଦଶୀ ଥିବାରୁ ବହୁଳ ନୀତି ରହିଥିଲା । ଅପରାହ୍ନ ୪ଟା ୫୦ ବେଳକୁ ହୋଇଥିଲା ବଡ ସିଂହାର । ପରେ ଅନ୍ୟ ନୀତି ଗୁଡ଼ିକ ବନ୍ଦ ରହିଥିଲା । ପରଦିନର ନୀତି ଆରମ୍ଭ ହୋଇଥିଲା । ଅର୍ଥାତ୍ ରାତି ୮ ଟା ୨୫ରୁ ଜଳକ୍ରୀଡା ସାରିବା ପରେ ସାରା ରାତି ଅନିଦ୍ରା ରହିଥିଲେ ଠାକୁର । ତେବେ ମହାପ୍ରଭୁଙ୍କ ପହୁଡ ନ ହେବା ନୂଆ କଥା ନୁହେଁ ବରଂ ମାସେ ନ ପୁରୁଣୁ ୫ ରାତି ଅନିଦ୍ରା ହେଲେଣି ଚକା ଆଖି । ଏଥିପାଇଁ ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କ ମନରେ କ୍ଷୋଭ ଓ ଦୁଃଖ ।

ସେପଟେ ବହୁଳ ନୀତିକୁ ତ୍ୱରାନ୍ୱିତ କରିବା ସହିତ ନୀତି ଶୃଙ୍ଖଳା ପାଇଁ ସଅଳ ମଙ୍ଗଳ ଆଳତୀ ଓ ଦ୍ୱାରଫିଟା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ପ୍ରଶାସକ ଓ ସେବାୟତ ନିଯୋଗ । ହେଲେ ଗତ ୧୦ ତାରିଖ ରାତିରେ ଠିକ ସମୟରେ ଅର୍ଥାତ୍ ୧୧ ଟା ୩୫ରେ ପହୁଡ଼ ନୀତି ହୋଇଥିଲା । ହେଲେ ୧୧ ତାରିଖରେ ଦ୍ୱାରଫିଟା ହୋଇ ମଙ୍ଗଳ ଆଳତୀ ହେବା ବେଳକୁ ହୋଇଥିଲା ସକାଳ ସାଢ଼େ ୬ଟା । ପରେ ମହାସ୍ନାନ, ଗୁରୁବାର ଏକାଦଶୀ ନୀତି ରହିଥିଲା । ତେଣୁ ଦ୍ୱାରଫିଟା ସଅଳ ହୋଇନି । ଜଗନ୍ନାଥ ପ୍ରେମୀଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଛି, ପହୁଡ ନୀତି ନହୋଇ ମହାପ୍ରଭୁଙ୍କୁ ରାତି ଅନିଦ୍ରା ରଖିବା । ଯାହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ନୀତି ଶୃଙ୍ଖଳା ପ୍ରଶାସନ ଓ ସେବକ ସମନ୍ୱୟରେ ଅଭାବ ଯୋଗୁଁ ମହାପ୍ରଭୁ ଅନିଦ୍ରା ରହୁନାହାନ୍ତି ତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lord Jagannath Remains Awake All Night as Pahuda Niti Is Delayed | Argus News