Jagannath Temple / ନାଟମଣ୍ଡପରେ ଦୁଇ ସେବାୟତ ମାରପିଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାନୁଷ୍ଠାନ
·8 months ago·2 min read

Key Points
ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ୨୧ (କ) ଧାରା ଅନୁଯାୟୀ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି ।
ପୁରୀ: ବାହାର କାଠ ନିକଟରେ ଯାତ୍ରୀମାନଙ୍କ ଠାରୁ ବେଆଇନ୍ ଭାବେ ଅର୍ଥ ଆଦାୟ । ପରେ ଆଦାୟ ଟଙ୍କାକୁ ନେଇ ନିଜ ନିଜ ଭିତରେ ମାରପିଟ ତଥା ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିରର ଶୃଙ୍ଖଳା, ସୁରକ୍ଷା ଓ ଗରିମାକୁ ଗୁରୁତର ଭାବେ ପ୍ରଭାବିତ କରିଥିବାରୁ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୫ର ୨୧ (କ) ଧାରା ଅନୁଯାୟୀ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁଆର ବଡୁ ସେବକ ନାରାୟଣ ପଣ୍ଡା ଏବଂ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଦୁଇ ମାସ ପାଇଁ ନିଲମ୍ବନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ନବୀନଙ୍କ ସନ୍ତାନ ଥିଲେ ଅସୁସ୍ଥ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?: ଶ୍ରୀମୟୀ ମିଶ୍ର
ସେଇଭଳି ଶ୍ରୀମନ୍ଦିର ପରିସରରେ ଡାଲଡା ଘିଅ ବ୍ୟବହାର କରିବାକୁ ପ୍ରରୋଚନା ଦେଇଥିବାରୁ ଜଣେ ସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହାସୁଆର ସେବକ ବେନା ମହାସୁଆରଙ୍କୁ ମଧ୍ୟ ଦୁଇ ମାସ ପାଇଁ ସେବାକାର୍ଯ୍ୟରୁ ନିଲମ୍ବନ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଉପରୋକ୍ତ ୩ ଜଣ ସେବକଙ୍କୁ ସ୍ପଷ୍ଟ ଭାବରେ ଚେତେଇ ଦିଆଯାଇଛି ଯେ, ଏହି ନିଲମ୍ବନ ସମୟରେ ସେମାନେ ନିଜେ କିମ୍ବା ଅନ୍ୟ କୌଣସି ସେବାୟତ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ଵାରା କୌଣସି ପ୍ରକାର ବିଶୃଙ୍ଖଳା କରିବେ ନାହିଁ । ଅପଚେଷ୍ଟା କଲେ ନିଲମ୍ବନ ଅବଧିକୁ ବୃଦ୍ଧି କରାଯିବା ସହ ଆହୁରି ଅଧିକ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏଥିସହ ପଢ଼ନ୍ତୁ: CSK ସିଇଓ ଦେଲେ ବଡ଼ ଅପଡେଟ୍, IPL ଆଗାମୀ ସିଜିନ୍ ଖେଳିବେ ଧୋନି !
ଶ୍ରୀମନ୍ଦିର ପରିସରରେ ମହାପ୍ରଭୁଙ୍କ ନୀତିକାନ୍ତି ବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନରେ କୌଣସି ପ୍ରକାର ବାଧକ ସାଜିଲେ, ସମ୍ପୃକ୍ତ ସେବାୟତ କିମ୍ବା ଅନ୍ୟ ବ୍ୟକ୍ତି ବିଶେଷଙ୍କୁ ଛଡ଼ାଯିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି । ଶ୍ରୀମନ୍ଦିରର ଶୃଙ୍ଖଳା ଏବଂ ଗାରିମା ରକ୍ଷା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ମୁଖ୍ୟ ପ୍ରଶାସକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories