Naveen Patnaik / ନବୀନଙ୍କ ସନ୍ତାନ ଥିଲେ ଅସୁସ୍ଥ ଅବସ୍ଥାରେ ପ୍ରଚାର ପାଇଁ ଛାଡ଼ିଥାନ୍ତେ କି ?: ଶ୍ରୀମୟୀ ମିଶ୍ର
·5 months ago·2 min read

Key Points
ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ବିଜେଡି, ନବୀନଙ୍କୁ କିଭଳି ବ୍ୟବହାର କରୁଛି ତା'ର ପୋଲ୍ ଖୋଲି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, "ଆମ ଭିତରୁ କେହି ପୁଅ କିମ୍ବା ଝିଅ, ଆମ ବାପାଙ୍କୁ ଏଭଳି ଅସୁସ୍ଥ ଅବସ୍ଥାରେ ବାହାରକୁ ଛାଡ଼ିବା କି ?"
ଭୁବନେଶ୍ଵର: ନବୀନ ପଟ୍ଟନାୟକଙ୍କ କୌଣସି ପୁଅ କିମ୍ବା ଝିଅ ଥିଲେ କ'ଣ ହୋଇଥାନ୍ତା ? ଉପନିର୍ବାଚନ ପ୍ରଚାର ପାଇଁ ଏଭଳି ଅସୁସ୍ଥ ଅବସ୍ଥାରେ ତାଙ୍କୁ ଯିବାକୁ ଦେଇଥାନ୍ତେ କି ? ଏହି ପ୍ରଶ୍ନର ଉତ୍ତର ରାଜନୀତିଠୁ ଊର୍ଦ୍ଧ୍ଵରେ ସମସ୍ତଙ୍କ ମୁହଁରେ 'ନା' ହିଁ ଆସିବ । କିନ୍ତୁ ଭଲକରି ଚାଲି ପାରୁନଥିବା, ଆଉ ପାଦେ ଚାଲିବା ପାଇଁ କଷ୍ଟ ପାଉଥିବା ଭଳି ଦେଖା ଯାଉଥିବା ନବୀନଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ବାଜିରେ ଲଗାଇ ଦେଇଛି ।
ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ବିଜେଡି, ନବୀନଙ୍କୁ କିଭଳି ବ୍ୟବହାର କରୁଛି ତା'ର ପୋଲ୍ ଖୋଲି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, "ଆମ ଭିତରୁ କେହି ପୁଅ କିମ୍ବା ଝିଅ, ଆମ ବାପାଙ୍କୁ ଏଭଳି ଅସୁସ୍ଥ ଅବସ୍ଥାରେ ବାହାରକୁ ଛାଡ଼ିବା କି ?"
ଏଥିସହ ପଢ଼ନ୍ତୁ: ଭୋଟିଂର ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ, ନୂଆପଡ଼ା ଛାଡ଼ିବେ ଜିଲ୍ଲା ବାହାର ନେତା ଓ କର୍ମୀ; ନ ମାନିଲେ କାର୍ଯ୍ୟାନୁଷ୍ଠାନ
ଏହା କେବଳ ରାଜନୀତି ସମ୍ପର୍କରେ ନୁହେଁ, ଏହା ମାନବିକତା ସମ୍ପର୍କରେ । ଆମେ ବଡ଼ଙ୍କୁ କେମିତି ଭଲପାଉ, କେମିତି ସମ୍ମାନ ଦେଉ ବୋଲି ଲେଖି ପରୋକ୍ଷରେ ପାଣ୍ଡିଆନ୍ ଦମ୍ପତିଙ୍କୁ ଟାର୍ଗେଟ୍ କରିଛନ୍ତି ଶ୍ରୀମୟୀ ମିଶ୍ର । ଯଦିଓ ନୂଆପଡ଼ା ଉପନିର୍ବାଚନରେ କେହି ଜିତିଲେ କି ହାରିଲେ ସରକାର ଉପରେ କିଛି ପ୍ରଭାବ ପଡ଼ିବ ନାହିଁ । ତାହେଲେ ୭୯ ବର୍ଷ ବୟସରେ ନବୀନଙ୍କୁ ପ୍ରଚାର ମୈଦାନରେ ବୁଲାଇ ବିଜେଡି କେଉଁ ବାର୍ତ୍ତା ଦେବାକୁ ଚାହୁଁଛି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପ୍ରଚାର ପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ନୂଆପଡ଼ା ଯାଇଥିଲେ । ପାରକୋଡ଼ରେ ରାଜନୈତିକ ସଭା ପରେ ଖରିଆର ରୋଡ୍ ଓ ନୂଆପଡ଼ା ଏନଏସିରେ ରୋଡ୍ ଶୋ' କରିଥିଲେ ନବୀନ ।
ଏଥିସହ ପଢ଼ନ୍ତୁ: 'ଘର ଚଳାଇବା ପାଇଁ ଓଡ଼ିଆ ଶିଖିଗଲେ ମାଳବିକା, ୨୪ ବର୍ଷରେ ପାରିଲେନି ନବୀନ': ବିଷ୍ଣୁଦେବ ସାଏ
ଆଉ ଶ୍ରୀମୟୀ ପୋଷ୍ଟ କରିଥିବା ଏ ଭିଡିଓ ହେଉଛି, ଭୁବନେଶ୍ଵର ଏୟାରପୋର୍ଟ ୩ ନମ୍ବର ଗେଟ୍ର । ଭୁବନେଶ୍ଵରରୁ ନୂଆପଡ଼ା ଯାଉଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ଦୁଇ ହାତକୁ ଧରି ଦୁଇ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଆଗକୁ ବଢ଼ୁଛନ୍ତି । କିନ୍ତୁ କ୍ଳାନ୍ତ ନବୀନ ଚାଲିବାକୁ ନାରାଜ ଥିବା ଭଳି ଦେଖା ଯାଉଛନ୍ତି । ଆଉ ଅଳ୍ପ ବାଟ ଅଛି କହି ନବୀନଙ୍କୁ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଆଗକୁ ନେଇ ଯାଉଥିବା ଦେଖା ଯାଉଛି ।
୨୦୨୪ ସାଧାରଣ ନିର୍ବାଚନର ବେଶ୍ ପୂର୍ବରୁ ନବୀନଙ୍କ ହାତରେ ବିଜେଡିର ନିୟନ୍ତ୍ରଣ ନଥିବା ଚର୍ଚ୍ଚା ଚାଲିଥିଲା । ଆଉ ଚର୍ଚ୍ଚାକୁ ବଳ ଯୋଗାଇ ପାଣ୍ଡିଆନ ସାଧାରଣ ନିର୍ବାଚନରେ ଦଳର ପ୍ରଚାର ମଙ୍ଗ ଧରିଥିଲେ । ନିର୍ବାଚନରେ ଦଳ ହାରିବା ସହ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ଘୋଷଣା କଲେ । କିନ୍ତୁ, ଏବେବି ପ୍ରଚ୍ଛଦ ପଟରେ ରହି ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିବା ଅନେକ ସମୟରେ ଦଳର ବରିଷ୍ଠ ନେତା ଅଭିଯୋଗ କରି ଆସୁଛନ୍ତି । ଆଉ ବିଜେଡିରୁ ନିଲମ୍ବିତ ଶ୍ରୀମୟୀ ମିଶ୍ର 'ନବୀନ'ଙ୍କ ଏହି ଭିଡିଓ ପୋଷ୍ଟ କରି ପରୋକ୍ଷରେ ପାଣ୍ଡିଆନ୍ ଦମ୍ପତିଙ୍କୁ ଟାର୍ଗେଟ୍ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories