Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ancient Temple Secrets / ପୁରୀ ମାଟି ତଳେ ଗଙ୍ଗବଂଶର ଗାରିମା, ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ

Santosh Kumar Sahoo
Browse all articles by Santosh Kumar Sahoo
·3 months ago·2 min read
ପୁରୀ ମାଟି ତଳେ ଗଙ୍ଗବଂଶର ଗାରିମା, ଶ୍ରୀମନ୍ଦିରରୁ ସମୁଦ୍ର ପର୍ଯ୍ୟନ୍ତ ରହିଛି ସୁଡ଼ଙ୍ଗ
Puri

Key Points

ଶ୍ରୀମନ୍ଦିର ତଳେ ଚମତ୍କାର ଆବିଷ୍କାର
GPR ସର୍ଭେ ଖୋଲିଲା ବଡ଼ ରହସ୍ୟ
ପୁରୀ ମାଟି ତଳେ ଲୁଚିଛି ଗଙ୍ଗବଂଶର ଇତିହାସ

ଶ୍ରୀମନ୍ଦିର ଚୌହଦୀ ମାଟି ତଳେ ଗଙ୍ଗବଂଶର ଗାରିମା । ମାଟି ତଳେ ଭର୍ତ୍ତି ହୋଇ ରହିଛି କୀର୍ତ୍ତିରାଜି । GPR ସର୍ଭେରୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ । ଶ୍ରୀମନ୍ଦିର ଠାରୁ ସମୁଦ୍ର ପର୍ଯ୍ୟନ୍ତ ଳମ୍ବି ରହିଛି ସୁଡଙ୍ଗ । ୨୧.୬ ବର୍ଗମିଟର ପରିମିତ ଅଞ୍ଚଳରେ ରହିଛି କୋଠା । ଶ୍ରୀଜଗନ୍ନାଥ ମନ୍ଦିର ଚୌହଦୀରେ ୪୩ଟି ଐତିହ୍ୟ ଠାବ ହୋଇଥିବା ସୂଚନା ରହିଛି ।

ଗତ ପରିକ୍ରମା ପ୍ରକଳ୍ପ ସମୟରେ ଖୋଳତାଡ଼ ବେଳେ ଏମାର ମଠ ନିକଟରୁ ମିଳିଥିଲା ଗଙ୍ଗବଂଶ ସମୟର ସିଂହମୂର୍ତ୍ତି । ବିନା GPR ସର୍ଭେରେ ଚୌହଦୀ ଖନନକୁ ନେଇ ଅସନ୍ତୋଷ ପରେ ୪୦ ଲକ୍ଷ ଖର୍ଚ୍ଚ କରି ଓବସିସି ଜରିଆରେ ହୋଇଥିଲା ଜିପିଆର୍ ସର୍ଭେ । ଏହା ସହ ମାଟି କିମ୍ବା ଅନ୍ୟାନ୍ୟ ଧାତୁର ପାତ୍ର ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଠାବ କରାଯାଇଛି ।

ସୁରକ୍ଷିତ ଖନନ କରି ଏ ସବୁକୁ ସଂରକ୍ଷିତ କରାଯାଇପାରେ ବୋଲି ଜିପିଆର ସର୍ଭେ ରିପୋର୍ଟରେ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଛି । ଏଭଳି ତଥ୍ୟ ଆସିବାପରେ ମାଟି ତଳେ ବିଭିନ୍ନ କୀର୍ତ୍ତିରାଜି ସନ୍ଦେହ ସ୍ପଷ୍ଟ ହେବାରେ ଲାଗିଛି । ୨୦୨୨ ମସିହା ମେ' ମାସ ୨୨ ତାରିଖ ରାତିରେ ଜିପିଆର୍‌ ସର୍ଭେ ହୋଇଥିଲା । ଗାନ୍ଧୀ ନଗର ଆଇଆଇଟିର ଦୁଇଟି ଟିମ୍ ଆସି ଶ୍ରୀମନ୍ଦିର ଚୌହଦୀ ସମେତ ବିଭିନ୍ନ ଜାଗାରେ ଜିପିଆର୍ ସର୍ଭେ କରିଥିଲେ । ଓବିସିସି ଦାୟିତ୍ୱରେ ପ୍ରାୟ ୪୦ ଲକ୍ଷ ଖର୍ଚ୍ଚ କରିଥିଲା ଶ୍ରୀମନ୍ଦିର ପ୍ରଶାସନ ।

କେବଳ ଶ୍ରୀମନ୍ଦିର କଡ଼ କିମ୍ବା ଶ୍ରୀମନ୍ଦିର ପ୍ରକଳ୍ପ ପରିସର ନୁହେଁ, ବରଂ ସହର ସାରା ମାଟିତଳେ ଐତିହ୍ୟ କୀର୍ତ୍ତିରାଜି ଭର୍ତ୍ତି ହୋଇ ରହିଥିବା ସହ ଶ୍ରୀମନ୍ଦିରଠାରୁ ସମୁଦ୍ର ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ରହିଛି । ସୂଚନା ଅଧିକାର ଆଇନ ବଳରେ ଦିଲ୍ଲୀପ ବରାଳ ପାଇଥିବା ତଥ୍ୟରେ ଏଭଳି ସୂଚନା ମିଳିଛି । ତେଣୁ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Hidden Heritage Under Puri: Tunnel Found from Jagannath Temple to Sea | Argus News