Videos
|
Odisha

Jagannath Temple / ମହାକାର୍ତ୍ତିକର ଶେଷ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼; ଦିବ୍ୟ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ଭକ୍ତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମହାକାର୍ତ୍ତିକର ଶେଷ ଦିନରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼; ଦିବ୍ୟ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ଭକ୍ତ
Lord Jagannath's Rajarajeswar Besha in Puri

Key Points

୩ ଦିନ ହେଲାଣି ଚକା ଆଖିରେ ପଡ଼ିନି ପଲକ
ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିଅନ୍ତା
ଆସନ୍ତାକାଲି ଶ୍ରୀକ୍ଷେତ୍ର ଛାଡ଼ିବେ ହବିଷ୍ୟାଳୀ
ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଲେ ଦାରୁଦିଅଁ । ସାରା ରାତି ଚାଲିଲା ଜଗନ୍ନାଥ ଦର୍ଶନ । ୩ ଦିନ ହେଲାଣି ଚକା ଆଖିରେ ପଡୁନି ପଲକ । ସେପଟେ ପଞ୍ଚତୀର୍ଥ ପୁଷ୍କରିଣୀ ଓ ବେଳାଭୂମିରେ ଡଙ୍ଗା ଭସାଇ ନୌବାଣିଜ୍ୟ ଇତିହାସ ମନେ ପକାଇଛନ୍ତି ଲୋକେ । ଆସନ୍ତାକାଲି ଶ୍ରୀକ୍ଷେତ୍ର ଛାଡ଼ିବେ ହବିଷ୍ୟାଳୀ ।

ମହାକାର୍ତ୍ତିକର ଶେଷ ଦିନରେ ଶ୍ରୀକ୍ଷେତ୍ରରେ ଲାଗିଛି ଭିଡ଼ । କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ତିଥିରେ, ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବିଶ୍ୱନିଅନ୍ତା କାଳିଆ ଠାକୁର । ୪ ଦିନିଆ ମହାପଞ୍ଚୁକରେ ୩ ଦିନ ହେଲାଣି ଚକା ଆଖିରେ ପଡ଼ିନି ପଲକ । ସାରା ରାତି ଅନିଦ୍ରା ଦାରୁ ଦିଅଁ ।

ଏଥିସହ ପଢ଼ନ୍ତୁ: ‘କାର୍ତ୍ତିକ ପୂର୍ଣ୍ଣିମା’ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ

ଗତକାଲି ମଧ୍ୟ ପଞ୍ଚୁକର ଅନ୍ୟ ଦୁଇ ଦିନ ଭଳି ପହୁଡ ନୀତି ହୋଇ ନଥିବା ବେଳେ ଆଜି ସକାଳୁ ଅବକାଶ ପରେ ସୁବର୍ଣ୍ଣ ବେଶରେ ଶ୍ରୀହସ୍ତ, ଶ୍ରୀପୟର, କିରୀଟ, ହରିଡ଼ା ମାଳି, ଅଁଳା ମାଳି ଆଦି ସଜ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୂର୍ଣ୍ଣିମାର ତିଥିରେ ଦିବ୍ୟ ଦୁର୍ଲଭ ବେଶ ଦର୍ଶନ କରି କୃତାର୍ଥ ହୋଇଛି ଭକ୍ତଙ୍କ ଆଖି ।

ସେପଟେ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ସମେତ ପୁଣ୍ୟ ମହୋଦଧିରେ ଲହଡ଼ି ଭାଙ୍ଗିବା ସହ ଡ଼ଙ୍ଗା ଭସାଇ ପୂର୍ବଜଙ୍କ ନୌବାଣିଜ୍ୟ ସ୍ମୃତିକୁ ମନାଇଛନ୍ତି ଶ୍ରଦ୍ଧାଳୁ । ତେବେ ଗତ କିଛି ବର୍ଷ ଧରି ଚାଲିଥିବା ରଙ୍ଗୀନ ଡଙ୍ଗାର ଟ୍ରେଣ୍ଡ ପରିବର୍ତ୍ତେ ଦେଖିବାକୁ ମିଳିଥିଲା କଦଳୀ ପଟୁଆର ଡଙ୍ଗା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଅନଲାଇନ୍ ଗେମ୍‌ରେ ପ୍ରେମରେ ଫସାଇଲେ; ପୁରୀର ନାବାଳିକାଙ୍କୁ ଅପହରଣ କରିନେଲେ କେନିଆର ଯୁବକ 

ଯାହା ହଜି ଯାଇଥିବା ସଂସ୍କୃତି ଭିତରେ ଆମ ପରମ୍ପରାକୁ ମନେ ପକାଇ ଦେଇଥିଲା । ଏହାସହିତ ପରିବେଶ ପାଇଁ ଦେଇଛି ସୁନ୍ଦର ବାର୍ତ୍ତା । ଅନ୍ୟପଟେ ପରମ୍ପରାରେ ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମଧ୍ୟ ସାମିଲ୍ ହୋଇଥିଲେ । ତେବେ ସୁରକ୍ଷା ଦୃଷ୍ଟିରୁ ବେଳାଭୂମି ପାଇଁ ଅତିରିକ୍ତ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ରାତି ପାହିଲେ ଶ୍ରୀକ୍ଷେତ୍ର ଛାଡ଼ିବେ ହବିଷ୍ୟାଳୀ । ଆଜି ବାଲୁକା ଡଙ୍ଗା ଦେଇ ପୂଜା କରି ବ୍ରତ ଉଦଯାପନ କରିଥିବା ବେଳେ ଆସନ୍ତାକାଲି ଶ୍ରୀକ୍ଷେତ୍ର ଛାଡ଼ି ଯିବା ପୂର୍ବରୁ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ କରି ଭାବ ବିହ୍ଵଳ ହୋଇଛନ୍ତି ।