Crime In Odisha / ଅନଲାଇନ୍ ଗେମ୍ରେ ପ୍ରେମରେ ଫସାଇଲେ; ପୁରୀର ନାବାଳିକାଙ୍କୁ ଅପହରଣ କରିନେଲେ କେନିଆର ଯୁବକ
·48 mins ago·2 min read

Key Points
ହିନ୍ଦୁ ନାବାଳିକାଙ୍କୁ ଉଠାଇ ନେଇ ଟଙ୍କା ମାଗିଲେ ବିଦେଶୀ ମୁସଲମାନ ଯୁବକ । ପୁରୀ ସହରରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା ।
ପୁରୀ: କେନିଆରୁ ଆସି ପୁରୀରୁ ନାବାଳିକାଙ୍କୁ ଅପହରଣ । ହିନ୍ଦୁ ନାବାଳିକାଙ୍କୁ ଉଠାଇ ନେଇ ଟଙ୍କା ମାଗିଲେ ବିଦେଶୀ ମୁସଲମାନ ଯୁବକ । ପୁରୀ ସହରରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଅନଲାଇନ୍ କ୍ୟାରମ୍ ଗେମ୍ରୁ ସମ୍ପର୍କ ପରେ ନାବାଳିକାଙ୍କୁ କିଡନାପ୍ କରି ନେଇଛି କେନିଆର ଯୁବକ ।
ଅପହରଣ ପରେ ନାବାଳିକାଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ବି ମାଗିଛି । ପୁରୀ ଟାଉନ୍ ଥାନାରେ ଏନେଇ ଅଭିଯୋଗ ପରେ ପୋଲିସ ଛାନଭିନ୍ କରିଥିଲା । ପୋଲିସର ଟ୍ରାକିଂରୁ ଜଣାପଡ଼ିଥିଲା, ଭୁବନେଶ୍ଵରର ଜାଗମରା ଅଞ୍ଚଳରୁ VPN ମାଧ୍ୟମରେ କଲ୍ କରାଯାଇଛି । ପୁରୀ ପୋଲିସ ତତକ୍ଷଣାତ୍ ଏକ ଟିମ୍ ଗଠନ କରି ସର୍ଚ୍ଚ ଆରମ୍ଭ କରିଥିଲା ।
ଏଥିସହ ପଢ଼ନ୍ତୁ: ହୁକା ବାର ମାଲିକ ସାବଧାନ୍ ! ହୁକା ବାର୍ ଉପରେ ଏବେ କମିସନରେଟ୍ ପୁଲିସର କଡ଼ା ନଜର
ଏକ ଘରୋଇ ହୋଟେଲରୁ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ନାବାଳିକାଙ୍କୁ ଅପହରଣ କରିଥିବା କେନିଆ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ କେନିଆର କିସୁମୁ ଅଞ୍ଚଳର ମହମ୍ମଦ ଫୈଜ୍ (୩୪) ବୋଲି ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂହ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାରେମ୍ ଖେଳରୁ ସମ୍ପର୍କ
ପୋଲିସ ଦେଇଥିବା ସୂଚନା ଅନୁସାରେ, ଗତବର୍ଷ ଏକ ଅନଲାଇନ୍ କ୍ୟାରେମ୍ ଖେଳରୁ ପୀଡ଼ିତା ଓ କେନିଆ ନାଗରିକ ସମ୍ପର୍କରେ ଆସିଥିଲେ । ଚାଟିଂରୁ ସମ୍ପର୍କ ବଢ଼ିବା ପରେ ପୀଡ଼ିତାଙ୍କ ବିଶ୍ଵାସ ଜିତିଥିଲେ କେନିଆ ନାଗରିକ । ମହମ୍ମଦ ଫୈଜ୍ ତାର ବାପାଙ୍କ ଚିକିତ୍ସା ପାଇଁ ଆବେଦନ କରି ଭିଜା ପାଇବା ପରେ ଗୁଜରାଟ ଆସିଥିଲା ।
ନଭେମ୍ବର ୧୦ରେ ମହମ୍ମଦ ଫୈଜ୍ ମହମ୍ମଦ ଭୁବନେଶ୍ଵର ଆସିଥିଲା । ପୀଡ଼ିତାଙ୍କ ସହ ଯୋଗାଯୋଗରେ ରହି ୧୮ ତାରିଖରେ ପୁରୀ ଏସ୍ସିଏସ୍ କଲେଜ ପାଖାପାଖି ଅଞ୍ଚଳରେ ୧୭ ବର୍ଷର ନାବାଳିକାଙ୍କୁ ଭେଟିଥିଲା । ଭୁବନେଶ୍ଵର ଯିବା ଲାଗି ପୀଡ଼ିତାଙ୍କୁ ପ୍ରବର୍ତ୍ତାଇ ଥିଲା ମହମ୍ମଦ ଫୈଜ୍ ।
ନଭେମ୍ବର ୨୩ରେ ନାବାଳିକା ଭୁବନେଶ୍ଵର ଯାଇ ମହମ୍ମଦ ଫୈଜ୍ ମହମ୍ମଦଙ୍କୁ ଭେଟିଥିଲା । ମହମ୍ମଦ ଫୈଜଙ୍କୁ ପୀଡ଼ିତା ଭେଟିବା ପରେ ସେ ଅଟକାଇ ପରିବାର ଲୋକଙ୍କୁ ଲକ୍ଷାଧିକ ଟଙ୍କା ଦାବି କରିଥିଲେ । ଏନେଇ ପରିବାର ଲୋକ ପୋଲିସରେ ଅଭିଯୋଗ କରିବା ପରେ ପୁରୀ ପୋଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ।
ଶାରିରୀକ ସମ୍ପର୍କ ପାଇଁ ଚାପ
ପୁରୀ ପୋଲିସ ଅନୁସାରେ, ଅଭିଯୁକ୍ତ ଜଣଙ୍କ ପୀଡ଼ିତାକୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଅଭିଯୁକ୍ତର ମୋବାଇଲ୍ ସର୍ଚ୍ଚ ବେଳେ ମହମ୍ମଦ ଫୈଜ୍ ଅନ୍ୟ ମହିଳାଙ୍କ ସମାନ ଧରଣର ବିଶ୍ଵାସ ଘାତକତା କରିଥିବା ପୋଲିସ ଜାଣିବାକୁ ପାଇଛି ।

ଏଥିସହ ପଢ଼ନ୍ତୁ: ଘର ଅଗଣାରୁ ୨ ବର୍ଷର ଶିଶୁକନ୍ୟାକୁ ଉଠାଇନେଲା ବନ୍ୟଜନ୍ତୁ
ଏନେଇ ପୁରୀ ଟାଉନ ଥାନାରେ କେସ୍ ନଂ-୧୩୭/୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୪୦(୨)/୧୪୩(୪)/୬୪ ଏବଂ ପୋକ୍ସୋ ,ଆଇନର ଧାରା ୬ ଅନୁଯାୟୀ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।