|
logo
Live
Argus News App
GET APP

Argus News - ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ

Odisha

Pitabas Panda Murder Mystery / ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ

Key Points

ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସୁରାକ । ହତ୍ୟା ରହସ୍ୟ ଉପରୁ ହଟିବ ପରଦା । ହତ୍ୟାକାଣ୍ଡର ୧୦ ଦିନ ପୂର୍ବରୁ ରେକି ହୋଇଥିଲା । ଜଣେ ଦୁର୍ବୃତ୍ତ ରେକି କରିଥିବା ବେଳେ ଆଉ ଜଣେ ଗୁଳି ଚଲାଇଥିଲେ ।

ବ୍ରହ୍ମପୁର: ହତ୍ୟାର ୧୦ ଦିନ ପୂର୍ବରୁ ରେକି । ବ୍ରହ୍ମପୁର ବଡ଼ ହତ୍ୟାକାଣ୍ଡର ବିହାର ଲିଙ୍କ୍ । ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ମିଳିଛି ବଡ଼ ସୁରାକ । ହତ୍ୟା ରହସ୍ୟ ଉପରୁ ହଟିବ ପରଦା । ହତ୍ୟାକାଣ୍ଡର ୧୦ ଦିନ ପୂର୍ବରୁ ରେକି ହୋଇଥିଲା । ଜଣେ ଦୁର୍ବୃତ୍ତ ରେକି କରିଥିବା ବେଳେ ଆଉ ଜଣେ ଗୁଳି ଚଲାଇଥିଲେ । ପୀତବାସଙ୍କ ହତ୍ୟା ପରେ ପୋଲିସ ତଦନ୍ତ ଆଗକୁ ବଢ଼ୁଥିବା ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି ।


ତେବେ ହତ୍ୟା ପାଇଁ ଅପରାଧୀ ବ୍ୟବହାର କରିଥିବା ବନ୍ଧୁକ କେଉଁଠୁ ଆସିଥିଲା ? ହତ୍ୟା ପଛର ମାଷ୍ଚର ମାଇଣ୍ଡ କିଏ ? ଏସବୁ ପ୍ରଶ୍ନ ଭିତରେ ପୋଲିସ ପଞ୍ଝାରେ ପଡ଼ିଛନ୍ତି ସାର୍ପ ସୁଟର । ରେକି କରିଥିବା ବ୍ୟକ୍ତି ମଧ୍ୟ ପୋଲିସ କବ୍‌ଜାରେ । ବିହାରରୁ ସାର୍ପ ସୁଟରଙ୍କୁ ବ୍ରହ୍ମପୁର ପୋଲିସ ଉଠାଇ ଆଣିଥିବା ଜଣାପଡ଼ିଛି । ଅନ୍ୟ କିଛି ଅପରାଧୀଙ୍କୁ ନେଇ ପୋଲିସ ଖୋଳତାଡ଼ କରୁଛି ।


ଏଥିସହ ପଢ଼ନ୍ତୁ: ପୀତବାସଙ୍କ ହତ୍ୟା ଅଭିଯୁକ୍ତ ଚିହ୍ନଟ, ବିହାରରୁ ୨ ସାର୍ପ ସୁଟରଙ୍କୁ ଉଠାଇଲା ବ୍ରହ୍ମପୁର ପୋଲିସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହତ୍ୟା ମାମଲାର ତଦନ୍ତ ଆଗଉଥିବା ବେଳେ ପୋଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି, "ମହତ୍ତ୍ଵପୂର୍ଣ୍ଣ ଡେଭଲପମେଣ୍ଟ ହୋଇଛି । ଖୁବଶୀଘ୍ର ପର୍ଦ୍ଦାଫାସ୍ କରାଯିବ ।" ଡିଜିପିଙ୍କ ମନ୍ତବ୍ୟରୁ ଅନୁମାନ କରାଯାଉଛି, ପୀତବାସ ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରି ସାରିଛି । ପୋଲିସକୁ ମିଳିଛି କିଛି ବଡ଼ ସୁରାକ ।

ମାଷ୍ଟର ମାଇଣ୍ଡ ପାଖରେ ପହଞ୍ଚିବା ପାଇଁ ବାହାର ରାଜ୍ୟରେ ପୋଲିସ ଟିମ୍ ଛାନଭିନ୍ ଚଳାଇଛି । ହତ୍ୟାକାଣ୍ଡ ପୂର୍ବରୁ ବିଭିନ୍ନ ସ୍ଥାନରେ ପାଖାପାଖି ୧୦ଥର ରେକି କରାଯାଇଥିଲା । ରେକି ଭିନ୍ନ ବ୍ୟକ୍ତି ଏବଂ ସାର୍ପ ସୁଟର ଭିନ୍ନ ବ୍ୟକ୍ତି ବୋଲି କୁହା ଯାଉଛି । ତେବେ, ବାଇକ୍‌ ପଛରେ ବସିଥିବା ଦୁର୍ବୃତ୍ତ ହିଁ ସାର୍ପ ସୁଟର । ବାଇକ ଚାଳକ ସ୍ଥାନୀୟ ଅଞ୍ଚଳର ବୋଲି କୁହାଯାଉଛି ।


ଏଥିସହ ପଢ଼ନ୍ତୁ: ଭାରତର ବଡ଼ ଠକେଇ: ବ୍ୟବସାୟୀଙ୍କୁ ଅନଲାଇନ୍ ଗିରଫ କରି ୧୮ ଆକାଉଣ୍ଟରେ ୫୮ କୋଟି ଲୁଟ୍


ପୀତବାସଙ୍କ ହତ୍ୟା ଘଟଣାର ମାଷ୍ଟର ମାଇଣ୍ଡ ଧରାପଡ଼ିବା ପରେ ହିଁ ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇ ପାରିବ । ଅନ୍ୟପଟେ ପଞ୍ଚମ ଥର ପାଇଁ ପୁଣି ପୀତବାସଙ୍କ ପାଖରେ ରହୁଥିବା ଜଣେ ଘନିଷ୍ଠ ସହଯୋଗୀ ଏବଂ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ପୋଲିସ ଜେରା କରିଥିବା ସୂଚନା ମିଳିଛି । ଏବେ ଅପେକ୍ଷା କେବେ ଫିଟୁଛି ପୀତବାସ ହତ୍ୟାକାଣ୍ଡ ରହସ୍ୟ ? ବ୍ୟବସାୟିକ, ବୃତ୍ତିଗତ ନା ବ୍ୟକ୍ତିଗତ ଶତ୍ରୁତାରୁ କରାଯାଇଛି ହତ୍ୟା ।

Related Topics

Explore more stories

Sponsored
Pitabas Panda Murder Mystery: ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ସୁରାକ; ରେକି କଲେ ଜଣେ, ଗୁଳି କଲା ଆଉ ଜଣେ | Argus News