ମଣିଷ ହଉ କି ପଶୁ ମା' ତ ମା'

ଅର୍ଗସ ବ୍ୟୁରୋ : ମା’ ମାଙ୍କଡ଼ର ମମତା । କଥା ନ କହି ପରିଲେ ବି ଛାତିରେ ଛାତିଏ ମମତା ଭରି ରହିଛି ଏହି ମା' ମାଙ୍କଡ଼ ପାଖେ । ତା ସନ୍ତାନର ଫଟୋକୁ ମୋବାଇଲରେ ଦେଖି ମୋବାଇଲକୁ ଗେଲ କରିଦେଉଛି । ମା' ମାଙ୍କଡର ଆଖି ଲୁହରେ ବି ଭରିଯାଇଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀରେ । ପୁରୀ ମେଡ଼ିକାଲ ଛକ ନିକଟ ସାଲବେଗ ପୀଠ ନିକଟରେ ମା ମାଙ୍କଡ଼ ଖୋଜୁଛି ତା ପିଲାକୁ । କାକୁତି ମିନତି ହୋଇ ସେହି ଅଞ୍ଚଳରେ ବୁଲି ମୋବାଇଲରେ ତା ପିଲା ଫୋଟୋ ଦେଖି ଝୁରୁଛି ।
ସୂଚନା ଅନୁସାରେ, ଗତକାଲି ସେହି ଅଞ୍ଚଳରେ ପିଲା ମାଙ୍କଡ଼ଟି ମା' ସଙ୍ଗେ ଖେଳୁଥିବା ବେଳେ, କେହି ଜଣେ ଯୁବକ ସେହି ପିଲା ମାଙ୍କଡ଼ଟିକୁ ଚୋରି କରି ନେଇଯାଇଥିଲେ । ମା' ମାଙ୍କଡ ତା ଛୁଆକୁ ନ ପାଇ ଆଖୁରୁ ଲୁହ ଝରାଇ ଖୋଜିବାରେ ଲାଗିଥିଲା । ଯାହାକୁ ନେଇ ସେହି ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା । ଯାହାକୁ ନେଇ ପଶୁ ପ୍ରେମୀ ମାନେ କହିଥିଲେ ତୁରନ୍ତ ସେହି ଛୁଆ ମାଙ୍କଡଟିକୁ ଉଦ୍ଧାର କରାଯାଉ ।
📱 Get Argus News App
✨ତେବେ ତୁରନ୍ତ ସେହି ମାଙ୍କଡ଼ ପିଲାକୁ ଉଦ୍ଧାର କରିବା ସହ ଚୋରକୁ ଗିରଫ କରାଯାଉ ବୋଲି ମଧ୍ୟ ଦାବି କରିଥିଲେ ପଶୁପ୍ରେମୀ । ସେପଟେ ସ୍ଥାନୀୟ ପଶୁପ୍ରେମୀ ଯୁବକ ଜ୍ଞାନ ରଞ୍ଜନ ମହାନ୍ତି ଖବର ପାଇବା ପରେ ସିସିଟିଭି ଦେଖି ସମ୍ପୃକ୍ତ ଯୁବକକୁ ଖୋଜିଥିଲେ । ଆଉ ତାଙ୍କ ଘରକୁ ଯାଇ ମାଙ୍କଡ଼ ଛୁଆକୁ ଉଦ୍ଧାର କରି ପୁଣି ମା' କୋଳକୁ ଫେରିଥିଲା ଛୁଆ ମାଙ୍କଡ଼ । ଯାହା ସେଠାରେ ଏକ ଭାବବିହ୍ଵଳ ପରିବେଶ ସୃଷ୍ଟି ହୋଇଥିଲା ।