ସ୍ୱର୍ଣ୍ଣାଭ ବେଳାଭୂମିକୁ ପରିଷ୍କାର କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର
·1 year ago

ଅର୍ଗସ ବ୍ୟୁରୋ: ପବିତ୍ର ଗାନ୍ଧୀ ଜୟନ୍ତୀ ଅଵସରରେ ପୁରୀ ବେଳାଭୂମି ସଫେଇ କଲେ ପୁରୀ ସାଂସଦ ସମ୍ବିତ ପାତ୍ର। ସ୍ୱଚ୍ଛ ଭାରତ ଅଭିଯାନରେ ବିଭିନ୍ନ ଅନୁଷ୍ଠାନ ସହ ପୁରୀ ସାଂସଦ ମିଶି ସ୍ୱର୍ଣ୍ଣାଭ ବେଳାଭୂମିକୁ ପରିଷ୍କାର କରିଛନ୍ତି। ପ୍ରତିବର୍ଷ ଅକ୍ଟୋବର 2 ତାରିଖରେ ସାରା ଭାରତବର୍ଷରେ ସ୍ୱଚ୍ଛତା ଦିବସ ପାଳନ ହେଉଥିବା ବେଳେ ପୁରୀରେ ମଧ୍ୟ ଏହାକୁ ପାଳନ କରାଯାଇଥାଏ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପୁରୀ ବେଳାଭୂମିକୁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ମିଶି ସାଂସଦ ସମ୍ବିତ ପାତ୍ର ହାତରେ ଝାଡୁ ଧରି ଓଳାଇ ପରିଷ୍କାର କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: