"ମୋ ଝିଅ ମୃତ୍ୟୁ ପଛରେ ବାବୁଲି ନାଏକ , ଅରୁଣ ସାହୁର ହାତ ଅଛି"- ପରୀର ମାଆ
·2 years ago·1 min read

ଅର୍ଗସ ବ୍ୟୁରୋ : ମୁଖ୍ୟ ଆସାମୀକୁ ଖସାଇ, ନିର୍ଦ୍ଦୋଷକୁ ଫସାଇ ଦେଲେ । ପରୀ ରାୟକୁ ନେଇ ମତ ଦେଇଛନ୍ତି ପରୀର ମାଆ ସୌଦାମୀନି ସାହୁ । ସେ ଏହି ରାୟରେ ଆଦୌ ଖୁସି ନଥିବା କହିଛନ୍ତି । ସେ କହିଛନ୍ତି, ଅସଲ ଦୋଷୀକୁ ଖସାଇ ଦେଇ ଅନ୍ୟଜଣଙ୍କୁ ଦୋଷୀ ସଜାଇ ଦେଇଛନ୍ତି । ତାଙ୍କ ଝିଅ ମୃତ୍ୟୁ ପଛରେ ବାବୁଲି ନାୟକ ଏବଂ ଅରୁଣ ସାହୁର ମୁଖ୍ୟ ହାତ ଅଛି । ଆମର ଧନବଳ କି ଲୋକବଳ ନାହିଁ ବୋଲି ଆମ କଥା ଶୁଣୁନାହାନ୍ତି । ଆମର ଧର୍ମବଳ ଅଛି , ସେଇ ଗୋଟେ ଆମ ପାଇଁ ସାହାରା ବୋଲି ସେ କହିଛନ୍ତି। ଯଦି ସୁଯୋଗ ମିଳେ ତେବେ ନିଶ୍ଚିତ ସ୍ବର ଉଠାଇବୁ ବୋଲି ସେ କହିଛନ୍ତି।
ଅଧିକ ପଢନ୍ତୁ : ପରୀ ହତ୍ୟା : ଦୋଷୀକୁ ୨୦ ବର୍ଷ ଜେଲ୍
ତେବେ ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟା ମାମଲାର ଅଭିଯୁକ୍ତକୁ ଆଜି ୨୦ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: