Jagannath Temple / ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା; ୩୦ ପ୍ଲାଟୁନ୍ରୁ ଅଧିକ ପୋଲିସ ଫୋର୍ସ ମୁତୟନ
·1 hour ago·3 min read

Key Points
ସୁରକ୍ଷା ଦୃଷ୍ଟିରୁ କେବଳ ପଞ୍ଚୁକ ପାଞ୍ଚ ଦିନ ୩୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ । ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।
ପୁରୀ: ଶ୍ରୀମନ୍ଦିରରେ ପଞ୍ଚୁକ ନୀତି । ପାଞ୍ଚ ଦିନ ଧରି ପଞ୍ଚୁକ ବ୍ରତ ପାଳିବେ ଶ୍ରଦ୍ଧାଳୁ । ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ୍ ହରି ଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେବେ । ଶ୍ରୀବିଗ୍ରହମାନଙ୍କ ଅବକାଶ ନୀତି ଶେଷ ହେବା ପରେ ସ୍ୱର୍ଣ୍ଣ ଆଭୂଷଣରେ ବିଭୂଷିତ ହୋଇ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ ।
ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ବେଶ କରିବେ । ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପଞ୍ଚୁକ ବ୍ରତ ପାଳନ କରାଯାଏ । ପାଞ୍ଚ ଦିନରେ ମହାପ୍ରଭୁ ପାଞ୍ଚଟି ବେଶ ହେବେ । ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ ହେବ, ଦ୍ୱାଦଶୀ କ୍ଷୟ ଯୋଗୁଁ ବାଙ୍କଚୂଡ଼ା ବେଶ ହେବ ନାହିଁ । ତେବେ ରବିବାର ତ୍ରୟୋଦଶୀ ପାଳନ ହେବା ସହ ତ୍ରୟୋଦଶୀର ତ୍ରିବ୍ରିକମ ବେଶ ଏବଂ ସୋମବାର ଚତୁଦ୍ଦର୍ଶୀରେ ଲକ୍ଷ୍ମୀନୃସିଂହ ବେଶ କରାଯିବ ।
ହବିଷ୍ୟାଳିମାନେ ଏକମାସ ଧରି କାର୍ତିକ ବ୍ରତ ପାଳନ କରିଥିବା ବେଳେ ଶେଷ ପାଞ୍ଚ ଦିନ ପଞ୍ଚୁକ ବ୍ରତ ପାଳନ କରିଥାନ୍ତି । ପଞ୍ଚୁକରେ ଗହଳିକୁ ଦୃଷ୍ଟିରେ ରଖି ମାର୍କେଟ ଛକ ନିକଟରୁ ଛଅ ଥାକିଆ ଲମ୍ବା ବାରିକେଡ ପ୍ରସ୍ତୁତ କରାଯାଇଛି । ଏହାସହ ସରକାରୀ ଶିବିରରେ ରହୁଥିବା ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି ।
ସୁରକ୍ଷା ଦୃଷ୍ଟିରୁ କେବଳ ପଞ୍ଚୁକ ପାଞ୍ଚ ଦିନ ୩୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ । ସିଂହଦ୍ୱାରରେ ପ୍ରବେଶ ଓ ଅନ୍ୟ ୩ ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଡ଼ ନିୟନ୍ତ୍ରଣ ପାଇଁ ରୋଡ୍ମ୍ୟାପ୍
ଚଳିତ ବର୍ଷ ପଞ୍ଚୁକ ୪ ଦିନ ପଡୁଥିବା ବେଳେ ଶନିବାର ଓ ରବିବାର ରହୁଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବାର ସମ୍ଭାବନା ରହିଛି । ଏନେଇ ପୁରୀ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ମିଶନ୍ ଜିରୋ କାଜୁଆଲିଟିର ମହାଅଭିଯାନ, ବାତ୍ୟାର ନାଲି ଆଖିକୁ ଖାତିର୍ କଲେନି ପୋଲିସ, ଅଗ୍ନିଶମ ଓ ଓଡ୍ରାଫ୍
ଶୃଙ୍ଖଳିତ ଦର୍ଶନ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ୩୦ ପ୍ଲାଟୁନ୍ରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥିରେ ୫ ଜଣ ଅତିରିକ୍ତ ଏସ୍ପି, ୧୮ ଜଣ ଡିଏସ୍ପି, ୩୫ ଜଣ ଇନ୍ସପେକ୍ଟର, ୧୫୦ ଜଣ ଏସ୍ଆଇ ଓ ଏଏସ୍ଆଇ ଏବଂ ୩୦୦ରୁ ଅଧିକ ହୋମଗାର୍ଡ ଦାୟିତ୍ୱରେ ରହିବେ ।
ଜିଲ୍ଲା ପୋଲିସ ବ୍ୟତୀତ ରାଜ୍ୟ ପୋଲିସ ଓ ଅନ୍ୟ ଜିଲ୍ଲାରୁ ଆସିଥିବା ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଶ୍ରଦ୍ଧାଳୁଙ୍କ ସହ ସମ୍ବେଦନଶୀଳ ବ୍ୟବହାର କରି ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରାଇବାକୁ ପୋଲିସ କର୍ମଚାରୀଙ୍କୁ ବ୍ରିଫିଂ ଦିଆଯାଇଛି । ଏହାସହ ଅଗ୍ନିଶମ ବାହିନୀ, ସିଭିଲ୍ ଡିଫେନ୍ସ, ମେଡିକାଲ୍ ଟିମ୍ ଓ ଆମ୍ବୁଲାନ୍ସ ସେବା ମଧ୍ୟ ପ୍ରସ୍ତୁତ ରଖାଯାଇଛି ।
ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍

ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ବାଇଶି ପାହାଚ ଓ ସାତ ପାହାଚ ଦେଇ ନାଟମଣ୍ଡପର ଡାହାଣ ପାର୍ଶ୍ୱରୁ ଗରୁଡ଼ ସ୍ତମ୍ଭ ନିକଟକୁ ଯାଇ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିବେ । ଦର୍ଶନ ସାରିବା ପରେ ଅନ୍ୟ ତିନୋଟି ଦ୍ୱାର ,ବିଶେଷକରି ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।
ମନ୍ଦିର ଭିତରେ ଓ ବାହାରେ ରିଭର୍ସ ଫ୍ଲୋ ବା ଓଲଟା ଭିଡ଼ ରୋକିବା ପାଇଁ ସେକ୍ଟର ୱାଇଜ୍ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜେବିପିସି ଏବଂ ସିଂହଦ୍ୱାର ଥାନା ନିକଟରେ ଦୁଇଟି କଣ୍ଟ୍ରୋଲ ରୁମ୍ ଖୋଲାଯାଇ ସିସିଟିଭି ମାଧ୍ୟମରେ ଭିଡ଼ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି । ଏହାସହ ରୁଫ୍ଟପ୍ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଟ୍ରାଫିକ୍ କଟକଣା
ସହରକୁ ଇନସାଇଡ୍ ଓ ଆଉଟସାଇଡ୍ ଟ୍ରାଫିକ୍ ଜୋନ୍ରେ ବିଭକ୍ତ କରାଯାଇଛି । ଆନ୍ତଃରାଜ୍ୟ ବସ୍ ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ପାର୍କିଂ କରିବ । ଭୁବନେଶ୍ୱର-କଟକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଗାଡ଼ିଗୁଡ଼ିକ ଜେବିପିସି ପାର୍କିଂ ପର୍ଯ୍ୟନ୍ତ ଆସିପାରିବ । କୋଣାର୍କ ପଟୁ ଆସୁଥିବା ଚାରିଚକିଆ ଯାନ ଦିଗବାରେଣୀ ନିକଟରେ ପାର୍କିଂ କରିବ ।
ପୁରୁଣା ଜେବିପିସି ପରିସରରେ ଦୁଇଚକିଆ ଯାନ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ପଞ୍ଚୁକ ଅବସରରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ବେଳାଭୂମିରେ କୋଷ୍ଟାଲ୍ ସିକ୍ୟୁରିଟି କଡ଼ାକଡ଼ି କରାଯାଇଛି । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୋଷ୍ଟଗାର୍ଡ, କୋଷ୍ଟାଲ୍ ପାଟ୍ରୋଲିଂ ଏବଂ ମେରାଇନ୍ ଥାନା ପୋଲିସକୁ ସତର୍କ ରଖାଯାଇଛି ।