Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉଚ୍ଛେଦକୁ ବିତିଲାଣି ୭ ବର୍ଷ, ଏଯାଏ ହୋଇନି ୧୬ ମଠର ଥଇଥାନ; ଭଡ଼ା ବଢ଼ି ୪ କୋଟି ହେଲାଣି ବକେୟା

Odisha

Puri Corridor Project / ଉଚ୍ଛେଦକୁ ବିତିଲାଣି ୭ ବର୍ଷ, ଏଯାଏ ହୋଇନି ୧୬ ମଠର ଥଇଥାନ; ଭଡ଼ା ବଢ଼ି ୪ କୋଟି ହେଲାଣି ବକେୟା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଉଚ୍ଛେଦକୁ ବିତିଲାଣି ୭ ବର୍ଷ, ଏଯାଏ ହୋଇନି ୧୬ ମଠର ଥଇଥାନ; ଭଡ଼ା ବଢ଼ି ୪ କୋଟି ହେଲାଣି ବକେୟା
Rehabilitation of 16 Maths Stuck for Years

Key Points

ପରିକ୍ରମା ପ୍ରକଳ୍ପର ଅନ୍ଧାରୀ ଦିଗ
୭ ବର୍ଷ ବିତିଲାଣି, ୧୬ ମଠର ହୋଇନାହିଁ ଥଇଥାନ
ମହନ୍ତଙ୍କ ରହିବା ରୁମ୍ ଭଡ଼ା ହେଲାଣି ୪ କୋଟି
  
ପୁରୀ: ଉଚ୍ଛେଦ କଲେ ବିଜେଡି ସରକାର ! ଭରଣା କରିବେ ବିଜେପି ସରକାର ! ପରିକ୍ରମା ପ୍ରକଳ୍ପ ବେଳେ ଉଚ୍ଛେଦ ହୋଇଥିବା ମଠର ୭ ବର୍ଷ ହେଲାଣି ହୋଇନି ଥଇଥାନ । ମହନ୍ତଙ୍କ ରହିବା ପାଇଁ ଭଡ଼ା ବଢାଉଛି ଟେନସନ୍ । ନୀଳାଚଳ ଭକ୍ତ ନିବାସ ଓ ଯାତ୍ରୀ ନିବାସରେ ରହୁଥିବା ୧୬ ମହନ୍ତଙ୍କ ଭଡ଼ା ବାବଦକୁ ବାକି ଅଛି ପ୍ରାୟ ୪ କୋଟି ଟଙ୍କା । ଏଯାଏ ପୂରଣ ହୋଇନାହିଁ ଉଚ୍ଛେଦ ବେଳର ପ୍ରତିଶ୍ରୁତି । ଚିଠି ଦିଆନିଆରେ ସୀମିତ ମଠ ପୁନଃ ପ୍ରତିଷ୍ଠା ଓ ଥଇଥାନ ପ୍ରକିୟା ।

ପରିକ୍ରମା ପ୍ରକଳ୍ପ ପାଇଁ ମଠ ଉଚ୍ଛେଦ କଲେ ବିଜେଡି ସରକାର । ମନ୍ଦିର ଚାରିପଟରେ ଥିବା ୧୯ଟି ମଠ ମାଟିରେ ମିଶିଲା । ଏଥିରୁ ଏମାର, ମଙ୍ଗୁ, ବଡ଼ ଆଖଡ଼ା, ତ୍ରିମାଳି, ସାନଛଚାସ ବଡ ଛତା, ବଡ଼ସନ୍ଥ ପରି ୧୬ଟି ମଠର ମହନ୍ତଙ୍କ ରହିବା ପାଇଁ ଭକ୍ତ ନିବାସ ଓ ଯାତ୍ରୀ ନିବାସରେ ବ୍ୟବସ୍ଥା କରିଥିଲେ ପୂର୍ବ ସରକାର । ୧୬ ମଠର ଥଇଥାନ ପାଇଁ ମଧ୍ୟ ବିଜେଡି ସରକାର ଦେଇଥିଲେ ପ୍ରତିଶ୍ରୁତି ।

ଏଥିସହ ପଢ଼ନ୍ତୁ: ସାତକୋଶିଆ ଅଭୟାରଣ୍ୟରେ ବିଦ୍ୟୁତ୍ ତାର ଯାଞ୍ଚ କରୁଥିଲେ ବନ କର୍ମଚାରୀ, ଦଳିଦେଲା ହାତୀ 

ପୁରଣା ମଠ ଭାଙ୍ଗି ମହନ୍ତଙ୍କୁ ଥଇଥାନ କରିବା ନୀତି ଏବେ ବିଜେପି ସରକାର ପାଇଁ ଅଡୁଆ ବଢାଇଛି । ୧୬ ମହନ୍ତ ଓ ତାଙ୍କ ସହଯୋଗୀ ମାନେ ରହୁଥିବା ଭକ୍ତ ନିବାସ ଓ ଯାତ୍ରୀ ନିବାସ ରୁମର ଭଡ଼ା ଏବେ ୪ କୋଟି ଛୁଇଁଲାଣି । ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ପରି ଏବେ ୭ ବର୍ଷର ଭଡ଼ା ଟଙ୍କା କେମିତି ଆସିବ ସେ ନେଇ ଆରମ୍ଭ ହୋଇଛି ପ୍ରକିୟା ।

ଏ ଟଙ୍କା ପଇଠ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଜିଲ୍ଲାପାଳ, ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖିଛନ୍ତି । ଆଉ ପୂର୍ତ୍ତ ବିଭାଗ ଯୁଗ୍ମ ସଚିବ, ପୂର୍ତ୍ତ ମୁଖ୍ୟଯନ୍ତ୍ରୀଙ୍କୁ ତର୍ଜମା ପାଇଁ ଚିଠି ଲେଖିଛନ୍ତି । ଏମିତି ଚିଠି ଚିଠିରେ କିନ୍ତୁ ବାହାରି ପାରିନି ସମାଧାନର ରାସ୍ତା ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା 

ବଢି ଚାଲିଛି ଦୈନିକ ଭଡ଼ା ବାବଦ ଟଙ୍କା । ଏପଟେ ୭ ବର୍ଷ ଭିତରେ ମାତ୍ର ୭ରୁ ୮ ଜଣ ମହନ୍ତଙ୍କ ପାଇଁ ମଠ କରିବାକୁ ଜାଗା ପଟ୍ଟା ଦିଆଯାଇଛି । କିନ୍ ସେଠାରେ ନିର୍ମାଣ ଆରମ୍ଭ ହୋଇନି । ବାକି ୮ ମଠକୁ ଏବେ ସୁଦ୍ଧା ଜମି ପଟ୍ଟା ବି ମିଳିନି ।

୧୩ଟି ମଠ ପୁନଃ ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଠାରୁ ୧ ଏକର ୩୨ ଡିସିମିଲ ଜମି ୧୬ କୋଟି ଟଙ୍କା ଦେଇ କିଣିଥିଲା ଜିଲ୍ଲା ପ୍ରଶାସନ । ହେଲେ ମଠ ତିଆରି ହୋଇ ନଥିବାରୁ ଏ ମହନ୍ତ ମାନେ ଆଉ କେତେ ଦିନ ଏମିତି ଭକ୍ତ ନିବାସର ଭଡ଼ା ରୁମରେ ରହିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଦିନ ଦିନ ଭଡ଼ା ବାବଦ ଟଙ୍କା ବଢ଼ି ୪ କୋଟି ଛୁଇଁଥିବା ବେଳେ ଏ ଟଙ୍କା କେବେ ଓ କିଏ ଦେବ ତାହା ବି ବଡ଼ ପ୍ରଶ୍ନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored