Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Encounter / ପୁରୀ ପୋଲିସର ବଡ଼ ଆକ୍ସନ,ହତ୍ୟାକାଣ୍ଡର ମାତ୍ର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଏନକାଉଣ୍ଟର

Bikash Mohanty
Browse all articles by Bikash Mohanty
·3 weeks ago·2 min read
ପୁରୀ ପୋଲିସର ବଡ଼ ଆକ୍ସନ,ହତ୍ୟାକାଣ୍ଡର ମାତ୍ର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଏନକାଉଣ୍ଟର
Encounter

Key Points

ପୁରୀରେ ଏନ୍‌କାଉଣ୍ଟର
ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ଏନ୍‌କାଉଣ୍ଟର
ହତ୍ୟାର ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର
ଗତକାଲି ହୋଟେଲ ମାଲିକ ପବିତ୍ର ନାୟକଙ୍କୁ ହତ୍ୟା ହୋଇଥିଲା

ପୁରୀ,୨୪/୦୬:ପୁରୀରେ ହୋଟେଲ ମାଲିକଙ୍କୁ ହତ୍ୟା ଘଟଣାରେ ଏନ୍‌କାଉଣ୍ଟର। ପୁରୀ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ପକ୍ଷରୁ ବଡ଼ ଆକ୍ସନ ନିଆଯାଇଛି । ହତ୍ୟାକାଣ୍ଡର ମାତ୍ର କେଇ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କରିଛି ବଳିଆପଣ୍ଡା ଥାନା ପୋଲିସ।  ପୁଲିସ ଗୁଳିରେ ଅଭିଯୁକ୍ତ ଚନ୍ଦନ ଗୁରୁତର ଆହତ ହୋଇଥିବା ବେଳେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଚନ୍ଦନର ଘର ପୁରୀ ଚକ୍ରତୀର୍ଥ ରୋଡ୍ ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିଲା । ତେବେ ବଳିଆପଣ୍ଡା ପୁଲିସ ତାକୁ ଗୋଡ଼ାଇଥିବା ବେଳେ ମାତାମଠ ନିକଟସ୍ଥ ଜଙ୍ଗଲରେ ଅଭିଯୁକ୍ତ ଏବଂ ପୁଲିସ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲା । ସେଠାରୁ ଚନ୍ଦନ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଚନ୍ଦନର ବାମ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ସେ ତଳେ ପଡ଼ିଯାଇଥିଲା । ପରେ ପୁଲିସ ତାକୁ କାବୁ କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି ।

ପଢନ୍ତୁ ଏହି ଖବର: ଆକ୍ସନ ମୋଡରେ ପୋଲିସ, ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ଚନ୍ଦନକୁ ଏନକାଉଣ୍ଟର

ସେପଟେ ମୃତ ପବିତ୍ର ନାୟକଙ୍କର ବଳିଆପଣ୍ଡା ଅଞ୍ଚଳରେ 'ମନୋରମା' ନାମକ ଏକ ହୋଟେଲ ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହୋଟେଲ ବ୍ୟବସାୟ ଏବଂ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ପବିତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ଚନ୍ଦନର ସିଧାସଳଖ ସଂପୃକ୍ତି ଥିବା ନେଇ ପୁଲିସ ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ଚନ୍ଦନକୁ ଏନକାଉଣ୍ଟର କରାଯାଇ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯିବା ଖବର ପାଇ ମୃତକ ପବିତ୍ରଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ଅଭିଯୁକ୍ତକୁ ସେମାନଙ୍କ ସାମ୍ନାରେ ଦେଖି ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସପି ନିଜେ ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ମୃତ ପବିତ୍ରଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରି ଶାନ୍ତ ପଡ଼ିବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ହସ୍ପିଟାଲ ଓ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଥିବା ବେଳେ ବଳିଆପଣ୍ଡା ଥାନା ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।

ଏବେ ଆକ୍ସନ ମୋଡରେ ପୁରୀ ପୋଲିସ। ଗତ ମେ ୩୧ ତାରିଖରେ ପୁରୀରେ ହୋଇଥିଲା ଏନକାଉଣ୍ଟର। ଦୁର୍ଦ୍ଧାନ୍ତ ଅପରାଧୀଚନ୍ଦନ ଜେନାଙ୍କୁ ଏନକାଉଣ୍ଟର କରିଥିଲା ପୁରୀ ପୋଲିସ। ପୋଲିସ ଓ ଚନ୍ଦନ ମଧ୍ୟରେ ସାମ୍ନାସାମ୍ନି ଗୁଳିବିନିମୟ ବେଳେ ଚନ୍ଦନର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଥିଲା। ଅଭିଯୁକ୍ତ ଚନ୍ଦନ ଜେନାର ଘର କୋଣାର୍କ ଥାନା ଅଧୀନ ହାଟଦଣ୍ଡା ଅଞ୍ଚଳରେ। ତାଙ୍କ ନାମରେ ଏକାଧିକ ମାମଲା ରହିଛି। ଚନ୍ଦନ ଜଣେ ପେଶାଦାର ଅପରାଧୀ। ତା ନାମରେ ବିଭିନ୍ନ ଥାନାରେ ଏକାଧିକ ସଙ୍ଗୀନ ମାମଲା ରହିଛି। ପୁଲିସ ଦୀର୍ଘ ଦିନ ହେବ ତାକୁ ଖୋଜୁଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri Police Big Action: Murder Accused Encountered Within Hours of Crime | Argus News