Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cyclone Montha / ବାତ୍ୟା ବେଳେ ମନା ସମୁଦ୍ର ସ୍ନାନ, ଅମାନିଆ ହେଲେ ହେବ ଆକ୍ସନ୍

Sushanta Sahoo
Browse all articles by Sushanta Sahoo
·8 months ago·2 min read
ବାତ୍ୟା ବେଳେ ମନା ସମୁଦ୍ର ସ୍ନାନ, ଅମାନିଆ ହେଲେ ହେବ ଆକ୍ସନ୍

Key Points

ପୁରୀ ଅଗ୍ନିଶମ ବାହିନୀ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ପୁରୀରେ ୩ ଦିନ ସମୁଦ୍ର ସ୍ନାନ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ପୁରୀ: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସକ୍ରିୟ ରହିଛି । ଏବେ ଅବପାତ ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେଉଛି । ସମୁଦ୍ରରେ ବଳ ଗୋଟାଇ ଅବପାତ ଅଗ୍ରସର ହେଉଥିବା ବେଳେ ଧିରେ ଧିରେ ଅଶାନ୍ତ ହେଉଛ ଉପକୂଳ ।

ଯାହାକୁ ନେଇ ପୁରୀ ଅଗ୍ନିଶମ ବାହିନୀ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ପୁରୀରେ ୩ ଦିନ ସମୁଦ୍ର ସ୍ନାନ ବାରଣ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି । ୨୭, ୨୮ ଓ ୨୯ ତିନିଦିନ ଧରି ସମୁଦ୍ର ସ୍ନାନ ମନା କରାଯାଇଛି ।

ଏଥିସହ ପଢ଼ନ୍ତୁ: ଦେଖି ପାରିଲେନି ଜନ୍ମଦାତ୍ରୀଙ୍କ ଅସହ୍ୟ ଯନ୍ତ୍ରଣା; କେନାଲକୁ ଡେଇଁ ଜୀବନ ହାରିଦେଲା ପୁଅ

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ବେଳାଭୂମିର ୧୮ଟି ଯାକ ସେକ୍ଟରରେ ସ୍ନାନ ମନା କରାଯାଇଛି । କେହି ଅମାନିଆ ହୋଇ ସମୁଦ୍ରରେ ସ୍ନାନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବାତ୍ୟାର ପ୍ରକୋପ ବଢ଼ିଲେ ପର୍ଯ୍ୟଟକଙ୍କୁ ସମୁଦ୍ର ବାଲିକୁ ମଧ୍ୟ ଛଡ଼ାଯିବ ନାହିଁ । ଏନେଇ ପୁରୀ ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଭାତ କୁମାର ରାଉତ ସୂଚନା ଦେଇଛନ୍ତି ।

ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହେଉଥିବା ଅବପାତଟି ଏବେ ବିଶାଖାପାଟଣମ ଓ କାକିନଡ଼ା ଠାରୁ ଦକ୍ଷିଣପୂର୍ବରୁ ୯୨୦ କିଲୋମିଟର ଦୂରରେ ରହିଥିବା ବେଳେ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୦୦ କିଲୋମିଟର ଦୂରରେ ରହିଛି ।

ଆକଳନ ଅନୁସାରେ, ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତ କରି ୨୬ ତାରିଖରେ ଗଭୀର ଅବପାତରେ ପରିଣତ ହେବ । ୨୭ ସକାଳରେ ଦକ୍ଷିଣପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ଏହା ପରେ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୁହାଁଇ ଆହୁରି ଘନୀଭୂତ ହୋଇ ୨୮ ତାରିଖ ସକାଳେ ଏକ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ।

ଏଥିସହ ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ନିର୍ଦ୍ଦେଶନାମା; ୩୦ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ିବେ ନାହିଁ ସରକାରୀ କର୍ମଚାରୀ


ଏହାପରେ ଭୀଷଣ ବାତ୍ୟାଟି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେବ । ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟଣମ ଏବଂ କଳିଙ୍ଗପାଟଣମ ମଧ୍ୟରେ କାକିନଡ଼ା ନିକଟରେ ୨୮ ସନ୍ଧ୍ୟା କିମ୍ବା ରାତିରେ ଭୀଷଣ ବାତ୍ୟା ଭାବେ ଉପକୂଳ ଛୁଇଁବ । ସେହି ସମୟରେ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ । ୨୭ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ୯ ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ୨୮ ତାରିଖରେ ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ୨୯ ରେ ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Coast on Alert: Sea Bathing Prohibited Amid Cyclone Threat | Argus News | Argus News