Last Message / ଦେଖି ପାରିଲେନି ଜନ୍ମଦାତ୍ରୀଙ୍କ ଅସହ୍ୟ ଯନ୍ତ୍ରଣା; କେନାଲକୁ ଡେଇଁ ଜୀବନ ହାରିଦେଲା ପୁଅ
·8 months ago·2 min read

Key Points
ଆତ୍ମହତ୍ୟା ପଛର ସତ ଯେତିକି ଯନ୍ତ୍ରଣାଦାୟକ ସେତିକି ହୃଦୟ ବିଦାରକ । ମାଆଙ୍କ କଷ୍ଟ ସହି ନପାରି ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ସୌରଭ । ଯୁବକଙ୍କ କାହାଣୀ ଯିଏ ଶୁଣୁଛି ଅଜାଣତରେ ତା ଆଖି ଜକେଇ ଆସୁଛି ।
ସମ୍ବଲପୁର: ବୁର୍ଲାସ୍ଥିତ ପାୱାର କେନାଲକୁ ଡେଇଁ ଜୀବନ ହାରିଛନ୍ତି ଜଣେ ଯୁବକ । ତାଙ୍କ ଆତ୍ମହତ୍ୟା ପଛର ସତ ଯେତିକି ଯନ୍ତ୍ରଣାଦାୟକ ସେତିକି ହୃଦୟ ବିଦାରକ । ମାଆଙ୍କ କଷ୍ଟ ସହି ନପାରି ଏଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ସୌରଭ । ଯୁବକଙ୍କ କାହାଣୀ ଯିଏ ଶୁଣୁଛି ଅଜାଣତରେ ତା ଆଖି ଜକେଇ ଆସୁଛି ।
ସୌରଭଙ୍କ ମୋବାଇଲ୍ରୁ ମିଳିଛି ତାଙ୍କ ଭିତରେ ଥିବା ଯନ୍ତ୍ରଣା, ଭଲ ପାଇବା ଓ କୋହ । ସେ ଲେଖିଛନ୍ତି, "I Love You ମା... I Love You ବାପା... ତୁମ ଦୁହିଁଙ୍କୁ ମୁଁ ବହୁତ ଭଲପାଏ । ମୋତେ କ୍ଷମା କରିଦେବ । ମାଆ ପାଇଁ କିଛି କରି ପାରିଲିନି । ଯିଏ ଜନ୍ମ ଦେଇଥିଲା ତାର ଏ ଅସହ୍ୟ ଯନ୍ତ୍ରଣା ଆଉ ଦେଖିପାରୁନି । ଆଉ କେତେ କଷ୍ଟ ସହିବୁ...
ଏଥିସହ ପଢ଼ନ୍ତୁ: ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍ ଭାବେ ଐତିହାସିକ କଟକ ବାଲିଯାତ୍ରା ସହ ଯୋଡ଼ି ହେଲା ଅର୍ଗସ ନ୍ୟୁଜ୍
ନିଜ ଘର ଛାଡ଼ି ନୂଆ ପରିବାରରେ ଚଳିବାର ସଂଘର୍ଷ । ତା' ଭିତରେ ପରକୁ ଆପଣାର କରି ସଂସାର ଗଢ଼ିବାର କଷ୍ଟ । କହନ୍ତି କୁଆଡ଼େ ଯିଏ ସହିପାରେ ତା'ରି ଭାଗ୍ୟରେ ହିଁ ସବୁ ଦୁଃଖ କଷ୍ଟ ଅଜାଡ଼ି ଦିଏ ବିଧାତା । ସେମିତି ନ ହୋଇଥିଲେ କ'ଣ ତୋରି ଭାଗ୍ୟରେ ହିଁ ସବୁତକ ଦୁଃଖ କଷ୍ଟ ଦେଇଥାନ୍ତା । ସଂସାର ଜଞ୍ଜାଳ କମ୍ ଥିଲା ଯେ ଏବେ ଶରୀରରେ କର୍କଟ ଭଳି ରାକ୍ଷାସ । ଦେହରେ ଅସହ୍ୟ କଷ୍ଟ କିନ୍ତୁ ଆମ ମୁହଁକୁ ଚାହିଁ ତୁ ହସିଦେଉ, ଆମକୁ କଷ୍ଟ ନ ହେଉ ବୋଲି । ତୋର ସେ ନିଃଶବ୍ଦ ଚାହାଣିରେ ମୁଁ ପଢ଼ିପାରେ ସବୁ ବେଦନା...ସବୁ ଯନ୍ତ୍ରଣା.. ।
ହେଲେ ସେ ବ୍ୟାଧିର ଜ୍ଵାଳନାରେ ତୁ ଯେ ତିଳ ତିଳ ହୋଇ ଜଳି ଚାଲିଛୁ, ତାହା ମୁଁ ଆଉ ସହି ପାରୁନି । ମୋତେ କ୍ଷମା କରିଦେବୁ ମା... ଏ ଜନ୍ମରେ ତୋ ଋଣ ସୁଝି ପାରିଲିନି । ତୋର କଷ୍ଟ ଟିକକ ଲାଘବ କରିପାରିଲିନି, ମୁଁ ଆଉ ବଞ୍ଚି ରହି ଲାଭ କ'ଣ ? ଯିଏ ଜନ୍ମ ଦେଇଥିଲା, ଯିଏ ବଞ୍ଚାଇ ରଖିଥିଲା ଏ ଜୀବନ ଯଦି ତା କାମରେ ନ ଲାଗିଲା ତେବେ ମୁଁ ରହି ଲାଭ କ'ଣ ? ଈଶ୍ଵରଙ୍କୁ ଏତିକି ପ୍ରାର୍ଥନା ଆର ଜନ୍ମରେ ବି ତୋରି କୋଳରେ ହିଁ ଜନ୍ମ ନିଏ । ତୋର ସବୁ ଅସୁଝା ଋଣ ସବୁ ଶୁଝି ଦିଏ ।
ଏଥିସହ ପଢ଼ନ୍ତୁ: ଶିଆଳିଆ ଗାଁକୁ ଭରସା ମା' ଖରାଖାଇ; ଘରେ କବାଟ, ଝରକା ନଥିଲେ ବି ହେଉନି ଚୋରି
ଭାରାକ୍ରାନ୍ତ ମନ, କୋହଭରା ହୃଦୟରେ ମାଆର କଷ୍ଟକୁ ଆଖିରେ ଦେଖି ନପାରି ଏଭଳି ଲେଖି ଜୀବନ ହାରିଛି ପୁଅ । ସମ୍ବଲପୁରରୁ ଆସିଥିବା ଏ ଖବର ଛାତିକୁ ଯେତିକି ଆନ୍ଦୋଳିତ କରୁଛି ସମାଜ ଆଗରେ ଛିଡ଼ା କରିଛି ସେତିକି ପ୍ରଶ୍ନ । ଶୁକ୍ରବାର ସମ୍ବଲପୁର ବୁର୍ଲାସ୍ଥିତ ପାୱାର କେନାଲକୁ ଡେଇଁ ଜୀବନ ହାରିଛନ୍ତି ବଲାଙ୍ଗିରର ସୌରଭ ସମ୍ବିତ ତ୍ରିପାଠୀ ।
ଶନିବାର ଚିପଲିମା ପାୱାର ହାଉସ୍ ପାଖରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ସମ୍ବିତଙ୍କ ମୋବାଇଲରୁ ମିଳିଥିବା ଏକ ମେସେଜ ତାଙ୍କ ମୃତ୍ୟୁ ପଛର ସତକୁ ସାମ୍ନାକୁ ଆଣିଛି । ଏହି ମେସେଜରେ ସେ ଲେଖିଥିବା କଥା ସତରେ ବେଶ ଯନ୍ତ୍ରଣା ଦାୟକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories