Odisha Rain Alert / ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ, ୨୪ ଘଣ୍ଟାରେ ଭୁବନେଶ୍ବରରେ ୧୧୨ ମିମି ବର୍ଷା
·1 day ago·1 min read

Key Points
ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା
ଆଜି ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
୬ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ରେଡ୍ ଆଲର୍ଟ, ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ: ବର୍ଷାରେ ବେହାଲ୍ ମୁମ୍ବାଇ: ଅମିତାଭ-ଅଜୟଙ୍କ ଘରେ ପଶିଲା ବର୍ଷା ପାଣି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ୩ଟି ଜିଲ୍ଲା ଅର୍ଥାତ୍ ସମ୍ବଲପୁର, ବରଗଡ଼, ନୂଆପଡ଼ା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଦେଓଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସେହିପରି ଓଡ଼ିଶା ଉପକୂଳରେ ୪୫ରୁ ୫୫ କିଲୋମିଟର ସର୍ବାଧିକ ୬୫ କିଲୋମିଟର ପବନ ବହିବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ । ତେଣୁ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି । ସେପଟେ ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା ପରିମାଣ । ଗତ ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories