Puri Sankarpur Land / ଆସିଲା ବଡ଼ ରାୟ; ମହାପ୍ରଭୁଙ୍କ ନାଁରେ ରେକର୍ଡ ହେବ ୨୮.୮୪ ଏକର ଜମି
·1 hour ago·2 min read

Key Points
ପୁରୀ ଶଙ୍କରପୁର ମୌଜାର ଜମି ବିବାଦ
ଶ୍ରୀମନ୍ଦିର ସପକ୍ଷରେ ଆସିଲା ବଡ଼ ରାୟ
ଜମି ରେକର୍ଡ ସଂଶୋଧନ କରିବେ ପୁରୀ ତହସିଲଦାର
ଶ୍ରୀମନ୍ଦିର ସପକ୍ଷରେ ଆସିଲା ବଡ଼ ରାୟ
ଜମି ରେକର୍ଡ ସଂଶୋଧନ କରିବେ ପୁରୀ ତହସିଲଦାର
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ଦୀର୍ଘବର୍ଷ ଧରି ଚାଲିଥିବା ବିବାଦରେ ଶ୍ରୀମନ୍ଦିର ସପକ୍ଷରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ପୁରୀ ଶଙ୍କରପୁର ମୌଜାରେ ଥିବା ପ୍ରାୟ ୨୮.୮୪ ଏକର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଚକବନ୍ଦୀ କମିଶନର। ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦାଖଲ ହୋଇଥିବା ସେଟଲମେଣ୍ଟ ରିଭିଜନ୍ ପିଟିସନ୍କୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦିଆଯାଇଛି।
ଚକବନ୍ଦୀ କମିଶନର ପ୍ରବୀର କୁମାର ନାୟକ ୨୦୧୬ ମସିହାର ସେଟଲମେଣ୍ଟ ରିଭିଜନ୍ ପିଟିସନ୍ ନମ୍ବର ୩୦୩ର ଶୁଣାଣି କରି ଏହି ରାୟ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ଆଇନ, ୧୯୫୮ର ଧାରା ୧୫(ବି) ଅନୁସାରେ ଏହି ମାମଲା ଦାଖଲ ହୋଇଥିଲା। ଖାତା ନମ୍ବର ୪୧୧ ସମ୍ପର୍କିତ ହାଲ୍ ରେକର୍ଡ ଅଫ୍ ରାଇଟ୍ସ ବା ନୂଆ ଜମି ରେକର୍ଡ ପ୍ରସ୍ତୁତିକୁ ଚ୍ୟାଲେଞ୍ଜ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି।
କିନ୍ତୁ ପରବର୍ତ୍ତୀ ସମୟରେ ଚକବନ୍ଦୀ ପ୍ରକ୍ରିୟା ବେଳେ ଜମିର ମାଲିକାନାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପ୍ରଥମେ ଦ୍ୱିତୀୟ ପର୍ଯ୍ୟାୟ ଲ୍ୟାଣ୍ଡ ରେଜିଷ୍ଟରରେ ଜମି ଶ୍ରୀମନ୍ଦିର ସପକ୍ଷରେ ରହିଥିଲା । ହେଲେ ପରେ ଏହାକୁ ବଦଳାଇ ପୁରୀ ଉତ୍ତର ପାର୍ଶ୍ୱ ମଠ ଏଣ୍ଡାଓମେଣ୍ଟ ଟ୍ରଷ୍ଟି ବୋର୍ଡର ମହନ୍ତ ଶ୍ରୀରାମାନୁଜ ଦାସଙ୍କ ସପକ୍ଷରେ କରାଯାଇଥିବା ଅଭିଯୋଗ କରିଥିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଏହି ରେକର୍ଡ ପରିବର୍ତ୍ତନ ବେଳେ ନିୟମ ପାଳନ କରାଯାଇନଥିବା, ଠିକ୍ ଭାବେ ନୋଟିସ୍ ଦିଆଯାଇନଥିବା ଏବଂ ଶୁଣାଣିର ପର୍ଯ୍ୟାପ୍ତ ସୁଯୋଗ ମିଳିନଥିବା ଦାବି କରିଥିଲା ମନ୍ଦିର ପ୍ରଶାସନ। ଅନ୍ୟପକ୍ଷ ପୂର୍ବରୁ ଜମି କିଣିଥିବା ଦାବି କରିବା ସହ ଶ୍ରୀମନ୍ଦିରର ମାଲିକାନାକୁ ବିରୋଧ କରିଥିଲେ ।

- ତେବେ କେମିତି ଆରମ୍ଭ ହୋଇଥିଲା ଏହି ଜମି ବିବାଦ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପୁରୁଣା ରେକର୍ଡ ଓ ଦଲିଲକୁ ଗୁରୁତ୍ଵ
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିରରେ ଖୁବ୍ ଶୀଘ୍ର ଧାଡ଼ି ଦର୍ଶନ,୧ ଘଣ୍ଟାରେ ଦର୍ଶନ କରିବେ ୧୦ ହଜାର ଭକ୍ତ
ସମସ୍ତ ତଥ୍ୟ, ପୁରୁଣା ରେକର୍ଡ ଓ ଦଲିଲକୁ ବିଚାରକୁ ନେବା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଆବେଦନକୁ ମଞ୍ଜୁର କରିଛନ୍ତି ଚକବନ୍ଦୀ କମିଶନର । ଶଙ୍କରପୁର ମୌଜାର ପ୍ରାୟ ୨୮.୮୪ ଏକର ଜମିକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡ କରିବାକୁ ପୁରୀ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପକ୍ଷରୁ ମାମଲା ପରିଚାଳନା କରୁଥିଲେ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର । ଦୀର୍ଘବର୍ଷର ଜମି ବିବାଦରେ ଏହି ନିର୍ଦ୍ଦେଶ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ।
Related Topics
Explore more stories