Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Temple / ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଅସମ୍ଭାଳ ଭିଡ଼, ଠେଲାପେଲା ସ୍ଥିତି ପରେ ପୁରୀରେ ପୋଲିସ ଡିଜି

Sushanta Sahoo
Browse all articles by Sushanta Sahoo
·8 months ago·2 min read
ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଅସମ୍ଭାଳ ଭିଡ଼, ଠେଲାପେଲା ସ୍ଥିତି ପରେ ପୁରୀରେ ପୋଲିସ ଡିଜି

Key Points

ତମାମ୍ ସୁରକ୍ଷା ସତ୍ତ୍ଵେ ଶ୍ରୀମନ୍ଦିରର ଉତ୍ତର ଦ୍ଵାରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ବ୍ୟାରିକେଡ୍‌ ଠେଲି ଭିତରକୁ ପଶି ଯାଇଥିଲେ ୫୦ରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ । ଉତ୍ତର ଦ୍ଵାରରେ ଠେଲାପେଲା ସ୍ଥିତି ଭିତରେ ଦୁଇ ଜଣ ମହିଳା ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ ।

ପୁରୀ: ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚୁକରେ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଥିବାବେଳେ ଅନ୍ୟ ୩ ଦ୍ଵାର ପ୍ରସ୍ଥାନ ବ୍ୟବସ୍ଥା ହୋଇଛି । ଅଥଚ ରବିବାର ସନ୍ଧ୍ୟାରେ ଉତ୍ତର ଦ୍ଵାରରେ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଥିଲା ।

ପୋଲିସର ତମାମ୍ ସୁରକ୍ଷା ସତ୍ତ୍ଵେ ଶ୍ରୀମନ୍ଦିରର ଉତ୍ତର ଦ୍ଵାରରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଗହଳି । ବ୍ୟାରିକେଡ୍‌ ଠେଲି ଭିତରକୁ ପଶି ଯାଇଥିଲେ ୫୦ରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ । ଉତ୍ତର ଦ୍ଵାରରେ ଠେଲାପେଲା ସ୍ଥିତି ଭିତରେ ଦୁଇ ଜଣ ମହିଳା ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ । ଠେଲାପେଲା ହୋଇ ଭିତରକୁ ବହୁସଂଖ୍ୟାରେ ଭକ୍ତ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ

ଶ୍ରୀମନ୍ଦିର ଉତ୍ତର ଦ୍ଵାରରେ ଠେଲାପେଲା ସ୍ଥିତି ପରେ ପୋଲିସ ଡିଜି ୱାଇ.ବି ଖୁରାନିଆ ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିର ବାହାରେ ଠେଲାପେଲା ସ୍ଥିତି ଉପୁଜିବା ପରେ ସମୀକ୍ଷା କରୁଛନ୍ତି ଡିଜିପି । କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକଙ୍କ ସହ ପୁରୀ ଏସପି ପ୍ରତୀକ ସିଂହ ଉପସ୍ଥିତ ଅଛନ୍ତି । ପଞ୍ଚୁକର ଅବଶିଷ୍ଟ ୩ ଦିନ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ, ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ଗୁରୁତ୍ଵ ଦେଇ ଆଲୋଚନା କରିଛନ୍ତି ।

ଚଳିତବର୍ଷ ପଞ୍ଚୁକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଛି । ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶକୁ ବାଦ ଦେଇ ଅନ୍ୟ ୪ଟି ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନରେ ଶ୍ରୀଜୀଉ ବଡ଼ ଏକାଦଶୀ ତିଥିରେ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ ହୋଇଛନ୍ତି ।

ପଞ୍ଚୁକ ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ସିଂହଦ୍ଵାରରେ ଆମ୍ବୁଲାନ୍ସ ସହ ଶ୍ରୀମନ୍ଦିର ଭିତରେ ଫାଷ୍ଟ ଏଡ୍ ଟିମ୍ ରହିଛନ୍ତି । ପୋଲିସ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି । କୌଣସି ବି ସହାୟତା ପାଇଁ ୧୧୨କୁ କଲ କରି ଜଣାଇବା ପାଇଁ ପୁରୀ ପୋଲିସ ଅନୁରୋଧ କରିଛି ।

ଏଥିସହ ପଢ଼ନ୍ତୁ: ବର୍ଷା ଗଲା... ଏବେ ଚିନ୍ତା କେବେଠୁ ପଡ଼ିବ ଶୀତ ?

୫ ଜଣ ଅତିରିକ୍ତ ଏସପି, ୧୬ ଡିଏସପି, ୩୫ ଇନ୍ସପେକ୍ଟର, ୧୩୮ ସବ ଇନସ୍ପେକ୍ଟର କିମ୍ବା ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର, ୨୪ ହାବିଲଦାର, ୧୪୭ କନଷ୍ଟେବଳ, ୩୩୪ ହୋମ ଗାର୍ଡ ଓ ୯୬ ସେକ୍ସନ ଫୋର୍ସ ନିୟୋଜିତ ହୋଇଛନ୍ତି । ବଡ଼ଦାଣ୍ଡ ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ କରାଯାଇଛି । ଦିଗବାରିଣୀ ଛକରୁ ଯାତ୍ରିକା ପାର୍କିଂ ପର୍ଯ୍ୟନ୍ତ ଗାଡ଼ି ଛଡ଼ା ଯାଉ ନାହିଁ । ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭଠାରୁ ଭିତର କାଠ ପର୍ଯ୍ୟନ୍ତ ଭିଡ଼ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ପାର୍ଟି ମୁତୟନ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Heavy Crowd at Puri Jagannath Temple on First Day of Panchuka | Argus News | Argus News