Ruchi Masala / ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ
·8 months ago·3 min read

Key Points
୧୯୭୬ ମସିହାରେ ଶରତ ଓମ୍ ଅଏଲ୍ ଆଣ୍ଡ ଫ୍ଲୋର୍ ମିଲ୍ସ ନାଁର କଟକର ଏକ ଭଡ଼ା ଘରୁ ଆରମ୍ଭ କରିଥିଲେ ବ୍ୟବସାୟ । ଗହମ ଅଟାରୁ ଆରମ୍ଭ ହୋଇଥିଲା ରୁଚି ମସଲାର ଯାତ୍ରା । ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ପରଲୋକ ହୋଇଛି ।
କଟକ: ଓଡ଼ିଶାର ପ୍ରତିଷ୍ଠିତ ବ୍ୟବସାୟୀ ତଥା ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ କୁମାର ସାହୁଙ୍କ ପରଲୋକ ହୋଇଛି । ମୁମ୍ବାଇର ଲୀଳାବତି ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ଶରତ ସାହୁଙ୍କ ଦେହାନ୍ତ ହୋଇଛି । ୭୪ ବର୍ଷ ବୟସରେ ରବିବାର ଆଖି ବୁଜିଛନ୍ତି ଶରତ କୁମାର ସାହୁ ।
ଓଡ଼ିଶାର କ୍ଷୁଦ୍ର, ଲଘୁ ଏବଂ ମଧ୍ୟମ ଉଦ୍ୟୋଗକୁ ଆଗେଇ ନେବାରେ ରହିଛି ଶରତ ସାହୁଙ୍କ ବଡ଼ ଭୂମିକା । ୧୯୭୬ ମସିହାରେ ଶରତ ଓମ୍ ଅଏଲ୍ ଆଣ୍ଡ ଫ୍ଲୋର୍ ମିଲ୍ସ ନାଁର କଟକର ଏକ ଭଡ଼ା ଘରୁ ଆରମ୍ଭ କରିଥିଲେ ବ୍ୟବସାୟ । ଗହମ ଅଟାରୁ ଆରମ୍ଭ ହୋଇଥିଲା ରୁଚି ମସଲାର ଯାତ୍ରା ।
ଏଥିସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆର 'ସୁନ୍ଦର' ବିଜୟ, ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ
ଶରତଙ୍କ ଉଦ୍ୟମରେ ଓଡ଼ିଶାରେ ଆତ୍ମପ୍ରକାଶ କରିଥିବା ରୁଚି ଏବେ ଦେଶର ଏକ ବଡ଼ ମସଲା ବ୍ରାଣ୍ଡ । ବିଭିନ୍ନ ପ୍ରକାର ମସଲା ସହ ରୁଚି ଏବେ ପାସ୍ତା, ନୁଡଲ୍ସ ସହ ବିଭିନ୍ନ ରେଡି-ଟୁ-ଇଟ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛି । ବେଷ୍ଟ ଫୁଡ୍ ପ୍ରୋସେସିଂ ୟୁନିଟ୍ ଆୱାର୍ଡ ୨୦୧୧ରେ ରୁଚି ମସଲାକୁ ମିଳିଥିଲା । ଏହାବାଦ ରୁଚିକୁ ଏକାଧିକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି ।
ଶରତଙ୍କୁ ୨୬ ବର୍ଷ ବୟସ ହୋଇଥିବା ବେଳେ ୧୯୭୬ରେ ସେ ମସଲା ବ୍ୟବସାୟରେ ପାଦ ଥାପିଥିଲେ । ଏବେ କଟକର ମଧୁପାଟଣାରେ ଥିବା ରୁଚିର ମୁଖ୍ୟାଳୟକୁ ସେତେବେଳେ ମାସିକ ୪୫୦ ଟଙ୍କା ଭଡ଼ାରେ ନେଇଥିଲେ ଶରତ । ପ୍ରଥମେ ମାତ୍ର ୫ ହଜାର ଟଙ୍କା ନିବେଶରେ ଆରମ୍ଭ କରିଥିଲେ ବ୍ୟବସାୟ ।
ପ୍ରଥମ ପର୍ଯ୍ୟାୟରେ ଶରତ ନିଜେ ମେକାନିକ୍, ସେଲ୍ସମ୍ୟାନ୍ ଏବଂ ଆକାଉଣ୍ଟାଣ୍ଟ କାମ ନିଜେ କରୁଥିଲେ । ଗହମରୁ ଅଟା ପ୍ରସ୍ତୁତ କରି ପ୍ରଥମେ କଟକ ପରେ ପଡ଼ୋଶୀ ଜିଲ୍ଲାରେ ପହଞ୍ଚିଥିଲେ । ୧୯୭୮ରେ ସିମିଆ ଓ ୧୯୭୯ରେ ପାସ୍ତା ତିଆରି କରି ବିକ୍ରି କରିଥିଲେ । ୧୯୮୦ରେ ରୁଚି ହଳଦୀ ଗୁଣ୍ଡ ସହ ଧନିଆ ଓ ଗୋଲ ମରିଚ ଗୁଣ୍ଡ ପ୍ୟାକେଟ୍ କରି ବିକ୍ରି କରିବା ଆରମ୍ଭ କରିଥିଲା ।
ଏଥିସହ ପଢ଼ନ୍ତୁ: ସୁଦୃଢ ହେଉଛି ଭାରତର ଅର୍ଥନୀତି, ଭାରତକୁ ୬୪ ହଜାର କିଲୋ ସୁନା ଫେରାଇ ଆଣିଲା RBI
୧୯୯୫ ବେଳକୁ କମ୍ପାନୀର ଟର୍ଣ୍ଣ ଓଭର୍ ୮୦ ଲକ୍ଷରେ ପହଞ୍ଚିଥିଲା । ୨୦୧୩ରେ କମ୍ପାନୀ ଲଞ୍ଚ୍ କରିଥିଲା ରେଡି-ଟୁ-ଇଟ୍ ଫୁଡ୍ ବ୍ରାଣ୍ଡ ଫ୍ରଜିଟ୍ । ଏବେ ରୁଚି ପାଖରେ ୩୦୦ରୁ ଅଧିକ ପ୍ରକାରର ସାମଗ୍ରୀ ରହିଛି । ଯେଉଁଥିରେ ୪୮ ପ୍ରକାରର ମସଲା ରହିଛି । ରୁଚିର ପ୍ରତିଷ୍ଠାତା ଶରତ ସାହୁଙ୍କ ଦେହାନ୍ତ ସମସ୍ତଙ୍କୁ ମର୍ମାହତ କରିଛି ।
ଶରତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Xରେ ଧର୍ମେନ୍ଦ୍ର ଲେଖିଛନ୍ତି, "ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା 'ରୁଚି ମସଲା'ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜଣେ ସଫଳ ଉଦ୍ୟୋଗୀ ସହ ଓଡ଼ିଶାର ଶିଳ୍ପ ଜଗତକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ ଓଡ଼ିଶାର ଶିଳ୍ପ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।"

ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା 'ରୁଚି ମସଲା'ର ପ୍ରତିଷ୍ଠାତା ଡ଼. ଶରତ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜଣେ ସଫଳ ଉଦ୍ୟୋଗୀ ସହ ଓଡ଼ିଶାର ଶିଳ୍ପ ଜଗତକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ ଓଡ଼ିଶାର ଶିଳ୍ପ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା…
— Dharmendra Pradhan (@dpradhanbjp) November 2, 2025
ଶରତଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Xରେ ଧର୍ମେନ୍ଦ୍ର ଲେଖିଛନ୍ତି, "ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା 'ରୁଚି ମସଲା'ର ପ୍ରତିଷ୍ଠାତା ଶରତ କୁମାର ସାହୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଜଣେ ସଫଳ ଉଦ୍ୟୋଗୀ ସହ ଓଡ଼ିଶାର ଶିଳ୍ପ ଜଗତକୁ ଏକ ନୂତନ ଦିଗ ଦେବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ ଓଡ଼ିଶାର ଶିଳ୍ପ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି ।"
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories