ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି: Instaରେ ଭାଇରାଲ୍ ହେଉଛି ବେଢ଼ା ଭିତର ଫଟୋ

Key Points
କଡ଼ା ସୁରକ୍ଷା ଭିତରେ ମନ୍ଦିର ଭିତରକୁ କେମିତି ମୋବାଇଲ୍ ଗଲା ? ହଜାର ହଜାର ଲୋକ ଭିତରେ କେମିତି ପୁଣି ଫଟୋ ଉଠିଲା ? କ'ଣ କରୁଥିଲେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ, ଅଧିକାରୀ ଓ ସେବାୟତ ?
ପୁରୀ: ସୋସିଆଲ୍ ମିଡିଆରେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ହୋଇଛି । ଫଳରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କଡ଼ା ସୁରକ୍ଷା ଭିତରେ ମନ୍ଦିର ଭିତରକୁ କେମିତି ମୋବାଇଲ୍ ଗଲା ? ହଜାର ହଜାର ଲୋକ ଭିତରେ କେମିତି ପୁଣି ଫଟୋ ଉଠିଲା ? କ'ଣ କରୁଥିଲେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ପୋଲିସ, ଅଧିକାରୀ ଓ ସେବାୟତ ?
ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଯିବା, ଫଟୋଇ ଉଠିବା ପୁଣି ସୁରକ୍ଷା ତ୍ରୁଟିକୁ ପଦାରେ ପକାଇଛି । ସୂଚନା ଅନୁସାରେ, ମହାରାଷ୍ଟ୍ରର ଯୁବକ ଜଣଙ୍କ ପୁରୀ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ୍ କରିଛନ୍ତି । ଯୁବକ ଜଣକଙ୍କ ନାଁ ବୈଭବ ଦୁରେ ପାଟିଲ୍ । ଏବେ ତାଙ୍କ ଇନଷ୍ଟାଗ୍ରାମ ଫଟୋ ଭାଇରାଲ୍ ହେବାରେ ଲାଗିଛି ।
ଫଟୋ ଉଠାଇବା କଥା ଛାଡ଼ନ୍ତୁ ମନ୍ଦିର ଭିତରକୁ ମୋବାଇଲ୍, କ୍ୟାମେରା ନେବା ମଧ୍ୟ ବାରଣ ରହିଛି । ତଥାପି ଅନେକ ସମୟରେ କିଛି ଲୋକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ଛାଡ଼ୁଛନ୍ତି । ସେହିଭଳି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଣ ପ୍ରତିବନ୍ଧିତ ହୋଇଥିବା ବେଳେ ଅଗଷ୍ଟ ୨୮ରେ ଡ୍ରୋନ୍ ଉଡ଼ିଥିଲା
📱 Get Argus News App
✨।
ତେବେ ଅଗଷ୍ଟ ୨୮ରେ କିଏ ଉଡ଼ାଇଥିଲା ଡ୍ରୋନ୍ ? ଏହା ଶ୍ରୀମନ୍ଦିର ସୁରକ୍ଷାକୁ କିଭଳି ପ୍ରଭାବିତ କରିବ ? ଏହାର ଅନୁଧ୍ୟାନ ଏବେ ବି କରୁଛି ଶ୍ରୀମନ୍ଦିର ପ୍ରଶାସନ । ତା' ପୂର୍ବରୁ ଚଷମାରେ ଗୁପ୍ତ କ୍ୟାମେରା ଲଗାଇ ରାଜ୍ୟ ବାହାରର ଶ୍ରଦ୍ଧାଳୁ ମନ୍ଦିର ଭିତରୁ ଧରା ପଡ଼ିଛନ୍ତି । ବାରମ୍ବାର ଶ୍ରୀମନ୍ଦିର ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହେଉଥିବାରୁ ବ୍ୟବସ୍ଥା ସହ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବାର ଆବଶ୍ୟକତା ରହିଛି ।