ପାଣିରେ ପଡ଼ିଲା କୋଟି କୋଟି ଟଙ୍କା

ଅର୍ଗସ ବ୍ୟୁରୋ : ଭକ୍ତଙ୍କ ଭାଗାବେଗ ସହ ସାଙ୍ଘାତିକ ଖେଳ ଖେଳୁଛନ୍ତି ରାଜ୍ୟ ସରକାର । ଥରେ କି ଅଧେ ନୁହେଁ ବରଂ ବାରମ୍ବାର ଖେଳୁଛନ୍ତି ଖେଳ । କେମିତି ଭକ୍ତମାନେ ସହଜରେ ଠାକୁରଙ୍କ ଦର୍ଶନ କରିବେ ସେନେଇ ଆଦୌ ଚିନ୍ତିତ ନାହାନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଉଠିଲାଣି ପ୍ରଶ୍ନ । କାରଣ ଏ ଦୃଶ୍ୟ ହିଁ କିଛି ଏମିତି କହିବାକୁ ଆମକୁ ବାଧ୍ୟ କରୁଛି । ମୁଣ୍ଡ ଉପରେ ପ୍ରବଳ ଖରା, ତଳେ ନିଆଁ ଚୂଲିର ତାତି ଭଳି ଫୋଟକା ହେଉଛି ପାଦ । ତଥାପି ମନ ବ୍ୟାକୁଳ, ଜଗାକୁ ଦେଖିବା ପାଇଁ ।
କିଭଳି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ପାଦ ଖରାରେ ପୋଡିଯାଉଛି । ସେଥିପାଇଁ ତ କିଏ ରୁମାଲ୍ ଉପରେ ଘଡିଏ ଠିଆ ହେଉଛି ତ ଆଉ କିଏ ପାଣି ବୋତଲ୍ କିଣି ପାଣି ତଳେ ଢାଳି ତାତିର ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ପାଉଛନ୍ତି । ସବୁ ଦେଖି ଚୁପ୍ ଜିଲ୍ଲା ପ୍ରଶାସନ । କିନ୍ତୁ ଏତେ ସବୁପରେ ମଧ୍ୟ ପ୍ରଶାସନର ଆକ୍ସନ ଜିରୋ । ଅଂଶୁଘାତ ହେବାର ଭୟକୁ ମଧ୍ୟ ଏଡାଇ ଦିଆଯାଇନ ପାରେ । ଯାହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ତୁରନ୍ତ କିଛି ବ୍ୟବସ୍ଥା କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।
📱 Get Argus News App
✨ସେପଟେ ଦିନକୁଦିନ ଶ୍ରୀମନ୍ଦିରକୁ ଭକ୍ତ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଥିବାରୁ ଯଥାଶୀଘ୍ର ଖରାର ମୁକାବିଲା କରିବାକୁ ତଳେ କାରପେଟ୍ ବିଛାଇବା ସହ ଜଳଛତ୍ର, ପାଣି ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନକୁ କହିଛନ୍ତି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ । ତେବେ ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଭିନ୍ନ ବିଭାଗ ସହ ଖୁବଶୀଘ୍ର ଆଲୋଚନା କରି ଖରା ଦାଉରୁ କିଭଳି ଶ୍ରଦ୍ଧାଳୁ ମାନେ ବର୍ତ୍ତିପାରିବେ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୂଆ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁ । ଖରାଦିନ ଆରମ୍ଭରୁ ଭକ୍ତମାନଙ୍କ ପାଇଁ ସୁବିଧା ଯୋଗାଇବାରେ ଫେଲ୍ ମାରିଛି ପ୍ରଶାସନ । ତେବେ କେତେ ଶୀଘ୍ର ଖରାରୁ ତ୍ରାହି ପାଇଁ ତମାମ ବ୍ୟବସ୍ଥା ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।