Swargadwar / ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ଉତ୍କଟ କାଠ ସଙ୍କଟ ! ଝୁଲି ରହିଛି କ୍ରୀମେଟରିଅମ୍ ପ୍ରକଳ୍ପ
·16 mins ago·2 min read

Key Points
ଏଣେ ତେଣେ ପଡ଼ିଛି ସ୍ୱର୍ଗଦ୍ୱାର ପରିସରରେ ପାଉଁଶ ଓ କୋକେଇ
ସେପଟେ ଶବଦାହ ପାଇଁ ଉତ୍କଟ କାଠ ସଙ୍କଟ !
ଆରମ୍ଭ ହୋଇ ପାରୁନି କ୍ରୀମେଟରିଅମ୍ ପ୍ରକଳ୍ପ
ସେପଟେ ଶବଦାହ ପାଇଁ ଉତ୍କଟ କାଠ ସଙ୍କଟ !
ଆରମ୍ଭ ହୋଇ ପାରୁନି କ୍ରୀମେଟରିଅମ୍ ପ୍ରକଳ୍ପ
ପୁରୀ: ମଳିନ ପଡୁଛି ମହାପ୍ରସିଦ୍ଧ ପୁରୀ ସ୍ୱର୍ଗଦ୍ୱାରର ଆଧ୍ୟାତ୍ମିକ ସୌନ୍ଦର୍ଯ୍ୟ । ଗୋଟିଏ ପଟେ ଦିନ ଦିନ ଧରି ଗଦା ହୋଇ ରହୁଛି କୋକେଇ ବାଉଁଶ ଓ ପାଉଁଶ, ଅନ୍ୟପଟେ ପ୍ରଦୂଷଣ ରୋକିବା ପାଇଁ ହୋଇଥିବା ଉଡ୍ ବେସଡ୍ କ୍ରୀମେଟରିଅମ୍ ପ୍ରକଳ୍ପ ଦେଢ଼ ବର୍ଷ ହେବ ଝୁଲି ରହିଛି । ଏପଟେ ସ୍ୱର୍ଗଦ୍ୱାରରେ ଦାହ ହେଲେ ମୁକ୍ତି ମିଳିଥାଏ ଏଭଳି ବିଶ୍ଵାସ କାହୁଁ କେତେ ଦିନରୁ ରହିଆସିଥିବାରୁ ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ଭିଡ଼ ଲାଗୁଛି ।
ସ୍ଵର୍ଗଦ୍ଵାରରେ ଚାରିଆଡ଼େ ଗଦା ହୋଇଛି ବାଉଁଶ । ତା ସାଙ୍ଗରେ ଏଣେତେଣେ ପଡ଼ି ରହିଛି ରଶି, ପାଳ ଓ ମସିଣା । ଏଭଳି ସ୍ଥିତିରେ କେତେବେଳେ କୁକୁର ପଶି ଶବ ଭିଡ଼ି ନେବାକୁ ଚେଷ୍ଟା କରୁଛି ତ କେତେବେଳେ ପାଉଁଶ ଅଙ୍ଗାର ଗଦା ହୋଇ ରହୁଥିଲେ ବି ସଫା ହେଉନି ।
୨୨ ଜଣ ସଫେଇ କର୍ମଚାରୀ ଓ ସୁପରଭାଇଜର ରହି ସଫେଇ କରୁଥିଲେ ମଧ୍ୟ ସ୍ଵର୍ଗଦ୍ଵାରରେ ସ୍ୱଚ୍ଛତା ବଜାୟ ରହିପାରୁନି । ଅନ୍ୟପଟେ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ କାଠ ସଙ୍କଟ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ।
ଏଥିସହ ପଢ଼ନ୍ତୁ: ଆହୁରି ଘନୀଭୂତ ହେବ ଲଘୁଚାପ; ୧୬ ପର୍ଯ୍ୟନ୍ତ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
ସ୍ଵର୍ଗଦ୍ଵାରରେ ହେବାକୁ ଥିବା ଉଡ୍ ବେସଡ୍ କ୍ରୀମେଟରିଅମ୍ ପାଇଁ ମେସିନ୍ ପ୍ରକଳ୍ପ ଦେଢ଼ ବର୍ଷ ହେବ ଝୁଲି ରହିଛି । ଏହା କାର୍ଯ୍ୟକାରୀ ହେଲେ କାଠର ବ୍ୟବହାର ଅଧାରୁ ବି କମ୍ ରହିବ । ଅର୍ଥାତ୍ ୧ କ୍ୱିଣ୍ଟାଲ ୮୦ କେଜି ସ୍ଥାନରେ ମାତ୍ର ୭୦ରୁ ୮୦ କିଲୋ କାଠ ବ୍ୟବହାରରେ ଶବଦାହ କାର୍ଯ୍ୟ ହୋଇପାରିବ ।
ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, "ପ୍ରକଳ୍ପର ଟେକ୍ନିକାଲ୍ ସ୍ଥିତି ଦେଖୁଛି । ଦିନକୁ ଦିନ ସ୍ଵର୍ଗଦ୍ଵାରରେ ଶବଦାହ ବଢ଼ି ଚାଲିଛି । ଉଡ୍ ବେସଡ୍ କ୍ରୀମେଟରିଅମ୍ ପାଇଁ ଆଗକୁ ବଢ଼ିଛି । ମେସିନ୍ କେମିତି ସ୍ଥାପନ ହେବ ସେଥିପାଇଁ ଟେକ୍ନିକାଲ୍ ଟିମ୍ ଅନୁଧ୍ୟାନ କରୁଛନ୍ତି ।"
ସ୍ୱର୍ଗଦ୍ୱାରରେ ଦାହ ହେଲେ ଆଉ ପୁନର୍ଜନ୍ମ ମିଳେନି । ଏଭଳି ବିଶ୍ଵାସ କାହୁଁ କେତେ ଦିନରୁ ରହି ଆସିଛି । ଯେଉଁଥିପାଇଁ ଶବଦାହ ପାଇଁ ସ୍ୱର୍ଗଦ୍ୱାରରେ ଭିଡ଼ ଲାଗୁଛି । ଗଭର୍ଣ୍ଣିଂ ବଡିରେ ନିଷ୍ପତ୍ତି ହୋଇଥିବା ଅନେକ ପ୍ରସ୍ତାବ ଏବେ କାଗଜପତ୍ରରେ ସ୍ଥାଣୁ ହୋଇ ପଡ଼ିରହିଛି । ଫଳରେ ମଳିନ ପଡୁଛି ସ୍ୱର୍ଗଦ୍ୱାରର ଭିତ୍ତିଭୂମି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories