Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିନେଲେ ଲାଇଟ୍, ଅନ୍ଧାର ଶ୍ରୀମନ୍ଦିର ଚତୁଃର୍ପାଶ୍ୱ

Smruti Parija
Browse all articles by Smruti Parija
·2 years ago
ଖୋଲିନେଲେ ଲାଇଟ୍, ଅନ୍ଧାର ଶ୍ରୀମନ୍ଦିର ଚତୁଃର୍ପାଶ୍ୱ

ପୁରୀ: ପୂର୍ବଭଳି ଆଉ ଶ୍ରୀମନ୍ଦିର ଆଲୋକମାଳାରେ ଝଲସୁନି । କାରଣ ବିଜେଡି କ୍ଷମତାଚ୍ୟୁତ ହେବା ପରେ ଶ୍ରୀମନ୍ଦିର ଚାପିପଟେ ହୋଇଥିବା ଆଲୋକୀକରଣ ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଛି । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବା ସମୟରେ ଲାଗିଥିବା ଲାଇଟ୍ କୁ ଠିକାଦାର ଖୋଲି ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । 

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଅବସରରେ ଶ୍ରୀମନ୍ଦିରକୁ ସଂପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା । ଶ୍ରୀମନ୍ଦିରକୁ ଆଲୋକୀକରଣ ପାଇଁ ଚାରିପାର୍ଶ୍ବରେ ଏକାଧିକ ଫୋକସିଂ(ଲେଜର) ଲାଇଟ୍ ଲଗାଯାଇଥିଲା । 

ଶୁଣିବାକୁ ମିଳିଛି, ୪ ତାରିଖ ଫଳାଫଳ ଘୋଷଣା ପରେ ଏହି ଲାଇଟ୍‌କୁ ଲଗାଇଥିବା ଠିକାଦାର ଖୋଲି ନେଇଛନ୍ତି । ଫଳରେ ଶ୍ରୀମନ୍ଦିର ଏବେ ଅନ୍ଧକାରମୟ ଦେଖାଯାଉଛି । ଆଉ ପୂର୍ବଭଳି ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ଘନ ଅନ୍ଧକାରରେ ବି ଦୃଶ୍ୟମାନ ହେଉନି । ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
puri-temple-around-in-darkness | Argus News