|
logo
Live

Argus News - ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

Odisha

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର। ଅଗଷ୍ଟରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ । ନୂଆ କମିଟି ଗଠନ କରାଯିବ। ଏହି କମିଟି ଗଠନ ବେଳେ ସ୍ବଚ୍ଛତା ଓ ନିରପେକ୍ଷତାକୁ ଦିଆଯିବ ଗୁରୁତ୍ବ। ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ର ଦେଇଛି ରାଜ୍ୟ ଆଇନ ବିଭାଗ । ମହାପ୍ରଭୁଙ୍କ ସେବାପୂଜା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଗୁରୁତ୍ବ ଦିଆଯିବ। ଆବଶ୍ୟକ ପଡ଼ିଲେ ଲଟେରୀର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ନୂଆ ପରିଚାଳନା କମିଟି ଗଠନ ସମୟରେ ଗାଇଡ୍ ଲାଇନରେ ସ୍ବଚ୍ଛତା ରଖିବାକୁ ଆଇନ ବିଭାଗ ତରଫରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପୁଲ୍ ଆକ୍ଟ ୧୯୫୫ ଧାରା ୬-୧-J ଅନୁଯାୟୀ ସଦସ୍ୟ ମନୋନୟନ ପାଇଁ କୁହାଯାଇଛି। ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡ଼ିତ ନିଯୋଗମାନେ ଦୁଇଜଣଙ୍କ ନାମ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସୁପାରିସ କରିବେ।

ଅଧିକ ପଢନ୍ତୁ : "ଓରଜିନାଲ୍ ରତ୍ନଭଣ୍ଡାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ"- ଜଗନ୍ନାଥ ସ୍ୱାଇଁ ମହାପାତ୍ର

ସେମାନଙ୍କ ମଧ୍ୟରୁ ୧୦ ଜଣ ସଦସ୍ୟଙ୍କ ନାଁକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରସ୍ତୁତ କରିବେ। ଯେଉଁମାନଙ୍କର ଅତୀତରେ ଉତ୍ତମ ସେବାପୂଜା ପରିଚାଳନାରେ ଅଭିଜ୍ଞତା ଥିବ । ସେବାୟତ ତଥା ସେବାୟତ ନିଯୋଗ ସହ ଉତ୍ତମ ସମନ୍ବୟ ଥିବ, ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ରହିଥିବ। ଯଦି ନାମ ମନୋନୟନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦ୍ଵନ୍ଦ୍ବରେ ରୁହନ୍ତି ତେବେ ଲଟେରୀ ବା ଗୁଳା ପକାଇବା ବ୍ୟବସ୍ଥା ଆପଣାଇ ପାରିବେ। ସେବାପୂଜା ସହ ଅଧିକ ଜଡ଼ିତ ନିଯୋଗର ପ୍ରତିନିଧିଙ୍କୁ କ୍ରମାନ୍ବୟରେ ସୁଯୋଗ ମିଳିବ। କୌଣସି ନିଯୋଗରୁ ଦୁଇ ଜଣ ସଦସ୍ୟଙ୍କ ନାମ ବିଚାରକୁ ନିଆଯିବ ନାହିଁ । କୌଣସି ବ୍ୟକ୍ତିଙ୍କ ନାମ ଦ୍ଵିତୀୟଥର ସୁପାରିସ ହେବନାହିଁ ।  ନାମ ସୁପାରିସ ବେଳେ ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ନିଜସ୍ଵ ମତାମତ ଗୁପ୍ତ ରଖିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।  ଶେଷରେ ସୁପାରିସକୁ ଦୃଷ୍ଟିରେ ରଖି ଆଇନଗତ ବ୍ୟବସ୍ଥା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନେବ ଆଇନ ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର | Argus News