Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ, ମରାମତି କାର୍ଯ୍ୟକୁ ସ୍ଥଗିତ ରଖିଛି ASI

Odisha

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ, ମରାମତି କାର୍ଯ୍ୟକୁ ସ୍ଥଗିତ ରଖିଛି ASI

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ, ମରାମତି କାର୍ଯ୍ୟକୁ ସ୍ଥଗିତ ରଖିଛି ASI

ଅର୍ଗସ ବ୍ୟୁରୋ:  ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗ। ଆଜି ହେବାକୁ ଥିବା ମରାମତି କାର୍ଯ୍ୟକୁ ସ୍ଥଗିତ ରଖିଛି ASI। ଅପରାହ୍ନରେ ଥିବା ବୈଠକରେ ନାଟମଣ୍ଡପ ମରାମତିକୁ ନେଇ ହେବ ଆଲୋଚନା। କାର୍ତ୍ତୀକ ମାସ ଥିବାରୁ ଶ୍ରୀମନ୍ଦିରରେ ରହୁଛି ଭକ୍ତଙ୍କ ଭିଡ଼। ଗରୁଡ଼ଙ୍କ ପାଖରୁ ଭିତର କାଠ ପର୍ଯ୍ୟନ୍ତ ମରାମତି ପାଇଁ କରାଯିବ ଲୁହାଭାର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନର ଅନୁମତି ଲୋଡିଛି ASI। ଦିନକୁ ୬ ଘଣ୍ଟା ଲେଖାଏଁ କାର୍ଯ୍ୟକରି ୧୨୦ ଦିନରେ କାର୍ଯ୍ୟ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ ରହିଥିବା ବେଳେ କେଉଁ ସମୟ ପ୍ରଶାସନ ଏ ଏସ ଆଇକୁ ଅନୁମତି ଦେବ ତାହା ଉପରେ ହେବ ବିସ୍ତୃତ ଆଲୋଚନା।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆମିକସକ୍ୟୁରୀ ଏନ.କେ ମହାନ୍ତି,, ଏଏସଆଇ,, ପରିଚାଳନା କମିଟିର ସଦସ୍ୟ,, ଟେକ୍ନିକାଲ୍ ଟିମ୍ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ନାଟମଣ୍ଡପ ମରାମତିକୁ ନେଇ ଖସଡା ପ୍ରସ୍ତୁତି କରାଯିବା ସହ କେଉଁ ସମୟରେ ମରାମତି କାର୍ଯ୍ୟ ହେବ ସେନେଇ ସ୍ଥିରିକୃତ ହେବ। ବିଶେଷ କରି କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କ ସମେତ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଛି।

ତେଣୁ ଭକ୍ତଙ୍କ ଦର୍ଶନ ସମୟରେ ଯେଉଁଭଳି ଵାଧା ନଉପୁଜିବ ଓ ମରାମତି କାର୍ଯ୍ୟରେ କିଭଳି ପ୍ରତିବନ୍ଧକ ନହେବ ସେନେଇ ଆଜି ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ନାଟମଣ୍ଡପର ସ୍ଥିତି ଦୁର୍ବଳ ଅର୍ଥାତ ବିମ୍ ରେ ଥିବା ଫାଟକୁ କିଭଳି ମରାମତି କରାଯିବ ଓ ଏଥିପାଇଁ ଲୁହାଭାରା ବନ୍ଧାଯାଇ କିଭଳି ମରାମତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ ସେନେଇ ମଧ୍ୟ ଆଲୋଚନା ହେବ। ଆଜି ବୈଠକରେ ନାଟମଣ୍ଡପ ମରାମତି ନେଇ ଏସଓପି ବାହାରିଲେ ଆଜି କିମ୍ବା ଆସନ୍ତାକାଲି ଠାରୁ ମରାମତି କାର୍ଯ୍ୟ ଆରମ୍ଭ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

 

Sponsored
Puri temple Natamandap case | Argus News