Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ ଦୁଇ ଭକ୍ତ

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ ଦୁଇ ଭକ୍ତ

ପୁରୀ:  ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ ।‌ ଶ୍ରୀମନ୍ଦିର ଭିତର ବେଢାରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ୍ କଲେ ଦୁଇଜଣ ଭକ୍ତ । ତେବେ ଏହି ଦୁଇଜଣ ଭକ୍ତ ସୋସିଆଲ ମିଡିଆରେ ଫଟୋ ଭାଇରାଲ୍ କରିଥିବାବେଳେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ପୋଲିସର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ପୁଣି ଥରେ ପ୍ରମାଣିତ କରିଛି। ଫଟୋ ଭାଇରାଲ୍ କରିଥିବା ଦୁଇ ଜଣ ଭକ୍ତ କେଉଁଠାର ଏବଂ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ କିଭଳି ନେଲେ ତାହା ସ୍ପଷ୍ଟ ହୋଇନାହିଁ । ଶ୍ରୀମନ୍ଦିର ଚାରି ଦ୍ବାରରେ ମାଳ ମାଳ ପୋଲିସ ଅଧିକାରୀ ଓ କର୍ମଚାରୀ ୨୪ ଘଣ୍ଟା ଡ୍ୟୁଟି କରୁଛନ୍ତି । କଡ଼ା ସୁରକ୍ଷା ସତ୍ତ୍ୱେ ବାରମ୍ବାର ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭକ୍ତ ମାନେ ସୋସିଆଲ ମିଡିଆରେ ଭାଇରାଲ୍ କରୁଛନ୍ତି । 

ତେବେ ପୋଲିସ ତୁରନ୍ତ ଘଟଣାର ତଦନ୍ତ କରିବା ସହ ଫଟୋ ଭାଇରାଲ୍ କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ଏସପି ପ୍ରତିକ୍ରିୟା ରଖିଛନ୍ତି । ଏ ସମ୍ପର୍କରେ ସାଇବର ସେଲ୍ କୁ ଅବଗତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିକୁ ଚିହ୍ନଟ ପାଇଁ ଉଦ୍ୟମ କରାଯାଉଛି ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
puri-temple-picture-viral | Argus News