ପୁରୀ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା 6
·2 years ago

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀବାଣ ବିସ୍ଫୋରଣ ଟ୍ରାଜେଡିରେ ମୃତ୍ୟ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଆଜି ସକାଳୁ ଭୂବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ପୁରୀ ଖଣ୍ଡିଆବନ୍ଧର ହେମନ୍ତ ସାହୁଙ୍କର ମୃତ୍ୟ ହୋଇଥିବା ବେଳେ ଏମ୍ସରେ ନରେନ୍ଦ୍ରକୋଣର ସୌମ୍ୟରଞ୍ଜନ ସାହୁଙ୍କର ବିୟୋଗ ହୋଇଛି । ସୌମ୍ୟରଞ୍ଜନ ବଳଗଣ୍ଡି ହାଇସ୍କୁଲର ୬ଷ୍ଠ ଶ୍ରେଣୀର ଛାତ୍ର ।
ସେହିଭଳି ଖଣ୍ଡିଆବନ୍ଧର ୪ ବର୍ଷର ନାବାଳିକା ସମୃଦ୍ଧି ସାହୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସମସ୍ତଙ୍କର ଭୁବନେଶ୍ୱରରେ ପୋଷ୍ଟମର୍ଟମ କରାଯାଉଛି । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି 4 ଲକ୍ଷ ଟଙ୍କା ଯୋଗାଇଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନ ଜିଲ୍ଲାପାଳକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: