Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ବଡଦାଣ୍ଡକୁ ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...

Manini Pattanayak
Browse all articles by Manini Pattanayak
·2 years ago·1 min read
 ବଡଦାଣ୍ଡକୁ  ଓହ୍ଲାଇ ଆସିବ କାଳିଆ ସାଆନ୍ତ, ଅପେକ୍ଷାରେ ରଥ ଆଉ ଭକ୍ତ...

ପୁରୀ : ଆଜି  ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ।  ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ଭକ୍ତ  । ଶ୍ରୀମନ୍ଦିରର ସିଂହଦ୍ବାର  ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ ଅପେକ୍ଷାରେ ତିନି ଠାକୁରଙ୍କର ।   ଭକ୍ତଙ୍କ ଲାଗିଲାଣି ଗହଳି.. ମହାପ୍ରଭୁଙ୍କୁ ଦର୍ଶନ କରିବେ ଶହ ଶହ ଭକ୍ତ।  ବଡଦାଣ୍ଡ ହେଲାଣି ଲୋକାରନ୍ୟ।  ବର୍ଷକରେ ଥରେ  ଶ୍ରୀମନ୍ଦିରରୁ ବାହାରି  ଜାଗା ଦର୍ଶନ ଦେଇଥାଏ ଭାଇ ଭଉଣୀ ସହ।    ବ୍ରହ୍ମାଣ୍ଡ ଠାକୁରଙ୍କ ଆସିବା ବାଟକୁ ଅନେଇ ରହିଛି ଭକ୍ତ।  ଭିଜିବ ଭକ୍ତର ଆଖି  ଭିଜିବ ବଡଦାଣ୍ଡ। ଧନ୍ୟ ହେବେ ସଚରାଚର। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ହରିବୋଲ, ହୁଳହୁଳିରେ, ଘଣ୍ଟଘଣ୍ଟିରେ ଚର୍ତୁଦିଗ  ଉଠିବ ପଡିବ। 

ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା ୧୦ମିନିଟରୁ ଆରମ୍ଭ ହୋଇ ୨ଟା ୩୦ରେ ସରିବ । ଏହାପରେ ୪ଟାରେ ଛେରାପହଁରା ଓ ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି । ଏଥର ବିରଳ ସଂଯୋଗ କ୍ରମେ ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡୁଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର କଡାକଡି କରାଯାଇଛି  ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Puri's Jagannath Rath Yatra 2024 begins today, President Droupadi Murmu | Argus News