Videos
|
Odisha

ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ଜମିଲା ପୁଷ ପୁନୀ କାର୍ଯ୍ୟକ୍ରମ

Ritu Das
Browse all articles by Ritu Das
·2 years ago·1 min read
ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ଜମିଲା ପୁଷ ପୁନୀ କାର୍ଯ୍ୟକ୍ରମ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀରେ ଜୁହାର ପରିବାର ପକ୍ଷରୁ ପାଳିତ ହୋଇଛି ପୁଷ ପୁନି କାର୍ଯ୍ୟକ୍ରମ। ଲକ୍ଷ୍ମିବାଇ ନଗରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ମାଆ ସମଲେଇଙ୍କ ପୂଜାର୍ଚ୍ଚନା ପରେ ପୁଷ ପୁନି କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ପୁଷ ପୁନୀ ଭେଟ ଘାଟରେ ପଶ୍ଚିମ ଓଡ଼ିଶାର ଅନେକ ଖାଦ୍ୟର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ।

ସମ୍ବଲପୁରୀ ନାଚ ଗୀତର ତାଳେ ତାଳେ ଝୁମିଥିଲେ ସମସ୍ତେ। 25ବର୍ଷ ଧରି ଜୁହାର ପରିବାର ପକ୍ଷରୁ ନୂଆଦିଲ୍ଲୀରେ ପୁଷ ପୁନି ଆୟୋଜିତ ହେଉଛି। ତେବେ ଚଳିତ ବର୍ଷ ସେମାନେ ଏହାର ସିଲଭର ଜୁବଲି ପାଳନ କରିଛନ୍ତି। ସେହିପରି ଜୁହାର ପରିବାର ପରି ମିଲନ ପରିବାର ପକ୍ଷରୁ ମଧ୍ୟ ପୁଷ ପୁନି କାର୍ଯ୍ୟକ୍ରମ ଧୁମଧାମରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମଧ୍ୟ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଓଡିଆ ଖାସ କରି ପଶ୍ଚିମ ଓଡିଶାର ଭାଇ ଭଉଣୀ ମାନେ ନାଚ ଗୀତ ଏବଂ ଢେର ସାରା ଖାଇବା ପିଇବାର ମଜା ନେଇଥିଲେ। ପୁଷ ପୁନୀକୁ ନେଇ ନୂଆଦିଲ୍ଲୀରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Push Puni Programme | Argus News