Videos
|
Odisha

Country Liquor Seize / ପୁଷ୍ପା ଷ୍ଟାଇଲରେ ଚାଲାଣ ହେଉଥିଲା ଦେଶୀ ମଦ, ମାଡି ବସିଲା ଅବକାରୀ ବିଭାଗ

Bikash Mohanty
Browse all articles by Bikash Mohanty
·1 hour ago·2 min read
ପୁଷ୍ପା ଷ୍ଟାଇଲରେ ଚାଲାଣ ହେଉଥିଲା ଦେଶୀ ମଦ, ମାଡି ବସିଲା ଅବକାରୀ ବିଭାଗ
Country Liquor

Key Points

କ୍ଷୀର ଗାଡ଼ିରେ ମଦ ବେପାର
ଆଠଗଡ଼ରୁ ଭୁବନେଶ୍ବର ଭାୟା ତ୍ରିଶୁଳିଆ
ହଜାରେ ୮୦ ଲିଟର ଦେଶୀ ମଦ ଜବତ
ଅଭିଯୁକ୍ତ ଶେଖ୍ ଇସଲାମ ଖାନ୍‌ ଗିରଫ
ଭୁବନେଶ୍ବର,୦୮/୦୮: ରାଜଧାନୀରେ ପୁଷ୍ପା ଷ୍ଟାଇଲରେ ଚାଲାଣ ହେଉଥିଲା ଦେଶୀମଦ। ମାଡି ବସିଲା ଅବକାରୀ ବିଭାଗ। ଘଟଣାଟି ଘଟିଛି ଭୁବନେଶ୍ବରର ଜନଗହଳିପୁର୍ଣ୍ଣ ଜାଭିୟର ଛକରେ। ଆଜି ସକାଳ ସମୟ ଭୋର 5ଟା , ରାଜଧାନୀ ରାଜରାସ୍ତାରେ ଯାଉଥିଲା ମିଲ୍କ ଭ୍ୟାନଲେଖାଥିଲା ମିଲ୍କ ଭ୍ୟାନ କିନ୍ତୁ ଭିତରେ ନଥିଲା ମିଳ୍କ। ମିଲ୍କ ବଦଳରେ ଥିଲା ଦେଶୀ ମଦ।

ଆଠଗଡରୁ ଭାୟା ତ୍ରିସୁଳିଆ ଦେଇ ଭୁବନେଶ୍ବରକୁ ଆସୁଥିଲା ମିଲ୍କ ଭ୍ୟାନ। ଏହି ଗାଡ଼ିରେ ଦେଶୀ ମଦ ଯାଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ। ଅବକାରୀ ବିଭାଗର ଗାଡ଼ି ଏହି ମିଲ୍କ ଭ୍ୟାନ ଲେଖାଥିବା ଗାଡିକୁ ଗୋଡ଼ାଇ ଗୋଡ଼ାଇ କରି ଅଟକାଇଥିଲା ଏବଂ ଗାଡ଼ିକୁ ଯାଞ୍ଜ କରାଯାଇଥିଲା। ଯାଞ୍ଚ ବେଳେ ମିଲ୍କ ଭ୍ୟାନ ଭିତରୁ ବାହାରିଥିଲା ଦେଶୀ ମଦ। ତାହା ପୁଣି ୧୦୮୦ ଲିଟର ଦେଶୀ ମଦ। ଜାହାର ବଜାର ଦାମ ୨ଲକ୍ଷ ୧୬ହଜାର ଟଙ୍କା ହେବ। ଘଟଣାରେ ଅଭିଯୁକ୍ତ ଶେଖ ଇସଲାମ ଖାନକୁ ଗିରଫ କରିଛି ଅବକାରୀ ବିଭାଗ। ଯାହାର ଘର ରାଜଧାନୀ ଉପଖଣ୍ଟ ବ୍ରାହ୍ମଣଝରିଲୋ ଅଞ୍ଚଳରେ। କମିସନ ନେଇ ଦେଶୀ ମଦ ଗାଡି ଚଲାଉ ଥିବା ପୋଲିସ ଆଗରେ କହିଛି ଇସଲାମ।

ତେବେ ଏଠି ପ୍ରଶ୍ନ ଉଠୁଛି କେତେ ଦିନ ଏହିଭଳି ହାଇଟେକ ଉପାୟରେ ଦେଶୀ ମଦ କାରବାର ହେଉଥିଲା? ମୁଖ୍ୟ ମାଷ୍ଟରମାଇଣ୍ଡ କିଏ? ଆଠଗଡରେ କିଏ ଦେଉଥିଲା ଏତେ ପରିମାଣର ଦେଶୀ ମଦ? ରାଜଧାନୀରେ କେତେ ଟଙ୍କା ରେ ହୋଇଥାନ୍ତା ବିକ୍ରି? ମିଲ୍କ ଭ୍ୟାନର ମାଲିକ କିଏ? ତାକୁ ଖୋଜିବା ସହ ଚେର ଯାଏ ପହଂଚିବାକୁ ତଦନ୍ତ ଜୋରଦାର କରିଛି ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ବୋଲି କହିଛନ୍ତି ଅବକାରୀ ଏସପି ଦେବାଶିଷ ପଟେଲ।

ପଢନ୍ତୁ ଏହି ଖବର: ଭୁବନେଶ୍ୱରରେ ବୀଭତ୍ସ ହତ୍ୟାକାଣ୍ଡ, ଧାରୁଆ ଅସ୍ତ୍ରରେ ଦୋକାନୀଙ୍କୁ ହାଣିଲେ
 
ରାଜଧାନୀ ଭୁବନେଶ୍ବରରେ ଏବେ ଦେଶି ମଦର ବନ୍ୟା। ପ୍ରତିଦିନ ଜବତ ହେଉଛି ଶହ ଶହ ଲିଟର ମଦ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜଧାନୀରେ ଖାଲି ମଦ ବିକ୍ରି ହେଉନାହିଁ, ମ୍ଦ ତିଆରି ମଧ୍ୟ ହେଉଛି।

କିଛି ଦିନ ତଳେ ଭୁବନେଶ୍ବର ସାଲିଆ ସାହିର ଇଡକୋ ବସ୍ତିରୁ ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ। ଶହଶହ ଲିଟର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ । ପୁରୁଣା ଷ୍ଟାଇଲରେ ଚାଲିଥିଲା ମଦରନ୍ଧା । ଗୋଟେ ବୋତଲ ମଦ ର ଦାମ ଥିଲା ୩ଶହ ଟଙ୍କା ଆଉ ତା ସାଙ୍ଗକୁ ଚାଖଣା ମାଗଣା। ଘର ଭିତରେ ପଶିଲେ ଭାଟି ଆଗରେ ଥିଲା ରୋଷେଇ ଘର । ତା ପଛକୁ ରହିଥିଲା ମଦରନ୍ଧା ଭାଟି । ଅବକାରୀ ଗୁଇନ୍ଦା ସୁଚନା ଆଧାରରେ କରିଥିଲା ଚଢାଉ । ପୋକ ସାଲୁବାଲୁ ଅବସ୍ଥାରେ ରହିଥିଲା ପୋଚ । ଯାହାକୁ ନଷ୍ଟ କରିଥିଲା ଅବକାରୀ ବିଭାଗ
     
ଏବେ ରାଜଧାନୀରେ ଦେଶୀ ମଦ କାରବାର ବିରୋଧରେ ଶୂନ୍ୟ ସହନଶିଳତା ନୀତି ଆପଣାଇଛି ଅବକାରୀ ବିଭାଗ | ସାବାଡ଼ ହେବେ ଦେଶୀ ମଦ ମାଫିଆ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: