Videos
|
Odisha

ରୋଷଶାଳାକୁ ଯିବା ପୂର୍ବରୁ ପରୀକ୍ଷା ହେବ ଅବଢା ସାମଗ୍ରୀର ମାନ

Smruti Parija
Browse all articles by Smruti Parija
·2 years ago·2 min read
ରୋଷଶାଳାକୁ ଯିବା ପୂର୍ବରୁ ପରୀକ୍ଷା ହେବ ଅବଢା ସାମଗ୍ରୀର ମାନ

Key Points

  • ମହାପ୍ରସାଦର ସୁଦ୍ଧତା ଅବ୍ୟାହତ ରଖିବାକୁ ରାଜ୍ୟ ସରକାର ସଚେତନ 
  • ରୋଷଶାଳାକୁ ଯିବା ପୂର୍ବରୁ ପରୀକ୍ଷା ହେବ ଅବଢା ସାମଗ୍ରୀର ମାନ
  • ଭୋଗ ଲାଗିବା ପରେ ବି ଅବଢ଼ା ମାନ ଯାଞ୍ଚ ନେଇ ଆଇନମନ୍ତ୍ରୀଙ୍କ ସୂଚନା
  • ଭକ୍ତ ଓ ସେବାୟତଙ୍କ ଦାବି ବାସି ଅବଢ଼ା ବିକ୍ରୀ ଉପରେ ବି ଲାଗୁ କଟକଣା

ପୁରୀ: ଶ୍ରୀମନ୍ଦିରରେ ନକଲି ଘିଅ ବ୍ୟବହାରର ପ୍ରଶ୍ନ ଉଠୁନାହିଁ। ତେବେ ତିରୁପତି ଓ ଅନ୍ୟ କେତେକ ମନ୍ଦିରରେ ପ୍ରସାଦର ମାନକୁ ନେଇ ବିବାଦ ହେବା ପରେ ଶ୍ରୀମନ୍ଦିର ମହାପ୍ରସାଦର ସୁଦ୍ଧତାକୁ ନେଇ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଅବଢ଼ା ପ୍ରସ୍ତୁତ ପାଇଁ ରୋଷଶାଳାକୁ ସାମଗ୍ରୀ ଯିବା ପୂର୍ବରୁ ଏବଂ ଭୋଗ ଲାଗିସାରିବା ପରେ ମହାପ୍ରସାଦର କରାଯିବ ମାନ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏଥିସହ ଶ୍ରୀମନ୍ଦିରରେ ନିୟମିତ ମାନ ପରୀକ୍ଷା ପାଇଁ ଫୁଡ୍ ଇନ୍ସପେକ୍ଟର ନିୟୋଜିତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରାଯାଇଥିବା କହିଛନ୍ତି ଆଇନମନ୍ତ୍ରୀ । ଅବଢାର ଶୁଦ୍ଧତା ଅକ୍ଷୁର୍ଣ୍ଣ ରଖିବା ଲାଗି ରାଜ୍ୟ ସରକାରଙ୍କ ଏ ନିଷ୍ପତିକୁ ସ୍ବାଗତ କରିଛନ୍ତି ଭକ୍ତ ଓ ସେବାୟତ । 

ରୋଶଶାଳାକୁ ଯିବା ପୂର୍ବରୁ ଅବଢା ସାମଗ୍ରୀର ମାନ ଯାଞ୍ଚକୁ ବଡ଼ୁ ସୁଆର ନିଯୋଗ ସ୍ବାଗତ କରିଥିବା ବେଳେ ଭୋଗ ପରେ ମାନ ପରୀକ୍ଷାକୁ ନେଇ ଉଠାଇଛନ୍ତି ଆପତ୍ତି। ସେପଟେ ଆନନ୍ଦବଜାରରେ ବାସି ଅବଢା ବିକ୍ରୀ ଉପରେ ରୋକ୍ ଲାଗଯିବା ସହ ତାର ମାନ ଯାଞ୍ଚ କରାଯିବାକୁ ଦାବି କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।  

ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ଶୁଦ୍ଧ ଘିଅ ବ୍ୟବହାର ହେଉଥିବା ବେଳେ ବରାଦୀ ଭୋଗ, ଶୁଖୁଲି ଭୋଗ ଓ ଦୀପରେ ଅପମିଶ୍ରିତ ଘିଅ ବ୍ୟବହାର ହେଉଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଛି। ସେଦୃଷ୍ଟିରୁ ଏହାକୁ ଗୁରୁତର ସହ ନେଇ ଓ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟ ସରକାର ନେଇଥିବା ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ ବିଭିନ୍ନ ମହଲରୁ କରାଯାଇଛି ସ୍ବାଗତ। 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: