|
logo
Live

Argus News - ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ , ମିଶନ ଶକ୍ତି ବିଷୟରେ ରଚନା ଲେଖ ?

Odisha

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ , ମିଶନ ଶକ୍ତି ବିଷୟରେ ରଚନା ଲେଖ ?

Smruti Parija
Browse all articles by Smruti Parija
·2 years ago·1 min read
ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ , ମିଶନ ଶକ୍ତି ବିଷୟରେ ରଚନା ଲେଖ ?

କଟକ:  ମାଟ୍ରିକ ପରୀକ୍ଷାରେ ମିଶନଶକ୍ତି ପ୍ରଶ୍ନ । ଆଜିଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ସାହିତ୍ୟ ପ୍ରଶ୍ନପତ୍ରରେ ମିଶନଶକ୍ତି ବିଷୟରେ ରଚନା ଲେଖିବାକୁ ପ୍ରଶ୍ନପତ୍ରରେ ଉଦିଷ୍ଟ ରହିଥିଲା । ପ୍ରଶ୍ନପତ୍ରର ବିଭିନ୍ନ ସେଟ୍ ରେ ମିଶନଶକ୍ତି ବିଷୟରେ ରଚନା ଲେଖିବା ପାଇଁ 10 ମାର୍କ ରହିଥିଲା ।  ତେବେ ଏକ ସରକାରୀ ଯୋଜନା ବାବଦରେ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଆସିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷାବିତ । 

ମାଟ୍ରିକ ପରୀକ୍ଷାରେ ଏକ ସରକାରୀ ଯୋଜନା ବାବଦରେ ପ୍ରଶ୍ନ ଆସିବା ଅନୁଚିତ ବୋଲି କହିଛନ୍ତି ଶିକ୍ଷାବିତ ସତ୍ୟକାମ ମିଶ୍ର । ନାରୀ ସଶକ୍ତି କରଣ ବାବଦରେ ପ୍ରଶ୍ନପତ୍ର ନକରି ମିଶନଶକ୍ତି ବାବଦରେ ପ୍ରଶ୍ନ କାହିଁକି କରାଗଲା ବୋଲି କହିଛନ୍ତି । ତେବେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ସେ ବାବଦରେ କଣ ଜାଣିଥିବେ ଯେ ସେ ଲେଖିବେ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ପ୍ରଶ୍ନପତ୍ର ପ୍ରସ୍ତୁତ କରିଛନ୍ତି ପରୀକ୍ଷା ପରିଚାଳନା କମିଟି । ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରଶ୍ନ ପତ୍ର ପ୍ରସ୍ତୁତ ହୋଇଛି । ତେବେ ମିଶନଶକ୍ତି ପ୍ରଶ୍ନପତ୍ର ଆସିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବୋର୍ଡ଼ ସଭାପତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ , ମିଶନ ଶକ୍ତି ବିଷୟରେ ରଚନା ଲେଖ ? | Argus News