Videos
|
Odisha

ଇଞ୍ଜିନିୟର ଚାକିରି ଛାଡିଲି, ଫଟୋଗ୍ରାଫି ଦେଲା ପରିଚୟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଇଞ୍ଜିନିୟର ଚାକିରି ଛାଡିଲି, ଫଟୋଗ୍ରାଫି ଦେଲା ପରିଚୟ 

ସମ୍ବଲପୁର : ନିଶା ତାଙ୍କର ଫଟୋଗ୍ରାଫି।  କିନ୍ତୁ ପେଶାରେ ଜଣେ ଇଞ୍ଜନିୟର ।  ସମ୍ବଲପୁର ଜିଲ୍ଲାର ଅପୂର୍ବ ମେହେରଙ୍କୁ ନୂଆ  ପରିଚୟ  ପ୍ରଦାନ କରିଛି ଫଟୋଗ୍ରାଫି।  11ବର୍ଷ ଧରି ସେ ସଫ୍ଟୱେର ଇଞ୍ଜନିୟର କାମ କରିବା ସତ୍ତ୍ୱେ ଫଟୋଗ୍ରାଫି ପ୍ରତି ଥିବା ତାଙ୍କ ରୁଚି ତାଙ୍କୁ ଫଟୋଗ୍ରାଫି ଦୁନିଆକୁ ଟାଣି ଆଣିଲା। ଇଂଜିନିୟର ଚାକିରି ଛାଡ଼ି  ଅପୂର୍ବ ମେହେର ଏବେ କରୁଛନ୍ତି ଫଟୋଗ୍ରାଫି।  ବରିଷ୍ଠ ସାମ୍ବାଦିକ ଶ୍ରୀ ଶିବ ପ୍ରସାଦ ମେହେରଙ୍କ ଏକମାତ୍ର ପୁଅ ହେଉଛନ୍ତି  ଅପୂର୍ବ ମେହେର ।  ଇଞ୍ଜିନିୟରରୁ ସେ ପାଲଟିଲେ ଫଟୋଗ୍ରାଫର ।

ଅନେକ ଗୁଡ଼ିଏ ଫଟୋଗ୍ରାଫି ଏକଜିବିସନ୍ ରେ ସେ ହୋଇଛନ୍ତି ପୁରସ୍କୃତ।ମଡେଲ ଫଟୋଗ୍ରାଫି ସହିତ ସମାଜ, ସଂସ୍କୃତି ଓ ସମ୍ବଲପୁରୀ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ କରନ୍ତି ଫଟୋଗ୍ରାଫି। ଏବେ ତାଙ୍କର ଗୋଟେ ନିଜସ୍ଵ ସଂସ୍ଥା "ବିହାଘରିଆ"  ଯାହା ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶା ରେ ବେଶ୍ ପରିଚିତ। ଏହା ସହିତ ଅନେକ ବେକାର ଯୁବକଙ୍କୁ ଦେଇଛନ୍ତି ସେ ନିଯୁକ୍ତି।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ  ମୋଦି  ମଧ୍ୟ ଯୁବପିଢି କୁ ଚାକିରି ପଛରେ ନ ଧାଇଁ ଜଣେ ଜଣେ ଉଦ୍ୟୋଗୀ ହେବା ପାଇଁ ମଧ୍ୟ ଆହ୍ବାନ ଦେଉଛନ୍ତି। ତେଣୁ ଅପୂର୍ବ କୁହନ୍ତି ପାଠ ପଢ଼ିବା ପରେ ଅନେକ ଯୁବକ ଯୁବତୀ ଚାକିରି ନ ପାଇଲେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। କିନ୍ତୁ ଆମେ ଆମର ରୁଚି ଥିବା ବିଷୟରେ କାମ କଲେ ମଧ୍ୟ ଆଗକୁ ବଢ଼ି ପରିବା। ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାର ଦେଇ ପାରିବା । କ୍ୟାରିୟର ସେହିଥିଲେ ଗଢ  ଯେଉଁଥିରେ ତୁମେ  ଆଗ୍ରହ ପ୍ରକାଶ କରୁଛ। ତୁମେ ଏକ ବୃତ୍ତି ଅନୁସରଣ କରୁଛ ଯାହା ତୁମର ପ୍ରତିଭାକୁ ବ୍ୟବହାର କରିବ ଏବଂ ତୁମର ମୂଲ୍ୟ ଏବଂ ପସନ୍ଦ ସହିତ ସମାନ୍ତରାଳ ଭାବରେ ଆଗକୁ ବଢ଼ିବାରେ ସହାୟକ ହେବ।
 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Quit engineering job, introduced photography | Argus News