Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ୱରର 10ଟି ସ୍ଥାନରେ ହେବ ରାବଣ ପୋଡି ଉତ୍ସବ

Ritu Das
Browse all articles by Ritu Das
·1 year ago·1 min read
ଭୁବନେଶ୍ୱରର 10ଟି ସ୍ଥାନରେ ହେବ ରାବଣ ପୋଡି ଉତ୍ସବ

ଅର୍ଗସ ବ୍ୟୁରୋ: ଭୁବନେଶ୍ୱରର 10ଟି ସ୍ଥାନରେ ହେବ ରାବଣ ପୋଡି ଉତ୍ସବ। ସୁରକ୍ଷାର ତଦାରଖ କଲା ଅଗ୍ନିଶମ ବିଭାଗ। ବରମୁଣ୍ଡା, ଝାରପଡା, ନହରକଣ୍ଟା,ବାଙ୍କୁଆଳ, ଗୋପାଳପୁର, କିଟ ରୋଡ଼, ଚନ୍ଦକା କ୍ଳବ ଫିଲଡ, ଶିମୁଳିପାଟଣା ଦୋଳଯାତ୍ରା ପଡ଼ିଆ, କପିଳପ୍ରସାଦ ଫୁଟଵଲ ପଡିଆ ରେ ହେବ ରାବଣପୋଡି ଉତ୍ସବ। ପୂଜା କମିଟି ସହ ଆଲୋଚନା କରିଛି ଅଗ୍ନିଶମ ବିଭାଗ। ଦେଖନ୍ତୁ ରାବଣ ପୋଡି ଉତ୍ସବ ପାଇ କଣ ରହିଛି ଗାଇଡ଼ ଲାଇନ 

1.ରାବଣ ପୋଡି ମୋହତ୍ସବ ଠାରୁ 100ମିଟର ଦୂରରେ ରହିବେ ଦର୍ଶକ 
2.ରାଣପୋଡ଼ିରେ ଅନୁପତି ପ୍ରାପ୍ତ ବାଣ ପୁଠାଇ ପାରିବେ ପୂଜା କମିଟି 
3.ଯଦି ପଵନ ର ବେଗ ଘଣ୍ଟା ପ୍ରତି 50କିଲୋମିଟର ଅଧିକ ରହିବ, ତେବେ ରାବଣ ପୋଡି ବନ୍ଧ ରହିବ 
4.ଜନବସତି , ଡାକ୍ତର ଖାନା, ସ୍କୁଲ ଠାରୁ 250ମିଟର ଦୂରରେ ରାବଣ ପୋଡି ମୋହତ୍ସବ କରିବାକୁ ନିର୍ଦେଶ
5.ରାବଣ ପୋଡି ମହୋତ୍ସବ ସମୟରେ ଅଗ୍ନିଶମ ବାହିନୀ, ଦମଗାଡି, ଏବଂ ଅଗ୍ନିନିର୍ବାପକ ଯନ୍ତ୍ର ରହିବେ 
ବିଶେଷ କରି ଭୁବନେଶ୍ୱର ର ଝାରପଡା, ବରମୁଣ୍ଡା ରେ ଅଧିକ ଜନଗହଳି ହେବାର ସମ୍ଭାବନା ରହିଛି। ତାକୁ ଆଖି ଆଗରେ ରଖି ଟ୍ରାଫିକ କଡାକଡ଼ି କରିଛି କମିଶନରେଟ ପୋଲିସ। ସେପଟେ ପୂଜା କମିଟି ସଦସ୍ୟ କହିଛନ୍ତି ବିପଦପୂର୍ଣ୍ଣ ବାଣ ବ୍ୟବହାର କରାଯାଉନାହିଁ। ଲୋକଙ୍କ ସୁରକ୍ଷା ପାଇଁ ନିଜସ୍ୱ ଭଲ୍ୟୁଣ୍ଟର ମୁତୟନ କରାଯାଇଛି। ଡବଲ ବ୍ୟାରିକେଡିଂ କରାଯାଇଛି। ପ୍ରଶାସନର ସମସ୍ତ ଗାଇଡଲାଇନ ମାନି ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହେବ। 
ସନ୍ଧ୍ୟା 7.30ରୁ ରାବଣ ପୋଡି ଉତ୍ସବ ଆରମ୍ଭ ହେବ। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ ରାବଣ ପୋଡି ଉତ୍ସବ ଦେଖିବାକୁ ଅପିଲ କରିଛି କମିଶନରେଟ ପୋଲିସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rabana Podi festival will be | Argus News