Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ଜଳସେଚନ ନେଇ ଗୁରୁତ୍ୱାରୋପ କଲେ ରଘୁବର ଦାସ

Odisha

ରାଜ୍ୟରେ ଜଳସେଚନ ନେଇ ଗୁରୁତ୍ୱାରୋପ କଲେ ରଘୁବର ଦାସ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟରେ ଜଳସେଚନ ନେଇ ଗୁରୁତ୍ୱାରୋପ କଲେ ରଘୁବର ଦାସ

ଅର୍ଗସ ବ୍ୟୁରୋ:  ମହାମହିମଙ୍କ ଚାଷୀଙ୍କ ସମସ୍ୟା ଚିନ୍ତା। ରାଜ୍ୟରେ ଜଳସେଚନ ଉପର ଗୁରୁତ୍ବାରୋପ କଲେ ରାଜ୍ୟପାଳ ରଘୁବର ଦାସ। ଜମିକୁ ଜଳସେଚନ ପାଇଁ କେନ୍ଦ୍ର ଅନେକ ଯୋଜନା ପ୍ରଣୟନ କରିଛି। ଯାହା ରାଜ୍ୟର ଚାଷୀଙ୍କୁ ଅନେକ ଫାଇଦା ପଦଞ୍ଚାଇବ। ହେଲେ ରାଜ୍ୟ ସରକାରଙ୍କ ଉଦାସୀନତାରୁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଏ ଦିଗରେ ସଚେତନ ହୋଇପାରୁନଥିବା ଭୁବନେଶ୍ବରରେ ଆୟୋଜିତ ଏକ ଜନଶୁଣାଣି ଶିବିରରେ କହିଥିଲେ ରାଜ୍ୟପାଳ। ଜଳସେଚନର ବଡ଼ ବଡ଼ ପ୍ରତିଶ୍ରୁତି ଛାଡ଼ି ଛୋଟଛୋଟ ଦିଗରେ କାମ କରିବାକୁ ପଡ଼ିବ।

ଛୋଟ ବନ୍ଧ ନିର୍ମାଣ ଦିଗରେ କାମ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। କ୍ଷେତର ପାଣି କ୍ଷେତରେ ହିଁ ଅଟକାଇବା ଦିଗରେ ଚିନ୍ତା କରିବାକୁ ପଞ୍ଚାୟତ ସ୍ତରରେ କୃଷି ବିଭାଗ ବସି ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯାହା ରାଜ୍ୟରେ ବିଜେଡି ସରକାରର ଜଳସେଚନ ଡିଣ୍ଡିମର ପୋଲ୍ ଖୋଲିଛି। 2005-06ରେ ବିଜେଡି ସରକାର ଘୋଷଣା କରିଥିଲେ 5 ବର୍ଷ ଭିତରେ ସବୁ 314 ବ୍ଲକର 35 ପ୍ରତିଶତ ଜମିରେ ଜଳସେଚନ ସୁବିଧା କରିବେ। 35 ପ୍ରତିଶତରୁ କମ ଜଳସେଚନ ସୁବିଧା ଥିବା ରାଜ୍ୟର 198ଟି ବ୍ଲକରେ ବିଭିନ୍ନ ଯୋଜନା ହାତକୁ ନେଇଥିଲେ ରାଜ୍ୟ ସରକାର।

କିନ୍ତୁ ଦୀର୍ଘ 18 ବର୍ଷ ପରେ 149 ଟି ବ୍ଲକରେ ମାତ୍ର 35 ପ୍ରତିଶତରୁ ଅଧିକ ଜଳସେଚନ ସୁବିଧା କରାଯାଇ ପାରିଛି । ଏହା ଛଡ଼ା ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ଅନେକ ଚାଷୀ ପଂଜୀକୃତ ହୋଇନଥିବାରୁ ସେମାନେ ମଧ୍ୟ ସମସ୍ତ ସୁବିଧା ପାଇପାରୁ ନାହାନ୍ତି। ଏ ଦିଗରେ ଚିନ୍ତା କରିବାକୁ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Raghubar Das emphasized on irrigation in the state | Argus News