Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିରେ ମିଶିବେ ବିଜେଡ଼ିରୁ ବହିଷ୍କୃତ ରଘୁରାମ ମାଛ

Banajyotshna Ray
Browse all articles by Banajyotshna Ray
·2 years ago
ବିଜେପିରେ ମିଶିବେ ବିଜେଡ଼ିରୁ ବହିଷ୍କୃତ ରଘୁରାମ ମାଛ

ଅର୍ଗସ ବ୍ୟୁରୋ:  24 ପୂର୍ବରୁ କଳେବର ବୃଦ୍ଧି କରୁଛି ବିଜେପି। ବିଜେପିର ବଡ ମିଶ୍ରଣ ପର୍ବ। ବିଜେପିରେ ମିଶିବେ ବିଜେଡ଼ି ରୁ ବହିଷ୍କୃତ ରଘୁରାମ ମାଛ । କୋରାପୁଟରୁ 2014 ବିଜେଡି ବିଧାୟକ ପ୍ରାର୍ଥୀ ଥିଲେ ରଘୁରାମ । ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେବେ ରଘୁରାମ । ଏହା ସହ ଜୟପୁର ନିର୍ବାଚନ ମଣ୍ଡଳୀର ହିମାଂଶୁ ମହାପାତ୍ର ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେବେ ।

ସେହିପରି ବଡ଼ମ୍ବାର ଅବସର ପ୍ରାପ୍ତ ସରକାରୀ ଅଧିକାରୀ ସମ୍ବିତ ତ୍ରିପାଠୀ ମଧ୍ୟ ବିଜେପି ରେ ଯୋଗ ଦେବେ । ରଜକନିକା ରାଣୀ ଦୁର୍ଗା ଦେବୀ ବି ମିଶିବେ ବିଜେପିରେ ବୋଲି ସୂଚନା ମିଳୁଛି। ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଯାହାକୁ ନେଇ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କଲେଣି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Raghuram macha, expelled from BJd, will join the BJP | Argus News