|
logo
Live

Argus News - ନୟାଗଡ଼ର ୪ଟି ଜେଲରେ ରେଡ୍ 

Odisha

ନୟାଗଡ଼ର ୪ଟି ଜେଲରେ ରେଡ୍ 

Manini Pattanayak
Browse all articles by Manini Pattanayak
·1 year ago·1 min read
ନୟାଗଡ଼ର ୪ଟି ଜେଲରେ ରେଡ୍ 

ନୟାଗଡ଼: ନୟାଗଡ଼ର ୪ଟି ଜେଲରେ ରେଡ୍ । ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ । ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍ । ଆଡିସିନାଲ ଏସ୍ପିଙ୍କ ତତ୍ତ୍ବାବଧାନରେ ଦଶପଲ୍ଲା ଉପକାରାଗାରରେ ଅତର୍କିତ ଚଢ଼ାଉ ହୋଇଛି । ଜେଲରୁ ଟଙ୍କା ସହ ଗୁଟୁଖା, ଖଇନି, ଦିଆସିଲି, ବିଡ଼ି ଓ କିଛି ଦୁକୁତା ସିଜ୍ ହୋଇଛି । ସେହିପରି ରଣପୁର ଉପକାରାଗାରରେ ଶରଣ କୁଳ SDPO ଙ୍କନେତୃତ୍ୱରେ ରଣପୁର ପୋଲିସ ର ଚଢ଼ାଉ l

ଗୁଟକା, ଖାଇନି ଦିଆସିଲି, ବିଡ଼ି ସହ ଗୋଟିଏ ଲୁହା ଛଡ ଜବତ l ଜେଲ ଭିତରେ ମାଦକ ଦ୍ରବ୍ୟ ଓ ନିଶା କାରବାର ହେଉଥିବା ଦୃଷ୍ଟି ରେ ରଖି ଖଣ୍ଡପଡ଼ା ଉପକାରାଗାରରେ  ପୋଲିସ ପକ୍ଷରୁ ଚଢ଼ାଉ।ଆଜି ସକାଳ ୭ଟା ସମୟରେ ହୋଇଛି ଚଢ଼ାଉ। ବିଡ଼ି , ଦିଆସିଲି, ସଫଳ ଗୁଟଖା,ପତି, ଏବଂ ଦୋକତା ଖଇନୀ ଜବତ। 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନୟାଗଡ଼ର ୪ଟି ଜେଲରେ ରେଡ୍  | Argus News