Videos
|
Odisha

ନିଶା କାରବାର ନେଇ ନୟାଗଡ଼ର ୪ଟି ଜେଲରେ ରେଡ୍

Ritu Das
Browse all articles by Ritu Das
·2 years ago·2 min read
ନିଶା କାରବାର ନେଇ ନୟାଗଡ଼ର ୪ଟି ଜେଲରେ ରେଡ୍

ଅର୍ଗସ ବ୍ୟୁରୋ: ଗୁଟଖା, ଖଇନି, ବିଡ଼ି, ଦୋକ୍ତା । ପୁଳା ପୁଳା ନିଶା ଦ୍ରବ୍ୟ। ତା ସାଙ୍ଗକୁ ଟଙ୍କା ଆଉ ଲୁହା ଛଡ଼। ପୋଲିସ ବାବୁଙ୍କ ମଝିରେ ରଖାଯାଇଥିବା ଏ ସବୁ ସାମଗ୍ରୀ ମିଳିଛି ଏ ଜେଲ୍ ଭିତରୁ । ଯେଉଁ ଜେଲ୍ ଭିତରେ କଏଦୀଙ୍କୁ ଦଣ୍ଡ ପାଇବାକୁ ପଠାଯାଏ, ସେଠାରେ କେମିତି ନିଶା ଦ୍ରବ୍ୟ ଭିତରେ ବୁଡ଼ି ରହୁଛନ୍ତି ଅପରାଧୀ ତାର ପ୍ରମାଣ ହେଉଛି ଏ ଚିତ୍ର। ଆଜି ନୟାଗଡ଼ ଜିଲ୍ଲାର 4ଟି ଜେଲରେ ହୋଇଛି ରେଡ୍। ନୟାଗଡ଼ ମୁଖ୍ୟ କାରଗାର ସମେତ ଦଶପଲ୍ଲା, ରଣପୁର ଓ ଖଣ୍ଡପଡ଼ା ଉପକାରାଗାରରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସର ଅତର୍କିତ ଚଢ଼ାଉରେ ଏ ସବୁ ଜବତ ହୋଇଥିବାବେଳେ ଜେଲ୍ ଭିତରକୁ କେମିତି ଏ ସବୁ ନିଶା ସାମଗ୍ରୀ ଯାଉଛି ସେ ନେଇ ଆରମ୍ଭ ହୋଇଛି ଖୋଳତାଡ଼। 

ଦିନକ ତଳେ ବଲାଙ୍ଗିର ଜେଲରୁ ବି ସାମ୍ନାକୁ ଆସିଥିଲା ଏମିତି କିଛି ଚିତ୍ର । କଏଦୀ ସେଲରୁ ଭାଙ୍ଗ, ବିଡ଼ି, ଲାଇଟର, ଚିଲମ ଆଦି ଜବତ ହୋଇଥିଲା। ସବୁଠାରୁ ବଡ଼ କଥା ହେଲା ବଲାଙ୍ଗିର ଜେଲରେ ରହୁଥିବା କୁଖ୍ୟାତ ଅପରାଧୀ ସୁଶାନ୍ତ ଧଳସାମନ୍ତର ସେଲରୁ ବାହାରିଥିଲା ଏକ ମୋବାଇଲ୍ ଫୋନ୍। ଜେଲରେ କେମିତି କଏଦୀ ପାଖରେ କେମିତି ମୋବାଇଲ୍ ପହଞ୍ଚିଲା, ସୁଶାନ୍ତ ଧଳସାମନ୍ତ କାହାକୁ କଲ୍ କରିଛି ତଦନ୍ତ ହେବ ବୋଲି କହିଛନ୍ତି ବଲାଙ୍ଗିର ଏସପି । ମୋବାଇଲ ଜବତ କରି ଲ୍ୟାବକୁ ପଠାଯାଇଛି । ସେପଟେ ଆଖି ଚିକିତ୍ସା ପାଇଁ କଟକରେ ଅଛି ସୁଶାନ୍ତ ଧଳସାମନ୍ତ । 

ବିଜେଡି ଶାସନରେ ସାରା ରାଜ୍ୟରେ ନିଶା କାରବାର ଅହେତୁକ ବଢ଼ିଥିବାବେଳେ ଜେଲରେ ବି ଅପରାଧୀ ବି ନିର୍ଭୟରେ ଏସବୁର ବ୍ୟବହାର କରୁଥିଲେ । ବିଜେଡି ଶାସନରେ ଜେଲ୍ ସବୁ ପାଲଟି ଯାଇଥିଲା ଅପରାଧୀଙ୍କ ଆଡ୍ଡାସ୍ଥଳୀ । ଏବେ ବିଜେପି ସରକାର ଆସିବା ପରେ ଚଢ଼ାଉ କରି ଉଭୟ ଅପରାଧୀ ଓ ଜେଲ୍ କର୍ମଚାରୀଙ୍କୁ କଡ଼ା ବାର୍ତ୍ତା ଦିଆଯାଉଛି। ଆଉ ଚଳିବନି ମନମାନି, ଆଇନ ଉଲ୍ଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: