ଚୋରାରେ ବାଣ ତିଆରି ଓ ବିକ୍ରୟ ଉପରେ ଚଢ଼ାଉ, ପୋଲିସର ତଦନ୍ତ ଜାରି

ଅର୍ଗସ ବ୍ୟୁରୋ: ବାଣ ଦୋକାନରେ ଚଢ଼ାଉ। ଦୀପାବଳୀ ପୂର୍ବରୁ ହେଲାଣି ରେଡ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଦୀପାବଳି ପୂର୍ବରୁ ବିନା ଲାଇସେନ୍ସରେ ଚୋରାରେ ବାଣ ତିଆରି ଓ ବିକ୍ରୟ ଉପରେ ଚଢ଼ାଉ। ରାତାରାତି କୋଟି ପତି ହେବାର ଲକ୍ଷ ରଖି ବାଣ ତିଆରି କରୁଥିବା ବେଳେ ପୋଲିସର ଅତର୍କିତ ଚଢ଼ାଉ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଅର୍ଣ୍ଣପାଳ ଅଞ୍ଚଳର ଦୈତାରୀ ବେହେରା ଓ କେନ୍ଦୁଆପଦା ଚିନାମାଳୀ ଅଞ୍ଚଳର ଦୀନବନ୍ଧୁ ଜେନା । ଚୋରାରେ ବାଣ ବିକ୍ରୟ ଓ ବାଣ ତିଆରି କରୁଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସର ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ସୂଚନା ପାଇ ଥାନା ଧିକାରୀଙ୍କ ତତ୍ୱାବଧାନରେ ଉଭୟ ବାଣ ଭିଡୁଥିବା ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଛି।
ସେମାନଙ୍କ ପାଖରୁ ଵିଭିନ୍ନ କିସମର ଵାଣ ଓ ବମ ଜବତ କରିଥିଲା। ଏହି ବାଣର ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ମାମଲାରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨