Videos
|
Odisha

ଦ୍ବିତୀୟ ଦିନରେ ଆଇଟି ରେଡ୍ ; ବିଡା ବିଡା ଟଙ୍କା ଜବତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଦ୍ବିତୀୟ ଦିନରେ ଆଇଟି ରେଡ୍ ; ବିଡା ବିଡା ଟଙ୍କା ଜବତ

ସୁନ୍ଦରଗଡ : କୋଟିପତି ମଦ ବ୍ୟବସାୟୀଙ୍କ ଘରେ ଦ୍ବିତୀୟ ଦିନରେ ବି ଜାରି ରହିଛି ଆଇଟି ରେଡ୍। ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ଘର, ଅଫିସ୍ ଓ ସର୍ଗିପାଲି ସ୍ଥିତ ଦେଶୀ ମଦ ଭାଟିରେ ଜାରି ରହିଛି ଚଢ଼ାଉ। ଗତକାଲିଠୁ ଏହି ରେଡ୍ ଚାଲିଥିବା ବେଳେ ଘର ଚଟାଣ ହେଉ କି ପଲଙ୍କ; ରୋଷେଇ ଘର, ଡ୍ରଇଂରୁମ୍‌ ଯେଉଁଠି ହାତ ମାରିଲେ ସେଠି ବାହାରୁଛି ପୁଳା ପୁଳା ଟଙ୍କା ବିଡ଼ା। ଆୟକର ଫାଙ୍କିବା ଅଭିଯୋଗରେ ରାଜ୍ୟର ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ମଦ ପ୍ରସ୍ତୁତ ବିଭିନ୍ନ ଶାଖାରେ ଚଢ଼ଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୧୦୦ଟଙ୍କିଆ ନୋଟ୍‌ ଠାରୁ ଆରମ୍ଭ କରି ୨୦୦, ୫୦୦ ଟଙ୍କିଆ ନୋଟର ବିଡ଼ା ଦେଖି ଆୟକର ଟିମ୍‌ ବି ତାଜୁବ୍ ହୋଇଛି। ଟଙ୍କା ଗଣି ଗଣି ବେଦମ ହୋଇଛନ୍ତି ଅଧିକାରୀ।

ଅଧିକ ପଢନ୍ତୁ : ଜାଗମରା ଘର ରେଡ୍‌ ବେଳେ ଛାତ ଡେଇଁ ଫେରାର ହେଲେ ଜେଇ

ଏତେ ଟଙ୍କା ମିଳିଲାଣି ଯେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ସରୁନାହିଁ। ବିଭିନ୍ନ ସ୍ଥାନରୁ ଅଧିକାରୀମାନେ ୨୦୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଗଣିସାରିଥିବା ବେଳେ ଆହୁରି ବିଡ଼ା ବିଡ଼ା ନୋଟ୍‌ ଗଣତି ବାକି ରହିଥିବା ସୂଚନା ମିଳିଛି। ଜବତ ନଗଦ ଅର୍ଥର ପରିମାଣ ୩ଶହ କୋଟି ଟପିପାରେ ବୋଲି ଆକଳନ କରାଯାଉଛି। ହେଲେ ଆୟକର ଅଧିକାରୀମାନେ ଏ ନେଇ ମୁହଁ ଖୋଲୁନାହାନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raid in the house of a millionaire wine merchant Seized more than 2000 crores | Argus News