Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କୃଷ୍ଟ ଚମଡ଼ା, ଲେଣ୍ଡି ଖତ ଓ ମାଂସ ପାଇଁ ପ୍ରସିଦ୍ଧ ରାଇଘର ଛେଳି

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଉତ୍କୃଷ୍ଟ ଚମଡ଼ା, ଲେଣ୍ଡି ଖତ ଓ ମାଂସ ପାଇଁ ପ୍ରସିଦ୍ଧ ରାଇଘର ଛେଳି

ଅର୍ଗସ ବ୍ୟୁରୋ:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକରେ ଏହି ଦେଶୀ କିସମ ଛେଳି ଅଛନ୍ତି । ଅନ୍ୟ ଅଞ୍ଚଳରେ ଦେଖାଯାଉଥିବା ଛେଳିଠାରୁ ଏହା ସମ୍ପୂର୍ଣ ଭିନ୍ନ। କାରଣ ଏହାର ଦୁଗ୍ଧକୁ ଶିଶୁମାନେ ଖାଇପାରିବେ । ସେହି ପରି ଉତ୍କୃଷ୍ଟ ଚମଡ଼ା, ଲେଣ୍ଡି ଖତ ଓ ମାଂସ ପାଇଁ ପ୍ରସିଦ୍ଧ ଥିବା ସହ ଓୟୁଏଟି ପକ୍ଷରୁ ଗବେଷଣା କରାଯାଇଛି ଯାହା ଫଳରେ ଏହି ରାଇଘରିଆ ଛେଳି ର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘବର୍ଷ ଧରି ଏହି ଛେଳିକୁ ବ୍ରିଡ୍ ମାନ୍ୟତା ଦେବାକୁ ଓଡ଼ିଶା କୃଷି ବୈଷୟିକ ବିଶ୍ଵବିଦ୍ୟାଳୟ ପ୍ରୟାସ କରିଆସୁଥିଲା। ବିଞ୍ଝାରପୁରୀ ଗାଈ ଓ ଚିଲିକା ମଇଁଷିକୁ ପୂର୍ବରୁ ଜାତୀୟସ୍ତର ବ୍ରିଡ୍ ମାନ୍ୟତା ମିଳିଛି। ରାଇଘରି ଛେଳିକୁ ମଧ୍ୟ କିପରି ମାନ୍ୟତା ମିଳିବ ସେଦିଗରେ ଅଧିକ ଗବେଷଣା ଚାଲିଥିଲା। ଏହା ନବରଙ୍ଗପୁର ଜିଲ୍ଲା ଡାବୁଗାଁ, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ବ୍ୟତୀତ ଓଡ଼ିଶା-ଛତିଶଗଡ଼ ସୀମାର ଦେଓଭୋଗର କିଛି ସ୍ଥାନରେ ଦେଖିବାକୁ ମିଳତି।

ଏସବୁ ଅଞ୍ଚଳରେ ବସବାସ କରୁଥିବା ଭତରା ଓ ଗଣ୍ଡ ପ୍ରଜାତି ଅଧିବାସୀ ଏହି ଛେଳି ପାଳନ କରି ପରିବାର ପ୍ରତିପୋଷଣ କରଛନ୍ତି। ଏହାର ରଙ୍ଗ ନାଲି। ସେହିପରି ହାଲୁକା ଧୂସର,କଳା ଓ ଧଳା ରଙ୍ଗ ମିଶା ଧୂସର ରଙ୍ଗର ମଧ୍ୟ ଛେଳି ଦେଖାଯାଆନ୍ତି। ୯ରୁ ୧୦ ମାସ ହେଲା ପରେ ଛେଳିଙ୍କ ଶରୀରରେ ପରିପକ୍ଵତା ଆରମ୍ଭ ହୋଇଥାଏ। ପ୍ରତି ୭ରୁ ୮ମାସରେ ଏହା ମାତୃତ୍ଵ ଲାଭ କରନ୍ତି । ଗୋଟିଏ ଥରକରେ ଏମାନେ ୨ରୁ ୩ଟି ଶାବକଙ୍କୁ ଜନ୍ମ ଦେଇଥାନ୍ତି। ବଡ଼କଥା ହେଉଛି, ଏଭଳି ଛେଳିଙ୍କ ବଂଶବୃଦ୍ଧି ଜଲ୍‌ଦି ହେଉଛି। ୧୨ମାସ ହେବା ବେଳକୁ ଶାବକଟି ୧୭ରୁ ୧୮କେଜି ଓଜନର ହୋଇଥାଏ। ଗୋଟିଏ ବଡ଼ ଛେଳି ( ପରିଣତ ବୟସ୍କ)ର ଓଜନ ୩୨ କିଲୋ ପର୍ଯ୍ୟନ୍ତ ରହୁଛି। ମାଈ ଛେଳି ଦୈନିକ ଅଧା ଲିଟରରୁ ଏକ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଉଛି। ଛେଳିର ଶରୀର ଓଜନର ପ୍ରାୟ ୪୮.୫ ପ୍ରତିଶତ ଖାଇବା ଯୋଗ୍ୟ ମାଂସ ମିଳୁଥିବା ବେଳେ ଗୋଟିଏ ଛେଳିଠାରୁ ବର୍ଷକୁ ୨୦୦ କିଲୋ ଲେଣ୍ଡି ମିଳେ। ଯାହା ଗାଈ ଗୋବରଠାରୁ ଅଢ଼େଇ ଗୁଣ ଅଧିକ ଶକ୍ତିଶାଳୀ ଅଟେ।

ତେବେ ୨୦୧୬ରେ ଏହି ଛେଳି ଉପରେ ଓୟୁଏଟି ଗବେଷଣା କରିବ ବୋଲି ପଶୁ ସମ୍ପଦ ବିକାଶ ପକ୍ଷରୁ ସୂଚନା ଦିଆଯାଇଥିଲା। ଯଦି ଏହି ପ୍ରଜାତି ବ୍ରିଡ୍‌କୁ ମାନ୍ୟତା ମିଳେ ତେବେ ସାରା ଓଡ଼ିଶାରେ ଏହାକ ପାଳନ କରାଯିବା ସହ ଛେଳି ଚାଷୀମାନେ ଅଧିକ ଉପକୃତ ହୋଇ ପାରିବେ।ଏସଂକ୍ରାନ୍ତରେ ଓୟୁଏଟି ବରିଷ୍ଠ ପ୍ରାଣୀ ବିଶେଷଜ୍ଞ ଡା. ସୁଶାନ୍ତ ଦାସ କହିଛନ୍ତି, ଛେଳିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି। ସେଥିପାଇଁ ଏମାନେ କମ୍ ରୋଗାକ୍ରାନ୍ତ ହୁଅନ୍ତି। ଏମାନଙ୍କ କ୍ଷୀର ମଣିଷ ପାଇଁ ବେଶ୍ ଉପକାରୀ। ସେଥିପାଇଁ ଏହାର ଚାହିଦା ରହିଛି। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡା.ରାଧେଶ୍ୟାମ ଲାଇକା କହିଛତି, ରାଇଘରି ପ୍ରଜାତିର ଦେଶୀ ଛେଳିକୁ ଜାତୀୟ ମାନ୍ୟତା ପାଇଁ ଆବେଦନ କରାଯାଇଛି। ଏନେଇ ଗତ ୨୬ ତାରିଖରେ ଲୋକସଭା ଭବନଠାରେ ଓଡ଼ିଶା ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ନିଷ୍ପରି ନିଆଯାଇଥିବା ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
Raigarh goats are famous for their excellent leather,and meat | Argus News