Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

Smruti Parija
Browse all articles by Smruti Parija
·2 years ago·1 min read
ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଟକ: କନ୍ଦରପୁରରେ ଏକ ରେଳବାଇ ଫ୍ଲାଇ ଓଭର ସହ ଏକ ରେଳବାଇ ରିଜରର୍ଭେସନ କାଉଣ୍ଟର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନିକିଆ କଟକ ଗସ୍ତରେ ଅଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପରମହଂସରେ ପହଞ୍ଚି ପ୍ରସିଦ୍ଧ ହଂସନାଥ ମହାଦେବଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହା ପରେ ସ୍ଥାନୀୟ ଅଂଚଳରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବହୁ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । 

ସ୍ଥାନୀୟ କନ୍ଦରପୁରରେ ଏକ ରେଳବାଇ ଫ୍ଲାଏ ଓଭର ସହ ଏକ ରେଳବାଇ ରିଜରର୍ଭେସନ କାଉଣ୍ଟର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ରେଳମନ୍ତ୍ରୀ । 

ଏହାସହିତ ରାଜହଂସରୁ ପରମହଂସ ପର୍ଯ୍ୟନ୍ତ ରେଳବାଇ ଲାଇନ ପାର୍ଶ୍ବରେ ଏକ ନୂତନ ରାସ୍ତାର ମଧ୍ୟ ଶିଳାନ୍ୟାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଯଶପଡା ପଡିଆରେ ବିଜେପି କାର୍ଯକର୍ତ୍ତା ସମ୍ମିଳନୀରେ ମଧ୍ୟ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ । ଆଜିର ଏହି  ଗସ୍ତକୁ ମିଶାଇ ରେଳମନ୍ତ୍ରୀ  ଗୋଟିଏ ମାସ ମଧ୍ୟରେ କଟକ ଜିଲ୍ଲାକୁ ତିନି ଥର ଗସ୍ତ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ରେଳ ଷ୍ଟେସନ ପରିଦ୍ରଶନ କରିଛନ୍ତି ରେଳ ମନ୍ତ୍ରୀ । ରେଳ ଷ୍ଟେସନର ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Railway Minister Ashwini Vaishnab is on 3-day-visit to Cuttack | Argus News